Hockey team's orange jersey: ହକି ଦଳର ନାରଙ୍ଗୀ ଜର୍ସିକୁ ନେଇ ବିବାଦ: ନୂଆ ଜର୍ସିକୁ ନବୀନଙ୍କ ନାପସନ୍ଦ

Jul 31, 2026 - 05:34
Hockey team's orange jersey: ହକି ଦଳର ନାରଙ୍ଗୀ ଜର୍ସିକୁ ନେଇ ବିବାଦ: ନୂଆ ଜର୍ସିକୁ ନବୀନଙ୍କ ନାପସନ୍ଦ

"ନୂଆଦିଲ୍ଲୀ: ଭାରତୀୟ ହକି ଦଳର ନୂଆ ନାରଙ୍ଗୀ ରଙ୍ଗର ଜର୍ସିକୁ ନେଇ ବିବାଦ ଦେଖାଦେଇଛି।

ପ୍ରିୟଙ୍କା ଗାନ୍ଧିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିରୋଧୀ ଦଳ ନେତାମାନେ ଏହାକୁ ହକିର ଗେରୁଆକରଣ ବୋଲି ଅଭିଯୋଗ କରିଛନ୍ତି।

ଭାରତୀୟ ହକିଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ବିଧାୟକ ପର୍ଗତ ସିଂହ ଏହାକୁ ବିରୋଧ କରି କହିଛନ୍ତି ଯେ ସବୁଜିନିଷକୁ ଏକ ନିର୍ଦ୍ଦିଷ୍ଟ ରଙ୍ଗ ଦେବା ବିଜେପିର ହୀନ ମାନସିକତାକୁ ଦର୍ଶାଉଛି।

ସରକାର ଏହି ମାନସିକତା ଛାଡ଼ି ଖେଳର ବିକାଶ ଓ ଖେଳାଳିମାନଙ୍କୁ ଭଲ ସୁବିଧାସୁଯୋଗ ପ୍ରଦାନ ଉପରେ ଗୁରୁତ୍ବ ଦେବା ଆବଶ୍ୟକ।

ସେ କହିଛନ୍ତି ଯେ ଶିକ୍ଷାନୀତି ହେଉ କିମ୍ବା ଅନ୍ୟ କ୍ଷେତ୍ର ସବୁବେଳେ ବିଜେପିର ଲକ୍ଷ୍ୟ ହେଉଛି ବିଷୟବସ୍ତୁକୁ ପରିବର୍ତ୍ତନ କରିବା।

ମୁଁ ଯେବେଠାରୁ ହକି ଦେଖୁଛି ଓ ଖେଳିଛି ଆମ ଜର୍ସିର ରଙ୍ଗ ନୀଳ ଥିଲା।

କିନ୍ତୁ ବିଜେପିର ମାନସିକତା ହେଉଛି ପ୍ରତ୍ୟେକ ଜିନିଷକୁ ଏକ ନିର୍ଦ୍ଦିଷ୍ଟ ରଙ୍ଗ ଦେବା, ତାହା ହେଉଛି ଗେରୁଆ।

ଏହା ଦ୍ବାରା ଆମ ଦେଶ କଣ ହାସଲ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଏ ନେଇ ବିବାଦ ବଢିବା ପରେ ହକି ଇଣ୍ଡିଆ ପକ୍ଷରୁ ଏକ ବୟାନ ଜାରି କରି ସ୍ପଷ୍ଟୀକରଣ ଦିଆଯାଇଛି ଯେ ଅନ୍ତର୍ଜାତୀୟ ହକି ଷ୍ଟାଡିୟମଗୁଡ଼ିକରେ ବ୍ୟବହାର ହେଉଥିବା ଟର୍ଫଗୁଡ଼ିକର ରଙ୍ଗ ନୀଳ ଥିବାବେଳେ ଭାରତୀୟ ଦଳର ନୀଳ ଜର୍ସି ସହ ତାହା ମିଶିଯାଇଥିଲା।

ଏହା ଦ୍ବାରା ପଡ଼ିଆ ଭିତରେ ଓ ବାହାରେ ସ୍ପଷ୍ଟତା ଓ ଦୃଶ୍ୟମାନତାକୁ ନେଇ ସମସ୍ୟା ଦେଖାଦେଉଥିଲା।

ଏହାକୁ ଦୃଷ୍ଟିରେ ରଖି ଖେଳାଳି, ସହାୟକ କର୍ମଚାରୀ ଓ ଅନ୍ୟ ପକ୍ଷମାନଙ୍କ ସହ ପରାମର୍ଶ ପରେ ଜର୍ସିର ରଙ୍ଗ ବଦଳାଯାଇଛି।Advertisment Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!

ଭୁବନେଶ୍ବର: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ବଦଳାଯିବାକୁ ନାପସନ୍ଦ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ହକି ଦଳର ନୀଳ ଜର୍ସି କେବଳ ଏକ ରଙ୍ଗ ନୁହେଁ, ଏହା ସହିତ ଦେଶର ଭାବାବେଗ ଜଡ଼ିତ ରହିଛି।

କିନ୍ତୁ ଓଡ଼ିଶାର ବିଜେପି ସରକାରଙ୍କ ଚାପରେ ରଙ୍ଗ ବଦଳାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। "ଏକ୍ସ"ରେ ସେ ଲେଖିଛନ୍ତି ଯେ ଭାରତୀୟ ହକି ଦଳର ନୀଳ ଜର୍ସିକୁ ବଦଳାଇ ନାରଙ୍ଗୀ କରାଯିବା ଖବର ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଛି।

ଏହି ନୀଳ ରଙ୍ଗ କେବଳ ଏକ ରଙ୍ଗ ନୁହେଁ, ବରଂ ଏହା ଭାରତର କ୍ରୀଡ଼ା ପରମ୍ପରା, ଗୌରବ ଓ ଭାବାବେଗର ଏକ ପ୍ରତୀକ।

