HIV Concern Grows at Jail: ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ, ଅନ୍ତେବାସୀଙ୍କ ମଧ୍ୟରେ ଭୟର ବାତାବରଣ

Jul 02, 2026 - 11:58
HIV Concern Grows at Jail: ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ, ଅନ୍ତେବାସୀଙ୍କ ମଧ୍ୟରେ ଭୟର ବାତାବରଣ

ଜେଲରେ HIV ଟେନସନ୍। ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ। ଭୁବନେଶ୍ବର ଝାରପଡ଼ା ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା। କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ HIV ଆକ୍ରାନ୍ତ ବୋଲି ଜଣାପଡିଛି। 

ଅଭିଯୁକ୍ତ ଜଣଙ୍କ ଏଚଆଇଭି ପଜିଟିଭ ଜଣାପଡିବା ପରେ ଏ ନେଇ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ। ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଯାଇଛି। ବର୍ତ୍ତମାନ ଝାରପଡା ଜେଲରେ ୮ ଜଣ ଏଚଆଇଭି ପଜିଟିଭ ଅନ୍ତେବାସୀ ଥିବା କଥା ଜଣାପଡିଛି । ଏଭଳି ଖବର ଜଣାପଡିବା ପରେ ଜେଲରେ ଥିବା ଅନ୍ୟ ଅନ୍ତେବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।