Horoscope 2026 July 25: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଆପଣଙ୍କ ପାଖକୁ ଯେଉଁ ଦାୟିତ୍ବ ଆସିବ ତାକୁ ଭଲଭାବେ ନିର୍ବାହ କରିପାରିବେ।
ପଇସା ଦିଆ ନିଆରେ ସାବଧାନତା ଅବଲମ୍ବନ କରନ୍ତୁ।
ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
Advertisment ବୃଷ: କାମ କରିବା ସମୟରେ ଧ୍ୟାନ ଏକତ୍ର କରନ୍ତୁ।
ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ।
ନୂଆ ଘର କିଣିବାର ବିଚାର ବଡ଼ମାନଙ୍କ ସହିତ ବସି କରିନେବେ।
ନବଦମ୍ପତିଙ୍କ ଲାଗି ଭଲ ଦିନଟିଏ।
ମିଥୁନ: ଭାବିଥିବା କାମ ସଂପୂର୍ଣ୍ଣ ହେବ।
ଆପଣଙ୍କ ବ୍ୟବହାରରେ ପରିବାରର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ନିର୍ମିତ ହେବ।
କୌଣସି ପାଖଲୋକ ଆର୍ଥିକ ସହାୟତା ମାଗିବେ।
ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। କର୍କଟ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ।
ଆପଣଙ୍କୁ ନୂଆ ଉତ୍ସରୁ ଧନପ୍ରାପ୍ତି ହେବ।
ଦାମ୍ପତ୍ୟ ଜୀବନ ବହୁତ ରୋଚକ ଓ ସୁଖମୟ ରହିବ।
ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ସିଂହ: ବିନା କାରଣରେ କାହାରି ସହିତ ଅଭଦ୍ରତା କରନ୍ତୁ ନାହିଁ।
ଯେଉଁମାନେ ରାଜନୀତି କ୍ଷେତ୍ରରେ ଅଛନ୍ତି ସେମାନଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ।
ପାରିବାରିକ ଜୀବନ ସମୃଦ୍ଧ, ଶାନ୍ତିପୂର୍ଣ୍ଣ ରହିବ। କନ୍ୟା: ଆପଣଙ୍କ ଭିତରେ ସଫଳତା ଓ ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ।
ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରନ୍ତୁ।
ବିବାହିତଙ୍କ ଲାଗି ଦିନଟି ଭଲ ରହିବ।
ଆହୁରି ପଢ଼ନ୍ତୁ- Cabinet: କେମିକାଲ ପାର୍କ ପ୍ରତିଷ୍ଠା ଲାଗି ""ଭାରତ ଔଦ୍ୟୋଗିକ ବିକାଶ ଯୋଜନା (ଭବ୍ୟ) ରସାୟନ""କୁ କ୍ୟାବିନେଟ୍ ମଞ୍ଜୁରି ତୁଳା: ପାରିବାରିକ ଜୀବନ ଆହ୍ଲାଦିତ ହେବ।
ବେପାରୀବର୍ଗଙ୍କୁ ଧନଲାଭ ହେବ।
କୌଣସିପ୍ରକାର ବିବାଦଠାରୁ ଦୂରରେ ରହନ୍ତୁ।
ଆପଣ ଆଶା କରିଥିବା ଜାଗାରେ ଚାକିରି ପାଇବେ।
ବିଛା: ସରକାରୀ କାମରେ ଆପଣ ସଫଳତା ପାଇବେ।
ବାପାମାଆଙ୍କର ପରାମର୍ଶ ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧି ହେବ।
ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।
ଆୟ ବ୍ୟୟରେ ସମାନତା ରହିବ।
ଧନୁ: ଦିନଟି ଆପଣଙ୍କୁ ଉନ୍ନତି ଦେବ।
ମୁସ୍କିଲ ପରିସ୍ଥିତିରେ ବନ୍ଧୁର ସାହାଯ୍ୟ ପାଇବେ।
ବ୍ୟବସାୟୀ କୌଣସି ବଡ଼ ନିର୍ଣ୍ଣୟ ନେବେ।
ବାପାମାଆ ପିଲାଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଚିନ୍ତା କରିବେ।
ମକର: ନୂଆ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ।
ବ୍ୟବସାୟରେ ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ କାମ କରନ୍ତୁ।
ପ୍ରେମୀଯୁଗଳଙ୍କର ସମ୍ବନ୍ଧ ମଜଭୁତ ହେବ।
କୁମ୍ଭ: ଆପଣଙ୍କୁ ବେପାରରେ ଉନ୍ନତି ଦିଶିବ।
ଅଫିସରେ କର୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ।
ପୈତୃକ ସଂପତ୍ତିରୁ ଲାଭ ମିଳିପାରେ।
ଗୃହିଣୀମାନଙ୍କ ଲାଗି ଦିନଟି ଭଲ ରହିବ।
ମୀନ: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ।
ବେପାରରେ ଆପଣଙ୍କୁ ଖୁବ୍ ଉନ୍ନତି ମିଳିବ।
ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ।
ପ୍ରେମ ଜୀବନ ଭଲ ରହିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।