Horoscope 2026 August 22: ଜାଣନ୍ତୁ ଆଜିର ରାଶିଫଳ...

Aug 22, 2026 - 00:02
Horoscope 2026 August 22: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ଦିନଟି ସବୁ ଦୃଷ୍ଟିରୁ ଭଲ।

ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡିଲ୍ ଫାଇନାଲ ହୋଇଯିବ।

ଜୀବନସାଥୀଙ୍କୁ ଖୁସି କରିବା ଲାଗି କୌଣସି ଉପହାର ଦେବେ।

ଆପଣଙ୍କ ପ୍ରେମ ସଂପର୍କ ମଜଭୁତ ହେବ।

Advertisment ବୃଷ: ବ୍ୟବସାୟରେ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।

ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ।

ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷାରେ ଭଲ ପରିଣାମ ପାଇବେ।

ମୋଟର ଯାନ ସାବଧାନତାର ସହ ଚଳାନ୍ତୁ।

ମିଥୁନ: କରିଆସୁଥିବା ଚେଷ୍ଟାରେ ସଫଳ ହେବେ।

ସମାଜରେ ପ୍ରଭାବ ବଢ଼ିବ।

ଆର୍ଥିକ ସ୍ଥିତିରେ ସୁଧାର ହେବ।

ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ।

ଭଳ ଖବର ଶୁଣିବେ।

ନବଦମ୍ପତିଙ୍କ ଲାଗି ସମୟ ଭଲ।

କର୍କଟ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ।

କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

ପରିବାରରେ ଖୁସିର ବାତାବରଣ ରହିବ।

ଅଚାନକ ଧନଲାଭ ଯୋଗ ଅଛି।

ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସିଂହ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ।

ମକଦ୍ଦମାରେ ଜୟଲାଭ କରିବେ।

ସାମାଜିକ ସମାରୋହକୁ ଯିବାର ଅବସର ପାଇବେ।

ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

କନ୍ୟା: ସବୁ ସମସ୍ୟାର ସମାଧାନ ବାହାରିବ।

ଶିକ୍ଷାକ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ।

ବ୍ୟବସାୟରେ ପ୍ରଗତି ଲାଗ ସମୟ ଭଲ।

ଆଇନି ଛାତ୍ର କୌଣସି ବଡ଼ ଓକିଲ ସହ କାମ କରିବେ।

ଆହୁରି ପଢ଼ନ୍ତୁ- Swami Laxmanananda Saraswati ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହେଉଛନ୍ତି ଆମ ସମାଜର 'ଗୁରୁ, ଗ୍ରନ୍ଥ ଏବଂ ଗରିମା' :ମୁଖ୍ୟମନ୍ତ୍ରୀ ତୁଳା: ଆତ୍ମବିଶ୍ବାସ ବଳରେ ପ୍ରତ୍ୟେକ କାମରେ ସଫଳ ହେବେ।

କବିମାନଙ୍କ ଲାଗି ସମୟ ମହତ୍ବପୂର୍ଣ୍ଣ ରହିବ।

ବୈବାହିକ ଜୀବନ ଖୁସିଭରା ରହିବ।

ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ।

ବିଛା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ।

କାମକୁ ନେଇ ସହକର୍ମୀଙ୍କ ବିଚାରବିମର୍ଶ କରିବେ।

ସାମାଜିକ ଜୀବନ ଭଲ ରହିବ।

ପରିବାର ସହ ସହରକୁ ଜିନିଷ କିଣିବା ଲାଗି ଯିବେ।

ଧନୁ: ଅଚାନକ ଧନଲାଭ ହେବ।

ନୂଆ କାମ କରିବାରେ ରୁଚି ବଢ଼ିବ।

ରାଜନୀତିରେ ସଫଳତା ପାଇବେ।

ସରକାରୀ ଚାକିରିଆଙ୍କ ସମୟ ଭଲ।

ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ।  ‌ ମକର: ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ।

ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

ଧନଲାଭର ଅବସର ପାଇବେ।

ମନରେ ନୂଆ ଆଶା ଉତ୍ପନ୍ନ ହେବ।

ବିବାହିତଙ୍କ ଲାଗି ସମୟ ସୁଖଦାୟୀ ରହିବ।

କୁମ୍ଭ: ମଧୁର ବ୍ୟବହାର ପାଇଁ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ।

ବେପାରରେ ଗତି ବୃଦ୍ଧି ହେବ।

ସଫ୍ଟୟର ଇଂଜିନିୟରଙ୍କ ଲାଗି ଦିନଟି ବିଶେଷ ରହିବ।

ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ। ‌  ମୀନ: ସୁସମ୍ବାଦ ପାଇବେ।

ନୂଆ ଚାକିରିର ସୁଯୋଗ ଅଛି।

ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

କାରବାରରେ ଯଥେଷ୍ଟ ଲାଭ ପାଇବେ।

ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)