Heavy Rains Wreak Havoc Across Assam: ଆସାମରେ ବନ୍ୟାର ତାଣ୍ଡବ; ପ୍ରବଳ ବର୍ଷାରୁ ୬ ଜିଲ୍ଲାରେ ବନ୍ୟାସ୍ଥିତି
ଆସାମରେ ବନ୍ୟାର ତାଣ୍ଡବ। ଆସାମ ଓ ପଡ଼ୋଶୀ ଅରୁଣାଚଳ ପ୍ରଦେଶରେ ଲଗାତାର ବର୍ଷା ଯୋଗୁଁ ପ୍ରଥମ ଥର ପାଇଁ ବନ୍ୟା ଆସିଛି। ଆସାମର ୬ଟି ଜିଲ୍ଲାରେ ଦେଖାଦେଇଛି ବନ୍ୟାଜଳ। ୨୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଧେମାଜି, ନାଲବାରି, ଡିବ୍ରୁଗଡ଼, ଚିରାଙ୍ଗ, ଲଖିମପୁର ଏବଂ କୋକ୍ରାଝର ଜିଲ୍ଲା ପ୍ରଭାବିତ ହୋଇଛି।
ଧେମାଜି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଜଳସ୍ତର ବୃଦ୍ଧିରୁ ୧୫ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟା ଜଳ ୯୬ଟି ଗାଁକୁ ବୁଡ଼ାଇ ଦେଇଛି। ପ୍ରାୟ ୧୬୯୦ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଅବିରତ ବର୍ଷାରୁ ବ୍ରହ୍ମପୁତ୍ର ନଦୀ ଏବଂ ଏହାର ଶାଖା ନଦୀ ଫୁଲିବାରେ ଲାଗିଛି। ଶିବସାଗର ଜିଲ୍ଲାର ନାଙ୍ଗଲାମୁରାଘାଟରେ ଦିସାଙ୍ଗ ନଦୀ ବିପଦ ସ୍ତର ଉପରେ ପ୍ରବାହିତ ହେଉଛି।
୧୧୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଧେମାଜି ଜିଲ୍ଲାରେ ସିମେନ ନଦୀ ଉପରେ ଥିବା ଏକ ରେଳ ପୋଲ ଆଂଶିକ ଭାବରେ ଭୁଶୁଡ଼ି ପଡ଼ିଛି। ଯାତ୍ରୀମାନଙ୍କୁ ସହାୟତା ଲାଗି ଧେମାଜି, ସିଲାପଥର ଏବଂ ମୁରକୋଙ୍ଗସେଲେକ ଷ୍ଟେସନରେ ସହାୟତା ଡେସ୍କ ପ୍ରତିଷ୍ଠା କରାଯାଇଛି।
- ଆସାମରେ ବନ୍ୟାର ତାଣ୍ଡବ
- ପ୍ରବଳ ବର୍ଷାରୁ ୬ ଜିଲ୍ଲାରେ ବନ୍ୟାସ୍ଥିତି
- ବନ୍ୟାରେ ୨୨ ହଜାରରୁ ଅଧିକ ଲୋକ ପ୍ରଭାବିତ
- ଧେମାଜି, ନାଲବାରି, ଡିବ୍ରୁଗଡ଼ ଜିଲ୍ଲାରେ ବନ୍ୟା
- ଚିରାଙ୍ଗ, ଲଖିମପୁର ଏବଂ କୋକ୍ରାଝର ଜିଲ୍ଲାରେ ବନ୍ୟା
- ଧେମାଜି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ
- ଜଳ ଘେରରେ ୯୬ଟି ଗାଁର ଲୋକେ
- ପ୍ରାୟ ୧୬୯୦ ହେକ୍ଟର ଜମିରେ ଫସଲ ନଷ୍ଟ
- ବିପଦ ସଙ୍କେତ ଉପରେ ଦିସାଙ୍ଗ ନଦୀର ଜଳସ୍ତର