High School Asset Sale Allegations: ସ୍କୁଲରେ କାଠ ଓ ଆଜବେଷ୍ଟସ ବିକ୍ରିକୁ ନେଇ ବିବାଦ; ନିଲାମ ବିନା କମ୍ ଦରରେ ବିକ୍ରି ଅଭିଯୋଗ
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରୋହିଆ ଉଚ୍ଚ ବିଦ୍ୟାଳୟରେ ପୁରୁଣା ଆଜବେଷ୍ଟସ ଓ କାଠ ବିକ୍ରିକୁ ନେଇ ବିବାଦ ଦେଖାଦେଇଛି। ନିଲାମ ବିନା କମ୍ ଦରରେ ପ୍ରଧାନ ଶିକ୍ଷୟିତ୍ରୀ ଏହାକୁ ବିକ୍ରି ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପୁରାତନ ଛାତ୍ରମାନେ । ଏହା ସହ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ମଧ୍ୟ ଉଠିଛି।
ଏନେଇ ପୁରାତନ ଛାତ୍ର ମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବା ସହିତ ତଦନ୍ତ ଦାବି କରିଛନ୍ତି। ଅଭିଯୋଗକୁ ନେଇ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରିଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ଅଭିଯୋଗର ତଦନ୍ତ ପରେ ଗଣଶିକ୍ଷା ବିଭାଗକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖାଯାଇଛି।
- ସ୍କୁଲରେ କାଠ ଓ ଆଜବେଷ୍ଟସ ବିକ୍ରିକୁ ନେଇ ବିବାଦ
- ନିଲାମ ବିନା କମ୍ ଦରରେ ବିକ୍ରି ଅଭିଯୋଗ
- ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ
- ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପତ୍ର
- ବିଭାଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି