Heatlh: ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିବ ବେଦାନ୍ତ

Sep 26, 2026 - 19:10
Heatlh: ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିବ ବେଦାନ୍ତ

"ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ହେବ।

ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ଏହି ଖବର ଆସିଛି।

ସେ ଓଡ଼ିଶାରେ ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।

Advertisment ଓଡ଼ିଶାରେ ବେଦାନ୍ତର ବିଭିନ୍ନ ଶିଳ୍ପ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ସ୍ଥାନୀୟ ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ଓ ଶିଳ୍ପ ସଂସ୍ଥା ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଏହି ବୈଠକର ଆଲୋଚନାରେ ଗୁରତ୍ୱ ଆରୋପ କରାଯାଇଥିଲା।

ବେଦାନ୍ତର ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ଢେଙ୍କାନାଳ ଜିଲ୍ଲାରେ ବାର୍ଷିକ ୩୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ଅତ୍ୟାଧୁନିକ ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟ ଏବଂ ରାୟଗଡ଼ା ଜିଲ୍ଲାରେ ବାର୍ଷିକ ୬୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନାରୀ।

ଏହି ସବୁ ପ୍ରକଳ୍ପ ଗୁଡ଼ିକ କେବଳ ଓଡ଼ିଶା ନୁହେଁ ସାରା ଦେଶକୁ ଆଲୁମିନିଅମ ମାନୁଫାକ୍ଚରିଙ୍ଗ୍‌ରେ ଏକ ବିଶ୍ୱସ୍ତରୀୟ ହବ୍‌ ଭାବେ ଗଢ଼ି ତୋଳିବାରେ ସହାୟକ ହେବ।

ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହେଲେ, ବେଦାନ୍ତର ମୋଟ ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୬୦ ଲକ୍ଷ ଟନ୍‌କୁ ବୃଦ୍ଧି ପାଇବ, ଯାହା ଭବିଷ୍ୟତର ମେଟାଲ ଆବଶ୍ୟକତା ପୂରଣ ପାଇଁ ଭାରତର ବର୍ଦ୍ଧିଷ୍ଣୁ  ଚାହିଦାକୁ ପୂରଣ କରିବାରେ ସାହାଯ୍ୟ କରିବ।

ଆଲୋଚନା ସମୟରେ ଶ୍ରୀ ଅନିଲ ଅଗ୍ରୱାଲ ଝାରସୁଗୁଡ଼ାରେ ସ୍ଥିତ ଗୋଟିଏ ୧ ଏମଟିପିଏ ବିଶିଷ୍ଟ ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟର ସଂପ୍ରସାରଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଆଗ୍ରହୀ ଅଛନ୍ତି।

ସେଥିପାଇଁ ଦେଶ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପୁଞ୍ଜିନିବେଶ ଆକର୍ଷିତ କରିବା ପାଇଁ ପ୍ରୟାସ କରାଯାଉଛି ।

ନିଯୁକ୍ତି ସୃଷ୍ଟି ଏବଂ ସ୍ଥାନୀୟ ବିକାଶରେ ଏହି ପ୍ରକଳ୍ପଗୁଡ଼ିକର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଲୁମିନିୟମ କ୍ଷେତ୍ରରେ ଏହି ପୁଞ୍ଜିନିବେଶକୁ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Vedanta Aluminium: ବେଦାନ୍ତ ଆଲୁମିନିୟମ୍‌ ଲାଭରେ ୨୦୫% ବୃଦ୍ଧି ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଯେ, ଆମର ପ୍ରସ୍ତାବିତ ପୁଞ୍ଜିନିବେଶଗୁଡ଼ିକର ଲକ୍ଷ୍ୟ ହେଉଛି ଏକ ବିଶ୍ୱସ୍ତରୀୟ ଶିଳ୍ପ ପରିବେଶ ପ୍ରତିଷ୍ଠା କରିବା ଯାହା ଭାରତର ମୌଳିକ କାଠାମୋ, ଶକ୍ତି ପରିବର୍ତ୍ତନ, ଉନ୍ନତ ଉତ୍ପାଦନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ଶକ୍ତି ଯୋଗାଇବ।

