Heavy Rains Leave Shiv Linga Underwater: ମନ୍ଦିରରେ ଶିବ ଲିଙ୍ଗ ବୁଡ଼ିଲା ପାଣିରେ, ତଳିଆ ଅଞ୍ଚଳ ଜଳମଗ୍ନ
ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି। କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରର ତଳିଆ ଅଞ୍ଚଳରେ ସମସ୍ୟା ବଢ଼ିଛି। କେଉଁଠି ଆଣ୍ଠୁଏ ଉଚ୍ଚର ତ କେଉଁଠି ପାଣି ପ୍ରବାହିତ ବି ହେଉଛି। ବିଶେଷ ଭାବେ ରାସ୍ତାରେ ଯାଆସରେ ସମସ୍ୟା ଉପୁଜିଛି। ଭୁବନେଶ୍ବରରେ ତ ସ୍ଥିତି ଅସମ୍ଭାଳ। ବମିଖାଲ ସକଳେଶ୍ବର ଶିବ ମନ୍ଦିରରେ ଶିବ ଲିଙ୍ଗ ପାଣିରେ ବୁଡ଼ିଛି। ଲଗାଣ ବର୍ଷା ଯୋଗୁଁ ଆଖପାଖ ଅଞ୍ଚଳର ପାଣି ପଶିଛି।
ଭୁବନେଶ୍ୱର ସହିଦନଗର ଅଂଚଳରେ ଜଳମଗ୍ନ ପରିସ୍ଥିତି । ସହିଦନଗର ତଳିଆ ଅଂଚଳରେ ପ୍ରବଳ ପାଣି ଜମି ରହିଛି। ରାତି ତମାମ ବର୍ଷା ଲାଗି ରହିବାରୁ ନାହିଁନଥିବା ସ୍ଥିତି ସୃଷ୍ଟି ହୋଇଛି। ବସ୍ତି ଅଂଚଳରେ ଲୋକଙ୍କ ଘର ନିକଟରେ ଆସି ପହଞ୍ଚିଛି ପାଣି ।
ଲଗାଣ ବର୍ଷା ପରେ ଜମିଲା ପାଣି
ରାଜ୍ୟର ବିଭିନ୍ନ ସହରରେ ଜମିଛି ବର୍ଷା ପାଣି
ଭୁବନେଶ୍ବର ସହିଦନଗର ତଳିଆ ଅଂଚଳରେ ପାଣି
ଲୋକଙ୍କ ଘର ନିକଟରେ ଲାଗିଲା ବର୍ଷା ଜଳ
ରାତି ତମାମ ବର୍ଷାରୁ ତଳିଆ ଅଞ୍ଚଳ ଜଳମଗ୍ନ
ଘରେ ସୁଅ କାଟୁଛି, ମନ୍ଦିରରେ ପଶିଲା ନାଳ ପାଣି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।