ଦଶନ୍ଧି ଧରି  ଏହି ନୀଳ ରଙ୍ଗ ଆମକୁ ଏକାଠି କରିଆସିଥିଲା।

ଏହି ନୀଳ ଜର୍ସି ପିନ୍ଧି ଆମ ଦଳ ଅଲିମ୍ପିକ୍‌ ପଦକ ଜିତିଥିଲା।

ଏହି ନୀଳ ରଙ୍ଗ ଆମ ଜାତୀୟ ପକାତାର ନୀଳଚକ୍ରରୁ ଆସିଛି।

ଏହା ଆମ ଗର୍ବ ଓ ଗୌରବର ପ୍ରତୀକ।

ଯେତେବେଳେ ଜାତୀୟ ହକି ଦଳକୁ ପ୍ରାୟୋଜକ ମିଳୁ ନଥିଲା, ଓଡ଼ିଶା ସମର୍ଥନ ପାଇଁ ଆଗେଇ ଆସିଥିଲା।

୪୧ ବର୍ଷ ପରେ ଭାରତ ଅଲିମ୍ପିକ୍‌ ପଦକ ଜିତିଥିଲା।

କିନ୍ତୁ ରାଜ୍ୟରେ ସରକାର ବଦଳିଯିବା ଅର୍ଥ ନୁହେଁ ଯେ ଆମେ ଆମ ଜାତୀୟ ଦଳର ରଙ୍ଗ ବଦଳାଇଦେବା।

ଏହା ଏକ ହୀନ ରାଜନୀତି।

ଆର୍ଜେଣ୍ଟିନା ପାଇଁ ନୀଳ ଗାରପକା ଜର୍ସି ଓ ବ୍ରାଜିଲ୍‌ ପାଇଁ ହଳଦିଆ ଜର୍ସି ଯାହା ଆମ ପାଇଁ ନୀଳ ଜର୍ସି ଠିକ୍‌ ସେହିପରି।  “ମୁୁଁ ନିଶ୍ଚିତ ଯେ ଓଡ଼ିଶା ସରକାରଙ୍କ ଚାପରେ ଏପରି କରାଯାଇଛି, ଦାୟିତ୍ବରେ ଥିବା ଅଧିକାରୀମାନେ ଏହାକୁ ଖଣ୍ଡନ କରିପାରନ୍ତି, କିନ୍ତୁ ଗତ ଦୁଇ ବର୍ଷରେ ଓଡ଼ିଶା ସରକାରଙ୍କ ମୁଖ୍ୟ କାମ ହୋଇଛି କୋଠା, ବସ୍‌ ଓ ପୋଲର ରଙ୍ଗ ବଦଳାଇବା।

ଓଡ଼ିଶା ବିଜେପି ଦ୍ବାରା ହକିର ରାଜନୀତିକରଣକୁ ମୁଁ ଦୃଢ ବିରୋଧ କରୁଛି""‌ ବୋଲି ନବୀନ ଲେଖିଛନ୍ତି।

Flood In Odisha: ତେଲ, ଉତେଇ ନଦୀରେ ବନ୍ୟା, ଶତାଧିକ ଏକର ଚାଷଜମି ଜଳମଗ୍ନ ବାହ୍ୟ ଚାପ କି ରାଜ‌ନୈତିକ କାରଣ ନାହିଁ: ଦିଲୀପଭୁବନେଶ୍ବର: ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତନକୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଦୃଢ଼ ସମର୍ଥନ କରିଛନ୍ତି।

ରୋକଠୋକ୍‌ ଭାବେ ଦିଲୀପ କହିଛନ୍ତି ଏଭଳି କରିବାରେ କୌଣସି ବାହାର ଚାପ କି ରାଜନୈତିକ କାରଣ ନାହିଁ।

ଖେଳାଳିମାନଙ୍କୁ ବିଶ୍ବକପ୍‌ ପୂର୍ବରୁ ସମର୍ଥନ କରିବାକୁ ସେ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି।

ଜର୍ସିର ରଙ୍ଗକୁ ନେଇ ଅଯଥାରେ କୌଣସି ବିବାଦ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଜାତୀୟ ପତାକାରେ ଥିବା ଧଳା ଓ ନାରଙ୍ଗୀ ମଧ୍ୟରୁ ଗୋଟିଏକୁ ଚୟନ କରାଯାଇଛି।

ଏହା ମଧ୍ୟ ସ୍ଥାୟୀ ନୁହେଁ ବୋଲି ଦିଲୀପ ପ୍ରକାଶ କରିଛନ୍ତି।

ଅତୀତରେ ମଧ୍ୟ ୨୦୧୪ ଓ ୨୦୧୮ରେ ଜର୍ସିର ରଙ୍ଗ ପରିବର୍ତ୍ତନ କରାଯାଇଛି।

ଆମ ଖେଳ ସମୟରେ ମଧ୍ୟ ଗାଢ଼ ନୀଳରେ ଖେଳିଥିଲୁ।

ଜର୍ସିର ରଙ୍ଗ ପରିବର୍ତ୍ତନଶୀଳ ଥିବାରୁ ଏହାକୁ ନେଇ ଅଯଥା ବିବାଦ ନକରିବାକୁ ସେ ଅନୁରୋଧ କରିଛନ୍ତି।

ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ମତାମତ ନିଆଯିବା ପରେ ଭବିଷ୍ୟତରେ ମଧ୍ୟ ଏହା ପରିବର୍ତ୍ତନ ହେବ ବୋଲି କହିଥିଲେ ଏହି ପୂର୍ବତନ ଅଧିନାୟକ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।