Lalkila: ଲାଲକିଲ୍ଲା ବିସ୍ଫୋରଣ ମାମଲା: ୧୧ ପୀଡ଼ିତଙ୍କ ଫରେନ୍ସିକ ରିପୋର୍ଟ ଦାଖଲ କଲା ଏନ୍ଆଇଏ
"ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା କାର୍ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୧ ଜଣଙ୍କ ସଂକ୍ରାନ୍ତରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଦିଲ୍ଲୀ କୋର୍ଟରେ ଏକ ଫରେନ୍ସିକ ରିପୋର୍ଟ ଦାଖଲ କରିଛି।
ସ୍ବତନ୍ତ୍ର ବିଚାରପତି ପୀତାମ୍ବର ଦତ୍ତଙ୍କ ନିକଟରେ ଏହି ରିପୋର୍ଟ ଦାଖଲ ହୋଇଛି, ଯିଏ କି ଏହି ରିପୋର୍ଟକୁ ଯାଞ୍ଚ କରିବା ପରେ ମାମଲାରେ ପରବର୍ତ୍ତୀ ରାୟ ଶୁଣାଇବେ।
ତେବେ କୋର୍ଟ ଇତିମଧ୍ୟରେ ୯ ଅଭିଯୁକ୍ତିଙ୍କ ନ୍ୟାୟିକ ହାଜତ ମିଆଦ ଆସନ୍ତା ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ପୂର୍ବରୁ ମେ ୧୪ ତାରିଖରେ ଏନ୍ଆଇଏ ଏହି ମାମଲାରେ ୭,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା।Advertisment ଆହୁରି ପଢନ୍ତୁ: Guest Teacher Recruitment ପ୍ରତ୍ୟାହାର ହେଲା ଯାଜପୁର ଜିଲ୍ଲାର ଅତିଥି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୧୦ ତାରିଖରେ ଜାତୀୟ ରାଜଧାନୀ ଦିଲ୍ଲୀରେ ହୋଇଥିବା କାର୍ ବୋମା ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।
ଗତମାସରେ ଏହି ମାମଲାରେ ଏନ୍ଆଇଏ ଅଧିକ ୩ ଜଣଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଏଥିସହ ମାମଲାରେ ମୋଟ୍ ୧୩ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି।
ଚାର୍ଜସିଟ୍ରେ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍ ଓ ବିସ୍ଫୋରକ ବୋଝେଇ ଗାଡ଼ି ଡ୍ରାଇଭର ଡାକ୍ତର ଉମେର ଉନ୍ ନବିର ନାଁ ମଧ୍ୟ ଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।