Hitler remark: ଜ୍ଞାନେଶ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିପାରେ: କେଜ୍ରିୱାଲ

Oct 11, 2026 - 16:47
Hitler remark: ଜ୍ଞାନେଶ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିପାରେ: କେଜ୍ରିୱାଲ

"ନୂଆଦିଲ୍ଲୀ: ଦିଲ୍ଲୀରେ ଶନିବାର କକ୍ରୋଚ ଜନତା ପାର୍ଟି (ସିଜେପି)ର ପ୍ରସ୍ତାବିତ ପ୍ରତିବାଦ ଶୋଭାଯାତ୍ରାକୁ ରୋକିବା ପାଇଁ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ।

ଶନିବାର କାର୍ଯ୍ୟାନୁଷ୍ଠାନକୁ ନେଇ ସେ ମୋଦୀଙ୍କ ତୁଳନା ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ସହିତ କରିଛନ୍ତି।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ୍ସରେ ପ୍ରକାଶିତ ଭିଡିଓ ବାର୍ତ୍ତାରେ କହିଛନ୍ତି, ପରିସ୍ଥିତି ଏପରି ନ ହେଉ, ଯେଉଁଠି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିବ।Advertisment କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ଗତକାଲି ଦିଲ୍ଲୀରେ ପୁଲିସ ଆନ୍ଦୋଳନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲା।

ଏଥିରେ ଯୁବତୀ, ଓକିଲ ଓ ସାମ୍ବାଦିକମାନେ ମଧ୍ୟ ହଇରାଣ ହୋଇଥିବା ସେ ଦାବି କରିଛନ୍ତି।

ସିଜେପି ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତରଠାରେ ଏକ ବଡ଼ ପ୍ରତିବାଦର ଆହ୍ୱାନ ଦିଆଯାଇଥିଲା।

ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ନେଇ ଦଳ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି କରିଥିଲା।

CM Mohan Charan Majhi: ଓଡ଼ିଶାର ବିକାଶ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ ଅତୁଳୀୟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପ୍ରତିବାଦ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା।

କେଜ୍ରିୱାଲଙ୍କ ସମେତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ମଧ୍ୟ ଅଟକ ରଖାଯାଇଥିଲା।

ଏହି ଘଟଣାକୁ ନେଇ ଦେଶର ରାଜନୈତିକ ମହଲରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)