Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ

Jul 13, 2026 - 00:05
Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ

"‌ମେଷ: ଆପଣଙ୍କର କୌଣସି କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା କାରଣରୁ ସମସ୍ୟା ହେବ।

ରାଜନୀତି କ୍ଷେତ୍ରରେ ଥିବା ଲୋକ ଉଚ୍ଚ ପଦବିକୁ ମନୋନୀତ ହୋଇପାରନ୍ତି।

ବେପାରରେ ବଢ଼ିଆ ଧନଲାଭ ହେବ। ‌ବୃଷ: କାର୍ଯ୍ୟକ୍ଷେତ୍ରରେ ଦିଆଯାଇଥିବା କାମକୁ ନିର୍ଦ୍ଧାରିତ ସମୟରେ ପୂରା କରନ୍ତୁ।

ବ୍ୟବସାୟରେ ନୂଆ ନୂଆ ଯୋଜନା ଲାଗୁ କରିବେ।

ମହିଳାଙ୍କୁ ଘର କାମରେ ବିଶ୍ରାମ ମିଳିବ।

ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ‌ମିଥୁନ: ଚାକିରିଜୀବୀ ଉନ୍ନତି ଅବସର ପାଇବେ।

ବାପା ଆପଣଙ୍କ ବ୍ୟବସାୟ ବଢ଼ାଇବା ପାଇଁ ଧନ ଖର୍ଚ୍ଚ କରିବେ।

ଜୀବନସାଥୀ ସହିତ ମିଶି ପରିବାର ପାଇଁ ଭଲ କାମ କରିବେ।

ବନ୍ଧୁ ସହିତ ସମ୍ବନ୍ଧ ମଜଭୁତ ହେବ। ‌କର୍କଟ: ନୂଆ କାମ କରିବା ଲଗି ସମୟ ଭଲ ରହିବ।

କାନୁନ ମାମଲରେ ଜିତିବାର ଯୋଗ ଅଛି।

ଘରେ କୌଣସି ପ୍ରକାର ସୁଧାର କରିପାରନ୍ତି।

ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

ଛାତ୍ରଛାତ୍ରୀ ଲେଖାପଢ଼ାରେ ଧ୍ୟାନ ଲଗାଇ ରୁହନ୍ତୁ।‌ସିଂହ: ଅଫିସରେ ଦେଇଥିବା କାମକୁ ପୂରା ସଚ୍ଚୋଟତା ଓ ନିଷ୍ଠାର ସହିତ କରନ୍ତୁ ଆପଣଙ୍କର ଦରମା ବୃଦ୍ଧି ହୋଇପାରେ।

ଅସହାୟଙ୍କୁ ସାହାଯ୍ୟ କରିବାର ମଉକା ପାଇବେ।

ସନ୍ତାନ ଠାରୁ ସୁଖଦ ଖବର ପାଇବେ।

କନ୍ୟା: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ ରହିବ।

ଅଫିସରେ ମହତ୍ବପୂର୍ଣ୍ଣ ମାମଲାର କିଛି ବିଶେଷ ଲୋକଙ୍କ ସହିତ କଥାବର୍ତ୍ତା କରିବାର ମଉକା ପାଇବେ।

ଛାତ୍ରଛାତ୍ରୀ କିଛି ନୂଆ କରିବାର ଚେଷ୍ଟା କରିବେ।

ତୁଳା: ବିରୋଧୀ ଆପଣଙ୍କ କାମର ପ୍ରଶଂସା କରିବେ।

ଚାକିରିରଜୀବୀ ସହକର୍ମୀଙ୍କ ସାହାଯ୍ୟ ପାଇବେ।

ବାପା ମାଆଙ୍କ ଆଶୀର୍ବାଦରୁ କରୁଥିବା କାମର ସଫଳ ହେବେ।

ବେପାର କାମରେ ଦୂରସ୍ଥାନକୁ ଯିବେ।

ବିଛା: ବକେୟା ଅର୍ଥ ପାଇବେ।

କୌଣସି ସମାରୋହରେ ସାମିଲ ହେବେ।

ଅଜଣା ବ୍ୟକ୍ତିଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।

ଲେଖକଙ୍କର କୌଣସି ପୁସ୍ତକ ପ୍ରକାଶିତ ହୋଇପାରେ।

ଧନୁ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ରାଜନୀତିକ ଲୋକଙ୍କର ସମାଜରେ ଦବଦବା ରହିବ।

ଖେଳାଳୀ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ।

ଛାତ୍ରଛାତ୍ରୀ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ।

ମକର: ଆପଣ ନିଜକୁ ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଓ ସବଳ ଅନୁଭବ କରିବେ।

ବନ୍ଧୁ ସହାୟତାରେ ଆୟର ଅବସର ପାଇବେ।

କରଜ ପରିଶୋଧ କରିବେ।

କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

କୁମ୍ଭ: ଆଳସ୍ୟକୁ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ।

ଜୀବନସାଥୀ ସହିତ କୌଣସି ପ୍ରସଙ୍ଗକୁ ନେଇ ଆଲୋଚନା କରି ପାରନ୍ତି।

ପୁରୁଣା ଜମିବାଡ଼ିର ସମସ୍ୟା ସୃଷ୍ଟି ହୋଇପାରେ।

ମୀନ: ଚାକିରିଜୀବୀଙ୍କୁ ଅଚାନକ ଅର୍ଥର ଆବଶ୍ୟକତା ପଡ଼ିପାରେ।

ବନ୍ଧୁବର୍ଗଙ୍କ ଠାରୁ ସହାୟତା ମିଳିପାରେ।

ସକାରାତ୍ମକ ଭାବନାକୁ ସାର୍ଥକ କାମରେ ଲଗାନ୍ତୁ।

ରଚନାତ୍ମକ ପ୍ରତିଭା ସମସ୍ତଙ୍କ ସାମନାକୁ ଖୋଲିକରି ଆସିବ।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।