Himanta Biswa Sarma: ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ କେଶ ମଧ୍ୟ ବଙ୍କା କରିପାରିବେ ନାହିଁ ରାହୁଲ’

Oct 07, 2026 - 20:31
Himanta Biswa Sarma: ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ କେଶ ମଧ୍ୟ ବଙ୍କା କରିପାରିବେ ନାହିଁ ରାହୁଲ’

"ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ "ସେବା ସଂକଳ୍ପ ଅଭିଯାନ"ର ଉଦ୍‌ଯାପନୀ ସମାରୋହ ଏବଂ ବାରାଣସୀରେ ଦିଆଯାଇଥିବା ବୟାନ ପରେ ଦେଶରେ ଚର୍ଚ୍ଚା ଜୋରଧରିଛି।

ବଡନଗରରୁ ବାରାଣସୀ ପର୍ଯ୍ୟନ୍ତ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତାମାନେ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି।

Advertisment ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ କରିଛନ୍ତି।

ସେ ଖୋଲା ଚେତାବନୀ ଦେଇ କହିଛନ୍ତି, ଯେତେବେଳ ପର୍ଯ୍ୟନ୍ତ ଦେଶରେ ସନାତନ ଶକ୍ତି ଅଛି, ସେତେବେଳ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେଶ ବଙ୍କା କରିପାରିବେ ନାହିଁ।

ବାରାଣସୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଏକଦା ସମୟ ଥିଲା, ଯେତେବେଳେ ବିଜେପି କେବଳ ମୁଖ୍ୟ ବିରୋଧୀ ଦଳ କୁହାଯାଉଥିଲା।

କିନ୍ତୁ ୨୦୧୪ରେ ମୋଦୀଙ୍କ ନେତୃତ୍ବରେ ପାର୍ଟି ଦେଶରେ କ୍ଷମତାକୁ ଆସିଥିଲା ଏବଂ ଆଜି ଦେଶବ୍ୟାପୀ ଆମର ୨୫୩୦ରୁ ଅଧିକ ବିଧାୟକ ଅଛନ୍ତି।

Triranga: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ "ହର୍ ଘର୍ ତ୍ରିରଙ୍ଗା " ଅଭିଯାନ ଜନ ଆନ୍ଦୋଳନରେ ପରିଣତ ହୋଇଛି: ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା ଚେତାବନୀ ଦେଇ କହିଛନ୍ତି, ରାହୁଲ ଗାନ୍ଧୀ ତୁମେ ଶୁଣିନିଅ, ଯେତେ ଦିନ ପର୍ଯ୍ୟନ୍ତ ଭାରତରେ ସନାତନ ଶକ୍ତି ଅଛି, ସେତେଦିନ ପର୍ଯ୍ୟନ୍ତ ତୁମେ ନରେନ୍ଦ୍ର ମୋଦୀଙ୍କର କେଶ ମଧ୍ୟ ବଙ୍କା କରିପାରିବ ନାହିଁ।

ସେ ଆହୁରି କହିଛନ୍ତି ଯେ, ଆଜି ଦେଶରେ ବାବର ଏବଂ ଔରଙ୍ଗଜେବଙ୍କ ଅସ୍ଥିତ୍ବ ଯଦି ନାହିଁ, ଏହାର ଏକମାତ୍ର କାରଣ ହେଉଛିନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଚ୍ଛାଶକ୍ତି ଏବଂ ଶକ୍ତିଶାଳୀ ନେତୃତ୍ବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)