Horoscope 2026 July 11: ଜାଣନ୍ତୁ ଆଜିର ରାଶିଫଳ
"ମେଷ: ଦିନଟି ଉତ୍ସାହ ଭରା ରହିବ।
ଇଂଜିନିୟର କୌଣସି ନୂଆ ଲକ୍ଷ୍ୟ ପୂରା କରିନେବେ।
କାହାରି ଠାରୁ ନେଇଥିବା ଧାର ପରିଶୋଧ କରିବେ।
କୌଣସି ଭଲ ଜାଗାକୁ ବୁଲି ଯାଇପାରନ୍ତି।Advertisment ବୃଷ: ଅସହାୟଙ୍କୁ ସାହାଯ୍ୟ କରିବାର ଅବସର ପାଇବେ।
ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ।
ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ।
ପାରିବାରିକ ଜୀବନ ସୁଖମୟ ହେବ।
ମିଥୁନ: କୌଣସି ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ।
ବ୍ୟବସାୟରେ କିଛି ସାମଗ୍ରୀ କିଣି ପାରନ୍ତି।
ପରିବାରରେ ଶାନ୍ତିର ପରିବେଶ ରହିବ।
ଅଫିସ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ।
କର୍କଟ: ସାରାଦିନ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ।
ଲେଖକ କୌଣସି ପୁସ୍ତକ ସମାପ୍ତ କରିବାରେ ସଫଳ ରହିବେ।
ରକ୍ତଚାପ ରୋଗୀଙ୍କୁ ଆରାମ ମିଳିବ।
ଉଚ୍ଚ ଶିକ୍ଷା ଲାଗି ଦିନଟି ବହୁତ ଭଲ।
ସିଂହ: ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିବ।
ନୂଆ କାମ କରିବା ଲାଗି ଉତ୍ସୁକ ରହିବେ।
କ୍ରିକେଟ ଖେଳାଳୀ ନିଜର କୋଚ ଠାରୁ କିଛି ନୂଆ ଶିଖିବେ।
ଛାତ୍ରୀଙ୍କ ଲାଗି ଭଲ ଦିନଟିଏ। କନ୍ୟା: ଆପଣଙ୍କ ଧ୍ୟାନ ପୂଜାପାଠରେ ଲଗାନ୍ତୁ ଶୁଭଫଳ ପାଇବେ।
ଅଫିସରେ କିଛି ଲୋକଙ୍କର ସାହାଯ୍ୟ ପାଇବେ।
ବ୍ୟବସାୟରେ ଲାଭ ପାଇବେ।
ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ ସଫଳତା ପାଇବେ।
ତୁଳା: ପୂର୍ବ କଥାକୁ ନେଇ ସଂଶୟରେ ରହିବେ।
ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ।
ଅଫିସରେ କତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ।
କ୍ରିକେଟ ଖେଳାଳୀମାନେ ଅଭ୍ୟାସରେ ଅଧିକ ପରିଶ୍ରମ କରିବେ। ବିଛା: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ।
ଆପଣଙ୍କ ବାଣୀରେ ମଧୁରତା ବଜାୟ ରହିବ।
ମହିଳାମାନେ ଘରେ ବ୍ୟବସାୟ ଆରମ୍ଭ କରିପାରନ୍ତି।
ଛାତ୍ରଛାତ୍ରୀ ଭଲ ଖବର ପାଇବେ।
ଧନୁ: ଛୋଟ ସ୍ତରର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।
ସାମାଜିକ ସେବା କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ସମ୍ମାନ ବଢ଼ିବ।
ପାରିବାରିକ ସମ୍ବନ୍ଧରେ ସାମଞସ୍ୟ ବଜାୟ ରହିବ।
ମକର: ଦିନଟି ଅପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ।
ବହୁ ରାଷ୍ଟୀୟ ଉଦ୍ୟୋଗରେ ଚାକିରର ସୁଯୋଗ ଆସିବ।
ନୂଆ ବ୍ୟବସାୟରେ ନିବଶେ କରିବାକୁ ଚାହୁଁଥିଲେ ନିଜର ବଜେଟ ଅନୁସାରେ ନିବେଶ କରନ୍ତୁ। କୁମ୍ଭ: ଦୀର୍ଘ ଦିନର ଆଶା ପୂରଣ ହେବ।
ଜୀବନକୁ ନୂଆ ଦିଶା ଦେବା ପାଇଁ ଭାବି ପାରନ୍ତି।
କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ।
ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିପାରେ। ମୀନ: ନିଜ କ୍ୟାରିୟର ସମ୍ବନ୍ଧରେ ଚିନ୍ତନ ମନ୍ଥନ କରିବେ।
ଅଫିସରେ ବରିଷ୍ଠଙ୍କ ଠାରୁ କିଛି ନୂଆ ଶିଖିବାକୁ ମିଳିବ।
ଆପଣଙ୍କର କିଛି ଭଲ ବନ୍ଧୁ ହେବେ।
ମଧୁମେହ ରୋଗୀ ଆରାମ ପାଇବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।