Hockey: କନିଷ୍ଠ ମହିଳା ଏସିଆ କପ୍ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ
"ଭୁବନେଶ୍ବର: ମିଡ୍ଫିଲ୍ଡର ଖାଇଦେମ୍ ସିଲେଇମା ଚାନୁଙ୍କ ନେତୃତ୍ବରେ ଆଗାମୀ କନିଷ୍ଠ ମହିଳା ଏସିଆ କପ୍ ଲାଗି ୧୮ ଜଣିଆ ଦଳ ଘୋଷିତ ହୋଇଛି।
ଚୀନ୍ର ମୋକ୍ବିରେ ଚଳିତ ମାସ ୩୦ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତା ଲାଗି ଘୋଷିତ ଏହି ଦଳରେ ଓଡ଼ିଶାରୁ ୩ ଜଣ ଗୋଲି ଏଞ୍ଜେଲ ହର୍ଷ ରାଣୀ ମିଞ୍ଜ, ଡିଫେଣ୍ଡର ପୂଜା ସାହୁ ଓ ମିଡ୍ଫିଲ୍ଡର ତନୁଜା ଟୋପ୍ନୋ ସ୍ଥାନ ପାଇଛନ୍ତି।
ଏହି ମହାଦେଶୀୟ ପ୍ରତିଯୋଗିତା ଲାଗି ନୂଆ ମୁଖ୍ୟ ପ୍ରଶିକ୍ଷକ ଟିମ୍ ହ୍ବାଇଟ୍ଙ୍କ ତତ୍ତ୍ବାବଧାନରେ ଦଳ ପ୍ରସ୍ତୁତ ହୋଇଛି।Advertisment ଭାରତୀୟ ଦଳ: ଗୋଲି-ନିଧି, ଏଞ୍ଜେଲ ହର୍ଷ ରାଣୀ ମିଞ୍ଜ, ଡିଫେଣ୍ଡର- ପୂଜା ସାହୁ, ସୁପ୍ରିୟା, ପୂଜା ମଲ୍ଲିକ, ପାର୍ବତୀ ଟୋପ୍ନୋ, ମଧୁ, ମିଡ୍ଫିଲ୍ଡର-ଖାଇଦେମ ସିଲେଇମା ଚାନୁ (ଅଧିନାୟିକା), ତନୁଜା ଟୋପ୍ନୋ, ବିନିମା ଧାନ୍, ରୋଶନୀ ଐନ୍ଦ, ଗୀତା ଯାଦବ, ଫରୱାର୍ଡ-ଲାଲରିନପୁଲି, ପୂର୍ଣ୍ଣିମା ଯାଦବ, ସୁଖବୀର କୌର, କ୍ରିଷ୍ଣା ଶର୍ମା, ସନିକା ଚନ୍ଦ୍ରକାନ୍ତ ମାନେ, ମଧୁ ସିଦାର।
ଷ୍ଟାଣ୍ଡ ବାଇ-ଏଫ୍ ଲାଲ୍ବିକ୍ସିଆମି, ତନୁଶ୍ରୀ ଦିନେଶ କଡ଼ୁ।
Big conspiracy: ହକି ଜର୍ସି ରଙ୍ଗ ପଛରେ ବଡ଼ ଷଡ଼ଯନ୍ତ୍ର: ଚପିଗଲା ଅସୁନ୍ତାଙ୍କ ଅଭିଯୋଗ, ଧ୍ୟାନ ହଟାଇବାର ଏକ ଚାଲ ମାତ୍ର କି?
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।