Hirakud Dam Will Release First Floodwater: ୯ରେ ଖୋଲିବ ହୀରାକୁଦ ଡ୍ୟାମ୍ ଗେଟ୍, ଉପର ମୁଣ୍ଡରେ ପ୍ରବଳ ବର୍ଷା

Jul 06, 2026 - 18:47
Hirakud Dam Will Release First Floodwater: ୯ରେ ଖୋଲିବ ହୀରାକୁଦ ଡ୍ୟାମ୍ ଗେଟ୍, ଉପର ମୁଣ୍ଡରେ ପ୍ରବଳ ବର୍ଷା

ହୀରାକୁଦ ଡ୍ୟାମରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟା ଜଳ । ଆସନ୍ତା ୯ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମ । ଦିନ ୧୧ଟାରେ ଗେଟ୍ ଖୋଲାଯିବା ନେଇ କର୍ତ୍ତୃପକ୍ଷଙ୍କ ସୂଚନା ରହିଛି । ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । 

ଗୁରୁବାର ସକାଳ ୧୧ଟାରେ ପ୍ରଥମ ବନ୍ୟାଜଳ ଛଡ଼ାଯିବ । ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ । ଜନସାଧାରଣଙ୍କ ସତର୍କତା ପାଇଁ ସୂଚନା ଜାରି ହୋଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।