Hirakud Releases First Floodwater: ହୀରାକୁଦ ଛାଡିଲା ଏ ବର୍ଷର ପ୍ରଥମ ବନ୍ୟାଜଳ, ୩୬ ଘଣ୍ଟାରେ ପହଞ୍ଚିବ ମୁଣ୍ଡଳୀରେ

Jul 09, 2026 - 14:21
Hirakud Releases First Floodwater: ହୀରାକୁଦ ଛାଡିଲା ଏ ବର୍ଷର ପ୍ରଥମ ବନ୍ୟାଜଳ, ୩୬ ଘଣ୍ଟାରେ ପହଞ୍ଚିବ ମୁଣ୍ଡଳୀରେ

ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍। ହୀରାକୁଦ ଛାଡିଲା ପ୍ରଥମ ବନ୍ୟାଜଳ। ୪ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି। ବାମପଟରୁ ୩ଟି ଓ ଡାହାଣ ପଟରୁ ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ। ବର୍ତ୍ତମାନ ୯୪ ହଜାର କ୍ୟୁସେକ ଜଳ ଛଡାଯାଇଛି।

ଆଜି ସନ୍ଧ୍ୟାରେ ଆଉ ୬ ଗେଟ ଖୋଲାଯିବ। ଏହା ଦ୍ୱାରା ୧ ଲକ୍ଷ ୮୦ ହଜାର ଜଳ ହୀରାକୁଦରୁ ନିଷ୍କାସନ ହେବ। ହୀରାକୁଦ ଜଳଭଣ୍ଡାରର ୪୭ପ୍ରତିଶତ ଫୁଲ୍ ହୋଇଛି। ୩୬ ରୁ ୪୮ ଘଣ୍ଟାରେ କଟକର ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ । 

୪ଟି ଗେଟରେ ବନ୍ୟାଜଳ ନିଷ୍କାସନ

୭ ନମ୍ବର ଗେଟ୍  ଦେଇ ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ
୪ଟି ଗେଟ୍ ଜରିଆରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ
ବାମପଟରୁ ୩ଟି ଓ ଡାହାଣ ପଟରୁ ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ
ସନ୍ଧ୍ୟାରେ ଆଉ ୬ଟି ଗେଟ୍ ଖୋଲାଯିବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।