Helicopter Crash: ମଝି ଆକାଶରେ ୨ ଅଗ୍ନିଶମ ହେଲିକପ୍ଟର ଧକ୍କା: ଦୁଇ ପାଇଲଟଙ୍କ ମୃତ୍ୟୁ

Aug 03, 2026 - 10:28
Helicopter Crash: ମଝି ଆକାଶରେ ୨ ଅଗ୍ନିଶମ ହେଲିକପ୍ଟର ଧକ୍କା: ଦୁଇ ପାଇଲଟଙ୍କ ମୃତ୍ୟୁ

"ଏଥେନ୍ସ,: ଗ୍ରୀସ୍‌ର ରାଜଧାନୀ ଏଥେନ୍ସ ନିକଟରେ ନିଆଁ ଲିଭାଇଥିବା ଦୁଇଟି ହେଲିକପ୍ଟର ମଧ୍ୟରେ ମଝି ଆକାଶରେ ଧକ୍କା ଘଟିଛି।

ଧକ୍କା ହେବା ପରେ ଗୋଟିଏ ହେଲିକପ୍ଟର ଅଗ୍ନିପୁଣ୍ଡୁଳାରେ ପରିଣତ ହୋଇ ତଳେ ପଡ଼ିଯାଇଥିଲା।

ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣାରେ ଦୁଇ ପାଇଲଟ୍ ମୃତ୍ୟୁବରଣ କରିଛନ୍ତି।

ଯେତେବେଳେ ଦୁଇ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।

ପାଇଲଟ୍‌ମାନଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା।

ଡାକ୍ତର ସେମାନଙ୍କ ମୃତ ଘୋଷଣା କରିଥିଲେ।

ନିଶ୍ଚିତ କରିଛନ୍ତି।ଏଥେନ୍ସର ଅଗ୍ନିଶମ ସେବା କହିଛି ଯେ ରାଜଧାନୀର ପଶ୍ଚିମରେ ଥିବା ଏକ ଅଞ୍ଚଳରେ ନିଆଁ ଲିଭାଇବା ସମୟରେ ଦୁଇଟି ଚାର୍ଟର୍ଡ ବେଲ୍ ହେଲିକପ୍ଟର ଧକ୍କା ହୋଇଥିଲା।

ମଝି ଆକାଶରେ ହୋଇଥିବା ଏହି ଧକ୍କାର ଫୁଟେଜ୍ ସାମ୍ନାକୁ ଆସିଛି।

ଗୋଟିଏ ହେଲିକପ୍ଟର ନିଆଁ ଲିଭାଇବା ପାଇଁ ପାଣି ପକାଉଥିଲା, ଯେତେବେଳେ ଅନ୍ୟଟି ହଠାତ୍ ପ୍ରଥମ ହେଲିକପ୍ଟରର ତଳ ପାର୍ଶ୍ୱରେ ଧକ୍କା ହୋଇଥିଲା।Advertisment ୪୫୦ ଅଗ୍ନିଶମ କର୍ମଚାରୀ ନିୟୋଜିତ ଏଥେନ୍ସର ପଶ୍ଚିମରେ ଲାଗିଥିବା ଜଙ୍ଗଲ ନିଆଁକୁ ସହର ଉପକଣ୍ଠରେ ପହଞ୍ଚିବାକୁ ରୋକିବା ପାଇଁ ପ୍ରୟାସ ଚାଲିଥିବା ବେଳେ ଏହି ଅଭାବନୀୟଘଟଣା ଘଟିଛି।

ଏକ ପାହାଡ଼ ଉପରେ ନିଆଁ ଲାଗିଥିବା ଦୁଇଟି ଅଞ୍ଚଳରେ ୪୫୦ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସାହାଯ୍ୟ ପାଇଁ ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି।

ବର୍ତ୍ତମାନ ପାଇଁ ଅଞ୍ଚଳରେ ହେଲିକପ୍ଟରଗୁଡ଼ିକୁ ନିଷେଧ କରାଯାଇଛି।

ଗ୍ରୀକ୍ ଅଗ୍ନିଶମ ସେବା ଅନୁଯାୟୀ, ଅଷ୍ଟ୍ରେଲିୟ କମ୍ପାନି ମ୍ୟାକଡର୍ମଟ୍ ଆଭିଏସନ୍ ଠାରୁ ଏହି ଦୁଇଟି ବେଲ୍ ହେଲିକପ୍ଟରକୁ ଭଡ଼ା ନିଆଯାଇଥିଲା।ହେଲେନିକ୍ ଅଗ୍ନିଶମ ସେବା କହିଛି ଯେ ହେଲିକପ୍ଟରଗୁଡ଼ିକ ପଶ୍ଚିମ ଆଟିକା ଅଞ୍ଚଳର ଏଲେଫସିନା ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଥିଲେ।

President Droupadi Murmu : ଦିଲ୍ଲୀରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଉନ୍ମୋଚନ କରିବେ ରାଷ୍ଟ୍ରପତି ଗ୍ରୀକ୍ ସରକାରୀ ଟିଭି ରିପୋର୍ଟ କରିଛି ଯେ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ଏହି ଅଞ୍ଚଳରେ ସମସ୍ତ ବେଲ୍ ହେଲିକପ୍ଟର ଉଡ଼ାଣକୁ ନିଷେଧ କରିଛି।

ମୃତ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଡେନମାର୍କ ପାଇଲଟ୍ ଏବଂ ଜଣେ ଗ୍ରୀକ୍ କ୍ରୁ ସଦସ୍ୟ ଥିଲେ।

ଦ୍ୱିତୀୟ ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଥିବା ଜଣାପଡ଼ିଛି ଏବଂ ଏହାର ଦୁଇ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ଗ୍ରୀକ୍ ଏବଂ ଜଣେ ବ୍ରିଟିଶ ନାଗରିକ।

ମୃତ ଏବଂ ଆହତଙ୍କ ନାମ ପ୍ରକାଶ କରାଯାଇ ନାହିଁ।

ଗ୍ରୀକ୍ ପ୍ରଧାନମନ୍ତ୍ରୀ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।