Horoscope 2026 July 08: ଜାଣନ୍ତୁ ଆଜିର ରାଶିଫଳ

Jul 08, 2026 - 00:07
Horoscope 2026 July 08: ଜାଣନ୍ତୁ ଆଜିର ରାଶିଫଳ

"ମେ‌ଷ: ମନ ଭିତରେ ଦବି ରହିଥିବା କୌଣସି କଥା ସାମନାକୁ ଆଣନ୍ତୁ।

ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ।

ପାରିବରିକ ଜୀବନରେ ଖୁସି ଆସିବ।

ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।Advertisment ବୃଷ: କୌଣସି ଛୋଟିଆ ସୁଯୋଗ ଆପଣଙ୍କୁ ଧନାଢ଼୍ୟ ବନାଇପାରେ।

ଉନ୍ନତି କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ।

ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ।

ମିଥୁନ: ଆପଣଙ୍କ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ।

ଅଫିସ ଯିବା ସମୟରେ ଜିନିଷ ଓ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ।

ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

କର୍କଟ: ପୂଜାପାଠରେ ସମୟ ବିତିବ।

ନିଜର ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ।

ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ଚାକିରିର ନୂଆ ପ୍ରସ୍ତାବ ମିଳିପାରେ।

ସିଂହ: ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ।

ଚାକିରିରେ ନିଜର କାର୍ଯ୍ୟ ଦକ୍ଷତା ଲାଗି ଅଧିକାରୀଙ୍କ ଠାରୁ ପୁରସ୍କାର ପାଇପାରନ୍ତି।

ସଙ୍ଗୀତ କ୍ଷେତ୍ରରେ ଲୋକ ଭଲ ପ୍ରଦର୍ଶନ କରିବେ।

କନ୍ୟା: ବେପାରୀବର୍ଗଙ୍କର ଆମଦାନି ବଢ଼ିବାର ସମ୍ଭାବନା।

ଚାକିରିଆଙ୍କ ଲାଗି ଦିନଟି ଭଲ।

ଆଗକୁ ବଢ଼ିବାର ଅବସର ପାଇବେ।

ରାଜନୀତିରେ ସଫଳତା ପାଇବେ।

ଜୀବନସାଥୀଙ୍କୁ ଉପହାର ଦେବେ। ‌ ତୁଳା: ଅତୀତ ସ୍ମୃତି ତାଜା ହେବ।

ଆପଣ ନିଜର ସ୍ଥିତି ମଜଭୁତ କରିପାରିବେ।

ଘରେ କୌଣସି ପ୍ରକାର ସୁଧାର କରିପାରନ୍ତି।

ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ।

ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ବିଛା: ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିପାରିବେ।

ଚାକିରି ବ୍ୟବସାୟରେ କଛି ପରିବର୍ତ୍ତନ ଲାଗି ଭାବି ପାରନ୍ତି।

ଅଚାନକ ଧନଲାଭ ଯୋଗ ଅଛି।

କଳାକ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ଧନୁ: କୌଣସି ନୂଆ ଦାୟିତ୍ବ କାନ୍ଧକୁ ଆସିପାରେ।

ସାମାଜିକ ପରିସର ବୃଦ୍ଧି ହେବ।

ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ସନ୍ଧ୍ୟାରେ ଜୀବନସାଥୀ ସହ ଆନନ୍ଦମୟ ସମୟ ଅତିବାହିତ କରିବେ।

ମକର: କୌଣସି ମାମଲାରେ ଆପଣ ଭାବୁକ ରହିବେ।

ସାଥୀରେ କାମ କରୁଥିବା ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।

ପରିବାର ଲୋକଙ୍କ ସହିତ ମହତ୍ବପୂର୍ଣ୍ଣ ବିଷୟ ଉପରେ କଥାବାର୍ତ୍ତା କରିବେ।

କୁମ୍ଭ: ନିଜର ପରିସର ବୃଦ୍ଧି ପାଇଁ  ଯଥା ସମ୍ଭବ ପ୍ରୟାସ କରିବେ।

ଟ୍ରାଭେଲ ଏଜେନ୍ସି ବ୍ୟବସାୟୀଙ୍କର ଉନ୍ନତି ହେବ।

ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ଜୀବନସାଥୀ ସହ ଆପଣଙ୍କ ସମ୍ବନ୍ଧ ମଧୁର ହେବ।

ମୀନ: ଆପଣଙ୍କର ସବୁ ସମସ୍ୟା ନିବାରଣ ହେବ।

ନୂଆ କାମ କରିବା ଲାଗି ଭାବି ପାରନ୍ତି।

କିଛି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ।

ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।