Heavy Rain Warning: ଆଲର୍ଟରେ ଓଡ଼ିଶା, ୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ଭୋରରୁ ବର୍ଷୁଛି ଯେ ବର୍ଷୁଛି । ଛାଡ଼ିବାର ନାଁ ଧରୁନି। କେଉଁଠି ଅତିପ୍ରବଳ ତ ଆଉ କେଉଁଠି ଅତିଭୀଷଣ । ଭୁବନେଶ୍ବରରୁ ବରଗଡ଼, ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଜାରି ରହିଛି ଲଗାଣ ବର୍ଷା। ଏହାରି ଭିତରେ ବଙ୍ଗୋପସାଗରରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ କ୍ଷେତ୍ର।
ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଂଚଳରେ ସ୍ପଷ୍ଟଚିହ୍ନିତ ହୋଇଛି। ପ୍ରଭାବରେ ବର୍ଷା ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଭୀଷଣରୁ ଅତିଭୀଷଣ ବର୍ଷା ନେଇ ୫ ଜିଲ୍ଲା କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଓ ସୋନପୁରକୁ ଜାରି ହୋଇଛି ରେଡ୍ ଆଲର୍ଟ । ସେହିଭଳି ୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହି ଜିଲ୍ଲା ଗୁଡ଼ିକ ହେଲା କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ କେନ୍ଦୁଝର । ସେହିଭଳି ବାକି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ତେବେ କାଲି ବର୍ଷାରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ । ଆସନ୍ତାକାଲି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବେହାଲ କଲାଣି ଲଘୁଚାପ
ଭିଜୁଛି ଭୁବନେଶ୍ବରରୁ ବରଗଡ଼
IMDର ରେଡ୍ ଆଲର୍ଟରେ ଓଡ଼ିଶା
ଆଜି ୫ ଜିଲ୍ଲାରେ ଅତିଭୀଷଣ ବର୍ଷା
କନ୍ଧମାଳ, ବୌଦ୍ଧ, ଅନୁଗୁଳକୁ ରେଡ୍ ଆଲର୍ଟ
ସମ୍ବଲପୁର ଓ ସୋନପୁରକୁ ରେଡ୍ ଆଲର୍ଟ
୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ୟେଲୋ ଆଲର୍ଟରେ ୧୭ ଜିଲ୍ଲା
ରେଡ୍ ଆଲର୍ଟ-କନ୍ଧମାଳ, ବୌଦ୍ଧ, ଅନୁଗୁଳ
ରେଡ୍ ଆଲର୍ଟ- ସମ୍ବଲପୁର ଓ ସୋନପୁର
ଅରେଞ୍ଜ ଆଲର୍ଟ- କଳାହାଣ୍ଡି, ରାୟଗଡ଼ା, ଗଜପତି
ଅରେଞ୍ଜ ଆଲର୍ଟ-ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ କେନ୍ଦୁଝର