Helicopter Crash: ନିୟନ୍ତ୍ରଣ ହରାଇ ପାଣିରେ ଖସିଲା ହେଲିକପ୍ଟର: ଜଣେ ମୃତ, ୨ ଆହତ, ୪ ଦିନ ମଧ୍ୟରେ ଦ୍ୱିତୀୟ ଦୁର୍ଘଟଣା

Nov 05, 2026 - 14:34
Helicopter Crash: ନିୟନ୍ତ୍ରଣ ହରାଇ ପାଣିରେ ଖସିଲା ହେଲିକପ୍ଟର: ଜଣେ ମୃତ, ୨ ଆହତ, ୪ ଦିନ ମଧ୍ୟରେ ଦ୍ୱିତୀୟ ଦୁର୍ଘଟଣା

ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ବିମାନ ଦୁର୍ଘଟଣା ର ଧାରା ଜାରି ରହିଛି।

ଗୁରୁବାର ସକାଳେ ମିଆମି ନିକଟସ୍ଥ ବିସ୍କେନ୍ ବେରେ ଏକ ହେଲିକପ୍ଟର ପାଣିରେ ଖସିପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଆହତ ହୋଇଛନ୍ତି।

ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଆମେରିକା ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ, ସକାଳେ ମିଆମି ଏକଜିକ୍ୟୁଟିଭ୍ ବିମାନବନ୍ଦରର ପୂର୍ବ ଦିଗରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ମୋଟ ତିନି ଜଣ ଥିଲେ।

Advertisment ନିଶ୍ଚିତ ହୋଇନାହିଁ ସଠିକ୍ କାରଣ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଆମେରିକା ତଟରକ୍ଷୀ ବାହିନୀ, ମିଆମି-ଡେଡ୍ ଅଗ୍ନିଶମ ଉଦ୍ଧାରକାରୀ ଦଳ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥାଗୁଡ଼ିକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଟି ରବିନସନ୍ ଆର୍-୪୪-୨ ଥିଲା।

ସନ୍ଦେହ କରାଯାଉଛି, ହେଲିକପ୍ଟରଟି ଫଟୋଗ୍ରାଫି ପାଇଁ ଉଡ଼ାଣ କରୁଥିଲା।

ତେବେ ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।

ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏକ ତଦନ୍ତ ଆରମ୍ଭ କରିଛି।

ବରିଷ୍ଠ ଉପ-ନିର୍ବାଚନ କମିସନରଙ୍କ ମାଧ୍ୟମରେ ରିପୋର୍ଟ କରିବେ ସୀମା ଖାନ୍ନା ରବିନସନ୍ ଆର୍-୪୪-୨ ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଚାରି-ସିଟ୍ ବିଶିଷ୍ଟ ହାଲୁକା ପିଷ୍ଟନ-ଇଞ୍ଜିନ୍ ହେଲିକପ୍ଟର ମଧ୍ୟରୁ ଗୋଟିଏ।

ଏଥିରେ ଜଣେ ପାଇଲଟ୍ ଏବଂ ତିନି ଜଣ ଯାତ୍ରୀ ବସିପାରିବେ।

ଏହା ଘଣ୍ଟା ପ୍ରତି ସର୍ବାଧିକ ୨୪୦ କିଲୋମିଟର ବେଗରେ ଉଡ଼ାଣ କରିପାରିବ।

ଚାରି ଦିନ ପୂର୍ବେ ଫ୍ଲୋରିଡାରେ ଏକ ବ୍ୟବସାୟିକ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଥିରେ ଥିବା ୯ ଜଣଙ୍କର ମୃତ୍ୟୁ ଘଟିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)