Hockey: ଉପକନିଷ୍ଠ ୫ଏସ୍ ଏସୀୟ ହକି ଦଳରେ ଓଡ଼ିଶାରୁ ସ୍ବିଟି, କିରଣ
"ଭୁବନେଶ୍ବର: ପ୍ରଥମ ଥର ଆୟୋଜିତ ହେବାକୁ ଥିବା ଉପକନିଷ୍ଠ (୧୮ ବର୍ଷରୁ କମ୍) ବାଳକ ଓ ବାଳିକା ୫ଏସ୍ ହକି ଏସୀୟ ପ୍ରତିଯୋଗିତା ଲାଗି ଭରତୀୟ ଦଳ ମଙ୍ଗଳବାର ଘୋଷିତ ହୋଇଛି।
କେବଳ ବାଳିକା ଦଳରେ ଓଡ଼ିଶାରୁ ୨ ଜଣ ସ୍ବିଟି କୁଜୁର ଓ କିରଣ ଏକ୍କା ରହିଛନ୍ତି।
ସ୍ବିଟିଙ୍କୁ ଭାରତୀୟ ଅଧିନାୟିକା ଦାୟିତ୍ବ ମିଳିଛି।
ଏହି ପ୍ରତିଯୋଗିତା ଓମାନ୍ର ମସ୍କଟ୍ରେ ଚଳିତ ମାସ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ।
ବାଳକ ବର୍ଗରେରେ ଭାରତ ସହ ଆୟୋଜକ ଓମାନ, ପାକିସ୍ତାନ, ଇରାନ, ଇରାକ, ସାଉଦି ଆରବ ଓ ବାଂଲାଦେଶ ପ୍ରତିନ୍ଦ୍ବନ୍ଦ୍ବିତା କରିବେ। ସେହିଭଳି ମହିଳା ବର୍ଗରେ ଭାରତ, ଓମାନ, ପାକିସ୍ତାନ, ଚୀନ, ଉଜବେକିସ୍ତାନ, କାଜଖସ୍ତାନ ଓ ଇରାନ ଟ୍ରଫି ପାଇଁ ଲଢ଼ିବେ।Advertisment Niraj : ପ୍ରତିଯୋଗିତାକୁ ଫେରିବେ ନୀରଜ ବାଳିକା ଦଳ: ଗୋଲି-ଖଲି କୁମାରୀ, ମହକ ପରିହାର, ଡିଫେଣ୍ଡର-ନିଲମ ଟପ୍ନୋ, କିରଣ ଏକ୍କା, ମିଡ୍ଫିଲ୍ଡର- ଦିୟା, ପୁଷ୍ପା ମାଞ୍ଝି, ଶ୍ରୁତି କୁମାରୀ, ଫରୱାର୍ଡ-ନୌସିନ୍ ନାଜ, ସନ୍ଦୀପା କୁମାରୀ, ସ୍ବିଟି କୁଜୁର (ଅଧିନାୟିକା)।
ବାଳକ ଦଳ: ଗୋଲି- ସୱାନ କୁମାର, ଆୟୁଷ ରଜାକ, ଡିଫେଣ୍ଡର- କରଣ ଗୌତମ, ଆଶିଷ ତାନି ପୁର୍ତ୍ତି, ମିଡ୍ଫିଲ୍ଡର-ରାହୁଲ ଯାଦବ, ରୋମିତ ପାଲ, ଫରୱାର୍ଡ- କେତନ କୁଶୱା (ଅଧିନାୟକ), ଅର୍ଶଦୀପ ସିଂହ, ପ୍ରହଲାଦ ରାଜଭର, ଶାହରୁଖ ଅଲୀ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।