Helicopter Crashes : ଲସ୍‌ ଏଞ୍ଜେଲ୍‌ସରେ ଏନ୍‌ବିସିର ନ୍ୟୁଜ୍‌ ହେଲିକପ୍ଟର ଦୁର୍ଘଟଣା, ୩ ମୃତ

Sep 16, 2026 - 20:12
Helicopter Crashes : ଲସ୍‌ ଏଞ୍ଜେଲ୍‌ସରେ ଏନ୍‌ବିସିର ନ୍ୟୁଜ୍‌ ହେଲିକପ୍ଟର ଦୁର୍ଘଟଣା, ୩ ମୃତ

"ୱାସିଂଟନ,: ଆମେରିକାଲସ୍‌ ଏଞ୍ଜେଲ୍‌ସର ଚାଟ୍‌ସୱର୍ଥ ଅଞ୍ଚଳରେ ଏନ୍‌ବିସିର ନ୍ୟୁଜ୍‌ ହେଲିକପ୍ଟର "ନ୍ୟୁଜ୍‌ଚପର୍‌ ୪" ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି।

ଘଟଣାରେ ଆଉ ଜଣେ ଆହତ ହୋଇଥିବାବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଛି।

ଆହତଙ୍କ ସ୍ଥିତି ସମ୍ପର୍କରେ ତତ୍କାଳ କିଛି ଜଣାପଡ଼ିନାହିଁ।Advertisment ଏନ୍‌ବିସି ଆଙ୍କର୍‌ କଲିନ୍‌ ୱିଲିୟମ୍ସ ବୁଧବାର ଲାଇଭ୍‌ ପ୍ରସାରଣ ସମୟରେ ହେଲିକପ୍ଟରଟି ଏନ୍‌ବିସିର "ନ୍ୟୁଜ୍‌ଚପର୍‌ ୪" ବୋଲି ସ୍ପଷ୍ଟ କରିଥିଲେ।

ହେଲିକପ୍ଟରରେ ଥିବା କର୍ମଚାରୀଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ନେଇ ପୂର୍ବରୁ ଷ୍ଟେସନ୍‌ ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଥିଲା।

ପରେ ଦୁର୍ଘଟଣାର ନିଶ୍ଚିତ ସୂଚନା ମିଳିଥିଲା।

ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ପ୍ରାୟ ୭ଟାରେ ସାନ୍‌ ଫର୍ଣ୍ଣାଣ୍ଡୋ ଭ୍ୟାଲିର ଚାଟ୍‌ସୱର୍ଥ ଅଞ୍ଚଳର ୯୧୫୧ ଏନ୍‌ ମେସନ୍‌ ଆଭେନ୍ୟୁରେ ଥିବା ଏକ ଏକମହଲା ବାଣିଜ୍ୟିକ କୋଠା ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ହେଲିକପ୍ଟରଟି ଦୁଇଟି ବାଣିଜ୍ୟିକ କୋଠା ମଧ୍ୟରେ ଥିବା ଅଞ୍ଚଳରେ ଖସିପଡ଼ିଥିଲା।

ଏଥିରୁ ନିଆଁ ଲାଗି ଅତି କମ୍‌ରେ ୪ଟି କାର୍‌ ଓ ୨ଟି ଷ୍ଟୋରେଜ୍‌ କଣ୍ଟେନର୍‌ କ୍ଷତିଗ୍ରସ୍ତ ହୋଇଥିଲା।

ଲସ୍‌ ଏଞ୍ଜେଲ୍‌ସ ଅଗ୍ନିଶମ ବିଭାଗର କ୍ୟାପ୍ଟେନ୍‌ ବ୍ରାଣ୍ଡେନ୍‌ ସିଲ୍‌ଭରମ୍ୟାନ୍‌ କହିଛନ୍ତି, ମୃତକଙ୍କ ମଧ୍ୟରୁ ଅତି କମ୍‌ରେ ଜଣେ ହେଲିକପ୍ଟର ବାହାରେ ଏକ ପାର୍କିଂ ସ୍ଥାନରେ ଥିଲେ।

ଅନ୍ୟ ଦୁଇ ମୃତକ ହେଲିକପ୍ଟର ଭିତରେ ଥିଲେ କି ଭୂମିରେ ଥିଲେ, ତାହା ତତ୍କାଳ ସ୍ପଷ୍ଟ ହୋଇନଥିଲା।

ଦୁର୍ଘଟଣା ସମୟରେ ହେଲିକପ୍ଟରରେ କେତେ ଜଣ ଥିଲେ, ତାହା ଜାଣିବା ପାଇଁ ଭଗ୍ନାବଶେଷ ଯାଞ୍ଚ କରାଯାଉଛି।

ଏହି ହେଲିକପ୍ଟରଟି ଚାଟ୍‌ସୱର୍ଥରେ ଏକ ଏସ୍‌ୟୁଭି ଓ ମେଟ୍ରୋ ବସ୍‌ ମଧ୍ୟରେ ଘଟିଥିବା ଦୁର୍ଘଟଣାର ଖବର ସଂଗ୍ରହ କରୁଥିଲା।

ସେହି ଦୁର୍ଘଟଣାରେ ଅତି କମ୍‌ରେ ୨ ଜଣଙ୍କ ମୃତ୍ୟୁ ସହ ୬ ଜଣ ଆହତ ହୋଇଥିଲେ।

ହେଲିକପ୍ଟର ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।

ଘଟଣାର ତଦନ୍ତ ଏଫ୍‌ଏଏ ଓ ଏନ୍‌ଟିଏସ୍‌ବି ପକ୍ଷରୁ କରାଯାଉଛି।

ବାୟୁ ପ୍ରଦୂଷଣ ସହ ଆତ୍ମହତ୍ୟା ପ୍ରବଣତାର ରହିଛି ସମ୍ପର୍କ: ଅଧ୍ୟୟନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)