Healthy people: ସୁସ୍ଥ ବ୍ୟକ୍ତିଙ୍କୁ ବି ହୋଇପାରେ ହୃଦ୍ରୋଗ
"ଜଣେ ବ୍ୟକ୍ତି ସୁସ୍ଥ ଦେଖାଯାଇ ପାରନ୍ତି, ଏପରିକି ତାଙ୍କ ଓଜନ ବି ସାଧାରଣ ଥାଇପାରେ ଓ ସେ ନିୟମିତ ବ୍ୟାୟାମ ଆଦି କରୁଥାଇ ପାରନ୍ତି, ତଥାପି ତାଙ୍କର ହୃଦ୍ଘାତ ଜନିତ ବିପଦ ରହିଛି।
ମେଦାନ୍ତ ହସ୍ପିଟାଲ୍ର ଇଣ୍ଟର୍ଭେନ୍ସନାଲ୍ କାର୍ଡିଓଲୋଜି ବିଭାଗ ଅଧ୍ୟକ୍ଷ ଡାକ୍ତର ପ୍ରବୀଣ ଚନ୍ଦ୍ରାଙ୍କ ଅନୁଯାୟୀ, ହୃଦ୍ରୋଗକୁ ଶରୀରର ଜେନେଟିକ୍ସ୍, ମେଟାବୋଲିକ୍ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଆଦି ପ୍ରଭାବିତ କରିଥାନ୍ତି।
ସେ କହିଛନ୍ତି, ଆପଣ ନିୟମିତ ବ୍ୟାୟାମ କରି ସାଧାରଣ ଓଜନ ବଜାୟ ରଖିପାରନ୍ତି।
ସକ୍ରିୟ ଜୀବନଯାପନ କଲେ ବି ଲକ୍ଷଣ ନଦେଖାଇ ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ନିରବ ରୋଗ ଆପଣଙ୍କ ରକ୍ତବାହୀ ନଳୀ ତଥା ହୃଦୟକୁ ଲଗାତର କ୍ଷତି ପହଞ୍ଚାଇଥାନ୍ତି।Advertisment Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ ସୁସ୍ଥ ଲୋକଙ୍କୁ ହୃଦ୍ଘାତ ହୁଏ କାହିଁକି?ଉଚ୍ଚ ରକ୍ତଚାପ, ମଧୁମେହ ଓ ଉଚ୍ଚ କୋଲେଷ୍ଟ୍ରଲ୍ ଧୀରେ ଧୀରେ ରକ୍ତବାହୀ ନଳୀକୁ କ୍ଷତି ପହଞ୍ଚାଇଥାଏ।
ଏଗୁଡ଼ିକ କୌଣସି ସ୍ପଷ୍ଟ ଲକ୍ଷଣ ନଦେଖାଇ ଶରୀର ମଧ୍ୟରେ ବିକଶିତ ହୋଇଥାନ୍ତି।
ଉଚ୍ଚ ରକ୍ତଚାପ ଜଣଙ୍କର ହୃତ୍ପିଣ୍ଡ ଓ ଧମନୀ ଉପରେ ଚାପ ପକାଇଥାଏ।
ସେହିପରି ଅନିୟନ୍ତ୍ରିତ ରକ୍ତ ଶର୍କରା ରକ୍ତବାହୀ ନଳୀକୁ କ୍ଷତି ପହଞ୍ଚାଇପାରେ।
ଏସବୁ ହୃଦ୍ରୋଗକୁ ତ୍ୱରାନ୍ୱିତ କରିଥାନ୍ତି।
ସେହିପରି ଉଚ୍ଚ କୋଲେଷ୍ଟ୍ରଲ୍ ଧମନୀ ଭିତରେ ପ୍ଲାକ୍ ଗଠନ କରେ।
ଏହାର ଅର୍ଥ, ଶାରୀରିକ ଭାବେ ସକ୍ରିୟ ରହିବା କିମ୍ବା ଶରୀରର ସାଧାରଣ ଓଜନ ହୃଦ୍ରୋଗର ବିପଦକୁ ଦୂର କରେ ନାହିଁ।
ଏଥିସହିତ ଧୂମପାନ, ଅତ୍ୟଧିକ ମଦ୍ୟପାନ, ଦୀର୍ଘକାଳୀନ ଚାପ, ଖରାପ ନିଦ୍ରା ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ହୃଦ୍ରୋଗର ବିପଦକୁ ବଢ଼ାଇଥାଏ।
ନିୟମିତ ପରୀକ୍ଷା ଜରୁରିନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ବାରା ରକ୍ତଚାପ, ରକ୍ତ ଶର୍କରା ଓ କୋଲେଷ୍ଟ୍ରଲ୍ ଆଦିର ଲକ୍ଷଣ ଦେଖାଯିବା ପୂର୍ବରୁ ସେଗୁଡ଼ିକର ଚିହ୍ନଟ କରିହେବ।
ହୃଦ୍ରୋଗ ବଂଶଗତ ହୋଇଥିଲେ ଡାକ୍ତରଙ୍ନି ୟମିତ ପରାମର୍ଶ କରିବା ଦରକାର।
Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୃଦ୍ଘାତ ବିପଦକୁ କିପରି ଏଡ଼ାଇବେନିୟମିତ ଶାରୀରିକ କାର୍ଯ୍ୟକଳାପ ହୃତ୍ପିଣ୍ଡର ସୁସ୍ଥତାକୁ ଉନ୍ନତ କରିଥାଏ।
ହୃତ୍ପିଣ୍ଡକୁ ସୁସ୍ଥ ରଖିବା ଲାଗି ଅତିରିକ୍ତ ସାଚୁରେଟେଡ୍ ଚର୍ବି, ଲୁଣ, ଚିନି ଏବଂ ଅତ୍ୟଧିକ ପ୍ରୋସେସ୍ଡ ଫୁଡ୍ ସେବନ ସୀମିତ ରଖିବା ଭଲ।
ସେହିପରି ଧୂମପାନ ଠାରୁ ଦୂରେଇ ରହନ୍ତୁ।
କାରଣ ତମାଖୁ ରକ୍ତବାହୀ ନଳୀକୁ କ୍ଷତି ପହଞ୍ଚାଇ ହୃଦ୍ରୋଗର ବିପଦ ବଢ଼ାଇଥାଏ।
ଏହି କ୍ଷେତ୍ରରେ ଚାପ ପରିଚାଳନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଯୋଗ, ଧ୍ୟାନ, ପଢ଼ିବା, ଚାଲିବା ଭଳି କାର୍ଯ୍ୟକଳାପ ଚାପ ପରିଚାଳନାରେ ସାହାଯ୍ୟ କରିଥାଏ।
ଛାତିରେ ଚାପ କିମ୍ବା ଯନ୍ତ୍ରଣା, ନିଶ୍ୱାସ ନେବାରେ ସମସ୍ୟା, ଝାଳ ବୋହିବା, ବାନ୍ତି, ଅସ୍ୱାଭାବିକ ଦୁର୍ବଳତା କିମ୍ବା ହାତ, ପିଠି, ବେକ ପର୍ଯ୍ୟନ୍ତ ବ୍ୟାପୁଥିବା ଯନ୍ତ୍ରଣାକୁ ଅଣଦେଖା କରିବା ଉଚିତ ନୁହେଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
