Heavy rain: କେରଳରେ ବର୍ଷା ବିପର୍ଯ୍ୟୟ, ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି

Aug 05, 2026 - 00:38
Heavy rain: କେରଳରେ ବର୍ଷା ବିପର୍ଯ୍ୟୟ, ମୃତ୍ୟୁସଂଖ୍ୟା ୨୦କୁ ବୃଦ୍ଧି

"ଥିରୁଅନନ୍ତପୁରମ: ‌କେରଳରେ ପ୍ରବଳ ବର୍ଷା ବଡ଼ ବିପର୍ଯ୍ୟୟ ଆଣିଛି।

ଲଗାଣ ବର୍ଷା ଜନିତ ବନ୍ୟା, ଭୂସ୍ଖଳନ ପାଇଁ ରାଜ୍ୟବ୍ୟାପୀ ଲୋକମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଅନ୍ୟପ‌କ୍ଷେ ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ଗତ ୩ ଦିନ ମଧ୍ୟ‌ରେ କେରଳରେ ୨୦ ଜଣଙ୍କର ମୃତ୍ୟୁ ହୋଇଗଲାଣି।

ଆହୁରି ୭ ଜଣ ନିଖୋଜ ଅଛନ୍ତି।

ସେମାନଙ୍କୁ ଖୋଜିବାପାଇଁ ଅପରେସନ୍‌ ଜାରି ରହିଛି।Advertisment ୮ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି ହୋଇଛି ଏବଂ କେଏସ୍‌ଇବି (କେରଳ ଷ୍ଟେଟ୍‌ ଇଲେକ୍ଟ୍ରିସିଟି ବୋର୍ଡ) ୫ଟି ଜଳ ଭଣ୍ଡାରକୁ ରେଡ୍‌ ଆଲର୍ଟରେ ରଖିଛନ୍ତି।

ଅନ୍ୟପକ୍ଷେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମେଘାଳୟ ଏବଂ ଅରୁଣାଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ରେଡ ଆଲର୍ଟ ଜାରି କରିଛି।

High alert: କଠୁଆରେ ପାକିସ୍ତାନୀ ଡ୍ରୋନ୍‌ ଚିହ୍ନଟ, ପୁଞ୍ଚରେ ଆତଙ୍କୀ ନିରୋଧ ଅପରେସନ୍‌ ଜୋରଦାର ପାଣିପାଗ ସଂସ୍ଥା ମଧ୍ୟ ଆସାମର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି।

ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ ବୋଲି ଆଇଏମ୍‌ଡି ଆକଳନ କରିଛି।

ତଳିଆ ଅଞ୍ଚଳ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।