ଓଡ଼ିଶା ସରକାରଙ୍କ ସହ ମିଶି ଆମେ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ସମ୍ପଦ ନିର୍ମାଣ, ବ୍ୟାପକ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ମଜଭୁତ କରିବା ଏବଂ ଏକ ବିକଶିତ ଭାରତ ଗଠନରେ ଅର୍ଥପୂର୍ଣ୍ଣ ଅବଦାନ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ଏହି ବୈଠକ ସମୟରେ ଶ୍ରୀ ଅଗ୍ରୱାଲ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ବେଦାନ୍ତର ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଥିଲେ, ଯାହା ଗତ ଦୁଇ ଦଶନ୍ଧି ଧରି ଏକ ଦୃଢ଼ ଭାଗିରୀ ଭାବରେ ବିକଶିତ ହୋଇଆସୁଛି।

ଆଗାମୀ ପ୍ରକଳ୍ପ ଦ୍ୱାରା ୨ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଭାରତର ଲଜିଷ୍ଟିକ୍ସ, ମୌଳିକ କାଠାମୋ, ଇଞ୍ଜିନିୟରିଂ ଏବଂ ଆନୁଷଙ୍ଗିକ ଶିଳ୍ପଗୁଡ଼ିକରେ ଏକ ବ୍ୟାପକ ପ୍ରଭାବ ପକାଇବ, ଯାହା ଦ୍ୱାରା ୨୦ ଲକ୍ଷରୁ ଅଧିକ ଜୀବିକା ସୁଯୋଗ ସୃଷ୍ଟି ହେବ।

ଏହି ପୁଞ୍ଜିନିବେଶ ରଣନୈତିକ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ଆମଦାନୀ ବଦଳରେ ସ୍ଥାନୀୟ ଉତ୍ପାଦନକୁ ସମର୍ଥନ କରିବା ସହ ହଜାର ହଜାର ଏମଏସଏମଇ (MSME) ଏବଂ ଯୋଗାଣକାରୀ ବ୍ୟବସାୟର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ।

ବିଶ୍ୱସ୍ତରରେ ଶକ୍ତି କ୍ଷେତ୍ରରେ ଏବେ ଆଲୁମିନିୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ଅକ୍ଷୟ ଶକ୍ତି, ପାୱାର ଟ୍ରାନ୍ସମିସନ୍, ଇଲେକ୍ଟ୍ରିକ୍ ଯାନ (EV), ଏରୋସ୍ପେସ୍ ଏବଂ ପରବର୍ତ୍ତୀ ପିଢ଼ିର ମୌଳିକ ଭିତ୍ତିଭୂମି ପାଇଁ ଆଲୁମିନିଅମ ବର୍ତ୍ତମାନ ଏକ ଅପରିହାର୍ଯ୍ୟ ସାମଗ୍ରୀରେ ପରିଣତ ହୋଇଛି।

ଏହା ବ୍ୟତୀତ, ପାୱାର ଟ୍ରାନ୍ସମିସନ୍ ଏବଂ ଡିଷ୍ଟ୍ରିବ୍ୟୁସନ୍ ଠାରୁ ଆରମ୍ଭ କରି କୁଲିଂ ସିଷ୍ଟମ୍ ଏବଂ ହିଟ୍ ଏକ୍ସଚେଞ୍ଜର ପର୍ଯ୍ୟନ୍ତ, ଡାଟା ସେଣ୍ଟର ପରି AI ମୌଳିକ ଭିତ୍ତିଭୂମି ବିକାଶ ଆଲୁମିନିୟମ ଚାହିଦା ପାଇଁ ନୂତନ ଦିଗ ସୃଷ୍ଟି କରୁଛି।

ଝାରସୁଗୁଡ଼ାରେ ବିଶ୍ୱର ସର୍ବବୃହତ୍ ଆଲୁମିନିୟମ ସ୍ମେଲ୍ଟର ଏବଂ ଲାଞ୍ଜିଗଡ଼ରେ ଏକ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ଭଳି ପ୍ରସ୍ତାବିତ ପୁଞ୍ଜିନିବେଶଗୁଡ଼ିକ ଓଡ଼ିଶାକୁ ଭାରତର ଆଲୁମିନିୟମ ହବ୍ ଭାବରେ ପରିଣତ କରିବାରକ୍ଷମତା ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)