High Court:ଟିଏମ୍‌ସି ନେତାଙ୍କୁ ଅଣ୍ଡାମାଡ଼ ଘଟଣା କୋଲକାତା ସରକାରଙ୍କଠାରୁ ରିପୋର୍ଟ ମାଗିଲେ ହାଇକୋର୍ଟ

Jul 01, 2026 - 23:10
High Court:ଟିଏମ୍‌ସି ନେତାଙ୍କୁ ଅଣ୍ଡାମାଡ଼ ଘଟଣା କୋଲକାତା ସରକାରଙ୍କଠାରୁ ରିପୋର୍ଟ ମାଗିଲେ ହାଇକୋର୍ଟ

"କୋଲକାତା : ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରଠାରୁ ଟିଏମ୍‌ସି ନେତାଙ୍କୁ ବାରମ୍ବାର ଟାର୍ଗେଟ୍‌ କରି ଅଣ୍ଡମାଡ଼ ହୋଇଛି।

ଏହି ଘଟଣା ବିରୋଧରେ କାଲକାଟା ହାଇକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଆଜି କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ଏହି ଘଟଣାରେ କେତୋଟି ଏତଲା ହୋଇଛି ତାହା ମଧ୍ୟ ଅବଗତ କରାଇବାପାଇଁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଦଳୀୟ ନେତାଙ୍କ ଉପରେ ଅଣ୍ଡାମାଡ଼ ଘଟଣାକୁ ବିରୋଧ କରି ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ହାଇକୋର୍ଟରେ ଏକ ଆବେଦନ କରିଥିଲେ।

Advertisment ଆହୁରି ପଢନ୍ତୁ :Monsoon:ଜୁଲାଇ ୨୦ରୁ ଆରମ୍ଭ ହୋଇପାରେ ମୌସୁମୀ ଅଧିବେଶନ ଏହି ମାମଲାରେ ଅଭିଷେକଙ୍କ ପକ୍ଷରୁ ଆବେଦନ କରିଥିବା ଆଇନଜୀବୀ ଡାନିଶ ଫାରୁକିଙ୍କ ପକ୍ଷ ଶୁଣି ଜଷ୍ଟିସ୍‌ ତପବ୍ରତ ଚକ୍ରବର୍ତ୍ତୀ ଏବଂ ଜଷ୍ଟିସ ପାର୍ଥ ସାରଥୀ ଚାଟାର୍ଜୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେନେଇ ସମସ୍ତ ଥାନାରେ ସ୍ବତନ୍ତ୍ର ନିର୍ଦ୍ଦେଶାବଳି ଆଣିବାପାଇଁ ଖଣ୍ଡପୀଠ କୋଲକାତା ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାର କୋର୍ଟରେ କହିଥିଲେ ଯେ ଏଭଳି କାର୍ଯ୍ୟକୁ ସରକାର ପ୍ରୋତ୍ସାହନ ଦେଉନାହାନ୍ତି ଏବଂ ଯେତେବେଳେ ବି ଅଭିଯୋଗ ହୋଇଛି ପୁଲିସ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ତେବେ ଉକ୍ତ ମାମଲାରେ ଜବାବ ରଖିବାପାଇଁ ୨ ସପ୍ତାହ ସମୟ ମାଗି ରାଜ୍ୟର ଅତିରିକ୍ତ ଏଡଭୋକେଟ ଜେନେରାଲ କହିଛନ୍ତି, ଏଭଳି ଘଟଣାରେ ଏତଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।

ଆହୁରି ପଢନ୍ତୁ :Ganja Seized ଟ୍ରଲରରୁ ୨୯୫ କେଜି ଗଞ୍ଜେଇ ଜବତ, ଚାଳକ ଫେରାର  ପୁଲିସ ଦ୍ବାରା ଏହି ଘଟଣାରେ କେଉଁସବୁ ପଦକ୍ଷେପ ଗ୍ରହଣ ହୋଇଛି ତାହା ରେକର୍ଡରେ ରଖାଯିବ ବୋଲି ସରକାର ଖଣ୍ଡପୀଠଙ୍କୁ ପ୍ରତିଶ୍ରୁତି ଦେଇଛନ୍ତ।

ଅନ୍ୟପ‌କ୍ଷେ ଆବେଦନକାରୀଙ୍କ ଆଇନଜୀବୀ ତଥା ବରିଷ୍ଠ ଆଇନଜୀବୀ କଲ୍ୟାଣ ବାନାର୍ଜୀଯୁକ୍ତି ବାଢ଼ିଛନ୍ତି ଯେ ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି।

ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ଜଣେ ରାଜ୍ୟମନ୍ତ୍ରୀ ଅଣ୍ଡାମାଡ଼ କରିବାପାଇଁ ଲୋକମାନଙ୍କୁ ଉସୁକାଉଛନ୍ତି ଏବଂ ବିଧାୟକଙ୍କ ଉପସ୍ଥିତିରେ ବୁଲଡୋଜର ବ୍ୟବହାର କରାଯାଉଛି।

ପୁଲିସ ସେମାନଙ୍କୁ ସହଯୋଗ କରୁଛି ଏବଂ ସେମାନେ ଭିଡ଼ ହିଂସାକୁ ପ୍ରେତ୍ସାହିତ କରୁଛନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

"