Hockey jersey color: ହକି ଜର୍ସି ରଙ୍ଗ ବଦଳ ବିବାଦରେ ନୂଆ ମୋଡ଼; ମୋ ସହ କେହି କଥା ହୋଇନଥିଲେ: ଦିଲୀପ ତିର୍କି
"ଭୁବନେଶ୍ବର: ଜାତୀୟ ହକି ଦଳର ଜର୍ସି ବଦଳକୁ ନେଇ ଚାଲିଥିବା ବିବାଦ ଏକ ନୂଆ ମୋଡ ନେଇଛି।
ଗୁରୁବାର ଏହା ସପକ୍ଷରେ ମତ ରଖିଥିବା "ହକି ଇଣ୍ଡିଆ" ସଭାପତି ଦିଲୀପ ତିର୍କି ଶୁକ୍ରବାର କହିଛନ୍ତି ଯେ ଜର୍ସିର ରଙ୍ଗ ବଦଳ ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ନିଆଯାଇ ନଥିଲା।
ମୋ ସହ କେହି କଥା ହୋଇନଥିଲେ କି କୌଣସି ଅଫିସିଆଲ୍ ଆଗୁଆ ଅନୁମତି ନେଇନଥିଲେ।
ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମଗାଯିବା ପରେ ଦିଲୀପ ଶନିବାର ଏ ସମ୍ପର୍କରେ ସରକାରୀ ଅଧିକାରୀଙ୍କୁ ଭେଟି ନିଜ ମତ ରଖିବେ ବୋଲି ସୂଚନା ମିଳିଛି।
Advertisment Horoscope 2026 August 01: ଜାଣନ୍ତୁ ଆଜିର ରାଶିଫଳ...
ଏହା ପୂର୍ବରୁ ଦିଲୀପ ଶୁକ୍ରବାର ସକାଳେ ହକି ମହାସଂଘର କାର୍ଯ୍ୟନିର୍ବାହୀ ପରିଷଦକୁ ଏକ ଇମେଲ୍ ଲେଖି ସେ ଏ ନେଇ ଜବାବ ତଲବ କରିଛନ୍ତି।
ସେ ଲେଖିଛନ୍ତି ଯେ ଜର୍ସିର ରଙ୍ଗ ପରିବର୍ତ୍ତନ ସଂପର୍କିତ ପ୍ରସ୍ତାବ କାର୍ଯ୍ୟନିର୍ବାହୀ ପରିଷଦରେ ଆଲୋଚନା ପାଇଁ ଆଗତ କରାଯାଇ ନଥିଲା, କିମ୍ବା ତାଙ୍କ ଜ୍ଞାତସାରକୁ ଅଣାଯାଇ ନଥିଲା।
କେଉଁ ଭିତ୍ତିରେ ଏପରି ନିଷ୍ପତ୍ତି ନିଆଯାଇଥିଲା,ଏଥିପାଇଁ କେଉଁ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା ଏବଂ କେଉଁ ପରିସ୍ଥିତିରେ ନିଷ୍ପତ୍ତିକୁ ମଂଜୁର କରି କାର୍ଯ୍ୟକାରୀ କରାଯାଇଥିଲା ତାହା ଜଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆରକେ ଶ୍ରୀବାସ୍ତବଙ୍କୁ ଏକ ପୃଥକ୍ ଇମେଲ୍ ଲେଖିଛନ୍ତି ତିର୍କି।
ଏହି ଇମେଲ୍ରେ ଜର୍ସିର ରଙ୍ଗ ବଦଳାଇବା ଲାଗି କିଏ କ୍ଷମତା ଦେଲା, ଏହି ନିଷ୍ପତ୍ତିରେ କିଏ କିଏ ସଂପୃକ୍ତ ଥିଲେ ଏବଂ ଏହି ନିଷ୍ପତ୍ତି ଘୋଷଣା କରାଯିବା ପୂର୍ବରୁ କାହିଁକି ସଭାପତି ଓ କାର୍ଯ୍ୟନିର୍ବାହୀ ପରିଷଦକୁ ସୂଚୀତ କରାଗଲା ନାହିଁ, ସେ ସଂପର୍କିତ ଏକ ରିପୋର୍ଟ ଜୁଲାଇ ୩୧ ଅପରାହ୍ଣ ୫ଟା ସୁଦ୍ଧା ପ୍ରଦାନ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।
