Helicopters Collide Mid-Air: ମଝି ଆକାଶରେ ହେଲିକପ୍ଟର ଧକ୍କା, ଅଗ୍ନିପିଣ୍ଡୁଳା ହୋଇ ଖସିଲା
ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା। ଗୋଟିଏରେ ନିଆଁ ଲାଗି ଅଗ୍ନି ପିଣ୍ଡୁଳା ପାଲଟିଥିବା ବେଳେ ଅନ୍ୟ ହେଲିକପ୍ଟରଟି ବର୍ତ୍ତି ଯାଇଛି। ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କାର ଭିଡିଓ ସାମ୍ନାକୁ ଆସିଛି। ଗୋଟିଏ ହେଲିକପ୍ଟର ଜଙ୍ଗଲ ନିଆଁ ଲିଭାଇବା ପାଇଁ ପାଣି ପକାଉଥିବା ବେଳେ ଅନ୍ୟ ଏକ ହେଲିକପ୍ଟର ହଠାତ ଆସି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଗୋଟିଏ ହେଲିକପ୍ଟର କ୍ରାସ ହୋଇଥିଲା।
ଅନ୍ୟ ଏକ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା। ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ପାଇଲଟ ସୁରକ୍ଷିତ ଅଛନ୍ତି। ଗ୍ରୀସ ରାଜଧାନୀ ଏଥେନ୍ସ ନିକଟରେ ଲାଗିଥିବା ଏକ ନିଆଁକୁ ଲିଭାଇବାକୁ ନିୟୋଜିତ ହୋଇଥିଲା ଅଗ୍ନିଶମବାହିନୀର ୨ ହେଲିକପ୍ଟର। ଏକ ପାହାଡ଼ ଉପରେ ନିଆଁ ଲାଗିଥିବାରୁ ଶତାଧିକ ସଂଖ୍ୟାରେ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଦୁର୍ଘଟଣାକୁ ନେଇ ଗ୍ରୀସ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି...
ମଝି ଆକାଶରେ ହେଲିକପ୍ଟର ଧକ୍କା
ଗ୍ରୀସ୍ ଆଥେନ୍ସ ନିକଟରେ ଘଟିଛି ଦୁର୍ଘଟଣା
ଜଙ୍ଗଲ ନିଆଁ ଲିଭାଇବାକୁ ଥିଲେ ନିୟୋଜିତ
ହେଲିକପ୍ଟରକୁ ଧକ୍କା ଦେଇଥିଲା ଅନ୍ୟ ଏକ ହେଲିକପ୍ଟର
ଧକ୍କା ପରେ ଗୋଟିଏ ହେଲିକପ୍ଟର ସମ୍ପୂର୍ଣ୍ଣ କ୍ରାସ୍
ଅଗ୍ନି ପିଣ୍ଡୁଳା ପାଲଟିଥିଲା ଗୋଟିଏ ହେଲିକପ୍ଟର
ହେଲିକପ୍ଟରରେ ଥିବା ୨ ପାଇଲଟ ମୃତ
ଅନ୍ୟ ଏକ ହେଲିକପ୍ଟରର ଜରୁରୀଅବତରଣ
ଦୁଇ ପାଇଲଟ ସୁରକ୍ଷିତ ଉଦ୍ଧାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।