Holy Trinity to Give Nabajaubana Darshan Today: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ମଣ୍ଡଣି ଘରକୁ ବିଜେ କରିବେ ୩ ପଟି ଦିଅଁ

Jul 14, 2026 - 16:21
Holy Trinity to Give Nabajaubana Darshan Today: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ମଣ୍ଡଣି ଘରକୁ ବିଜେ କରିବେ ୩ ପଟି ଦିଅଁ

ସୁସ୍ଥ ହୋଇସାରିଛନ୍ତି ମହାପ୍ରଭୁ। ୧୫ ଦିନର ଅଣସର ପରେ ଆଜି ନବଯୌବନ ରୂପରେ ଝଟକିବେ ଶ୍ରୀଜିଉ। ଆଜି ନବଯୌବନ ଦର୍ଶନ ହେଲା ବେଳକୁ ସନ୍ଧ୍ୟା ହୋଇପାରେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ବର୍ତ୍ତମାନ ମହାପ୍ରଭୁଙ୍କ ବନକ ଲାଗି ନୀତି ଚାଲିଛି।

ଏହାପରେ ପ୍ରଥମେ ପରିମାଣିକ ଦର୍ଶନ ଗୋଟେ ଘଣ୍ଟା ଏବଂ ପରେ ସାହାଣମେଳା ଦର୍ଶନ ଏକ ଘଣ୍ଟା ହେବ। ଏଥର ଏକାଦଶୀରୁ ଚତୁର୍ଦ୍ଦଶୀ ମଧ୍ୟରେ କ୍ଷୟ ଗୋଟିଏ ଦିନ ରହିଥିବାରୁ ନୀତିର ବହୁଳତା ରହିଛି। 

ଏଥିପାଇଁ ଆସନ୍ତାକାଲି ଉଭା ଦିନରେ ସାଧାରଣ ଦର୍ଶନ ବନ୍ଦ ରହିବ। ସେହିପରି ଆସନ୍ତାକାଲି ଯେଉଁଭକ୍ତମାନେ ମହାପ୍ରସାଦ ସେବନ କରିବାକୁ ଚାହିଁବେ ସେମାନେ ଉତ୍ତର ଦ୍ବାର ଦେଇ ଯାଇପାରିବେ ଏବଂ ସେହି ଦ୍ବାରରେ ପ୍ରସ୍ଥାନ ମଧ୍ୟ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।  

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ
ବଡ଼ସିଂହାର ଧୂପ ପରେ ବନକ ଲାଗି 
ମଣ୍ଡଣି ଘରକୁ ବିଜେ କରିବେ ୩ ପଟି ଦିଅଁ
ଭିତର କାଠ ନିକଟରୁ ନବଯୌବନ ଦର୍ଶନ
ଆଜି ବିଳମ୍ବ ହୋଇପାରେ ନବଯୌବନ ଦର୍ଶନ
ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।