Heavy Rain Strands Car: ରେଲୱେ ଓଭରବ୍ରିଜ୍ ତଳେ ପାଣି, ଫସିଗଲା କାର୍

Jul 06, 2026 - 10:22
Heavy Rain Strands Car: ରେଲୱେ ଓଭରବ୍ରିଜ୍ ତଳେ ପାଣି, ଫସିଗଲା କାର୍

ଲଗାଣ ବର୍ଷାରେ ବେହାଲ ଜନଜୀବନ। ରେଲୱେ ଭୁତଲ ପୋଲରେ ବୁଡ଼ିଗଲା କାର୍। ବଲାଙ୍ଗିର ଜିଲ୍ଲା ତୁରେକେଲା ମହୁଲବାହାଲି ଗାଁ ପାଖେ ଥିବା ରେଲୱେ ଭୁତଲ ପୋଲରେ ପ୍ରବଳ ବର୍ଷା ଯୋଗୁଁ ପାଣି ଜମିଛି। 

ଏଥିରେ ଏକ କାର୍ ବନ୍ଦ ହୋଇ ପଡ଼ି ରହିବା ପରେ ବେଶ୍ କଷ୍ଟର ସହ ଏହାକୁ ବାହାର କରାଯାଇଛି। ସ୍ଥାନୀୟ ଲୋକେ କାର କୁ ଠେଲି ଠେଲି ନେଇଥିବାର ଜଣାପଡିଛି। ଗତକାଲିରୁ ଲଗାଣ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।