ଉଭୟ ଇମେଲ୍ର ଉତ୍ତର ଦିଲୀପ ପାଇ ସାରିଥିବା ଦିଲୀପ "ସମ୍ବାଦ" ଆଗରେ ସ୍ବୀକାର କରିଛନ୍ତି।
ଖେଳାଳି ଓ ଅଫିସିଆଲଙ୍କ ପସନ୍ଦରେ ଏଭଳି କରାଯାଇଛି ବୋଲି ସ୍ପଷ୍ଟୀକରଣ ଆସିଥିବା ସେ ଜଣାଇଛନ୍ତି।
ତେବେ କୌଣସି ସରକାରୀ ଚାପ କି ରାଜନୈତିକ ହସ୍ତକ୍ଷେପକୁ ସେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।
Britain: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ପ୍ରଥମ ଟେଲିଫୋନ୍ କଥାବାର୍ତ୍ତା ହକି ଇଣ୍ଡିଆରେ ବିଭେଦଭାରତୀୟ ହକି ଦଳର ନୂଆ ଜର୍ସି ରଙ୍ଗକୁ ନେଇ ବିବାଦ ବଢ଼ିବା ସହ ଏହା ହକି ଇଣ୍ଡିଆ ଭିତରେ ଥିବା ବିଭେଦକୁ ବି ପଦାରେ ପକାଇଛି।
ସଭାପତି ଦିଲୀପ ତିର୍କିଙ୍କ ଅଜ୍ଞାତରେ ଏହା ଘଟିଥିବା କଥା ସେ ସ୍ପଷ୍ଟ କରିବା ପରେ ବିବାଦ ନୂଆ ମୋଡ଼ ନେଇଛି।
ସମ୍ପାଦକ ଭୋଳାନାଥ ସିଂହ ଦଳର ରଙ୍ଗ ପରିବର୍ତନକୁ ବୈଷୟିକ ନିଷ୍ପତ୍ତି ବୋଲି ଦର୍ଶାଇବା ସହ ଏହା ଖେଳାଳିଙ୍କ ଦାବି ଓ ଅଫିସିଆଲଙ୍କୁ ଜଣାଥିଲା ବୋଲି ପ୍ରକାଶ କରିଛନ୍ତି।
ପୂର୍ବତନ ଖେଳାଳି, ରାଜନେତାଙ୍କ ସହ ମୁଖ୍ୟ ପ୍ରାୟୋଜକ ଓଡ଼ିଶା ସରକାର ମଧ୍ୟ ଏହାକୁ ନେଇ ପ୍ରଶ୍ନ କରିଛନ୍ତି।
ତଥାପି ଏହି ବିବାଦଠାରୁ ଦୂରେଇ ରହି ବିଶ୍ବକପ୍ ପ୍ରସ୍ତୁତିରେ ମନୋନିବେଶ କରିବାକୁ ଦିଲୀପ ତିର୍କି ଅନୁରୋଧ କରିଛନ୍ତି।
ସଭାପତି ଅଜ୍ଞାତରେ ଥିବା ପ୍ରକାଶ କରିବା ପରେ ସମ୍ପାଦକ ଭୋଳାନାଥ ସିଂହ କହିଛନ୍ତି ଯେ, ଅଫିସିଆଲ୍ ଏହା ଜାଣିଥିଲେ।
ଏହାକୁ ଅଯଥା ରାଜନୈତିକ ରଙ୍ଗ ନଦେବାକୁ ସେ ଅନୁରୋଧ କରିଛନ୍ତି।
ଏଥିରୁ ହକି ଇଣ୍ଡିଆ ଭିତରେ ମତଭେଦ ଥିବା ଓ ସମନ୍ବୟ ନଥିବା ସ୍ପଷ୍ଟ ହୋଇଛି।
ଜର୍ସିର ରଙ୍ଗ ପରିବର୍ତ୍ତନ ପରେ ପୂର୍ବତନ ଖେଳାଳି ବାସୁଦେବ ଭାସ୍କରନ୍, ବୀରେନ ରସ୍କିନା, ଅଜିତ ପାଲ୍ ସିଂହ, ପର୍ଗଟ ସିଂହ ପ୍ରମୁଖ ଏହାକୁ ସମାଲୋଚନା କରିଛନ୍ତି।
ଓଡ଼ିଶା ସରକାର ମଧ୍ୟ ଦିଲୀପ ତିର୍କିଙ୍କଠାରୁ ଏ ନେଇ ସ୍ପଷ୍ଟୀକରଣ ମାଗିଥିବା ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି।
ଦିଲୀପ ତିର୍କି କାର୍ଯ୍ୟନିର୍ବାହୀ ବୋର୍ଡ ନିକଟରୁ ସ୍ପଷ୍ଟୀକରଣ ମାଗିବା ପରିପ୍ରେକ୍ଷୀରେ ଏହାର ଜଣେ ସଦସ୍ୟ କହିଛନ୍ତି ମୋ ନିକଟରେ ସେଭଳି କୌଣସି ଆଗୁଆ ସୂଚନା ନଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।