Health: ବଡକୋଦଣ୍ଡାରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ପରିବାରକୁ ଭେଟିଲେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଟିମ୍
"ଭଞ୍ଜନଗର (ବିଶ୍ବମ୍ବର ଜେନା): ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବଡ଼କୋଦଣ୍ଡା ଗ୍ରାମରେ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଇଛି।
ବୁଧବାର ଦିନ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଉକ୍ତ ଗ୍ରାମକୁ ଗସ୍ତ କରି ନୂଆସାହି ଓ ଉସ୍ତସାହିରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଘରକୁ ଯାଇ ସ୍ବାସ୍ଥ୍ୟାବସ୍ଥା ସଂର୍ପକରେ ପଚାରି ବୁଝିବା ସହ ପିଇବା ପାଣି ସଂର୍ପକରେ ଅନୁଧ୍ୟାନ କରିଛନ୍ତି।
ଏଥିସହ କୂଅ, ନଳକୂଅ ଓ ଜଳଉତ୍ସ ଆଦିରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି।
Advertisment ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଡା.ବାଲୁଙ୍କେଶ୍ବର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଜିଲ୍ଲା ମହାମାରୀ ବିଶେଷଜ୍ଞ ମୁକେଶ ଚନ୍ଦ୍ର ମାଳି, ମାଇକ୍ରୋ ବାଓଲୋଜିଷ୍ଟ ଅପ୍ରଣିତା ସ୍ବାଇଁ, ରାଜେନ୍ଦ୍ର ସ୍ବାଇଁ, ଏଏନ୍ଏମ୍ ସବିତା ନିମାଲ ଓ ଆଶାକର୍ମୀମାନେ ଉପସ୍ଥିତ ଥିଲେ।
ଉକ୍ତ ଦୁଇସାହିର ମୋଟ ୬ଜଣ ୧୩ ବର୍ଷରୁ କମ୍ ପୁଅଝିଅ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ୨ ଜଣଙ୍କ ନିକଟରେ ଲକ୍ଷଣ ରହିଥିବା ବେଳେ ଅନ୍ୟମାନେ ସୁସ୍ଥ ଅଛନ୍ତି।
ପ୍ରାଥମିକସ୍ତରରେ ଦୂଷିତ ପାଣି ବ୍ୟବହାର ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି।
ତେବେ, ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ: Global Food: ବିଶ୍ୱର ଖାଦ୍ୟ ଥାଳିରେ ବିଷ: ଚେତାବନୀ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏସଂକ୍ରାନ୍ତରେ ବିଡିଓ ଭାରତୀ ଦେବୀ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିିତି ନିୟନ୍ତ୍ରଣରେ ରହିଛି।
ଆମେ ଖବର ପାଇ ତହସିଲଦାର ଓ ଅନ୍ୟ ଅଧିକାରୀଙ୍କ ସହ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲୁ।
ସମସ୍ତ ଜଳ ପ୍ରକଳ୍ପକୁ ବିଶୋଧନ କରିବାକୁ କୁହାଯାଇଛି।
ଏଥିସହ ଯେଉଁ ସାହିକୁ ପାଣି ଯାଉନଥିବା ଅଭିଯୋଗ ହେଉଛି ସେହି ଅଞ୍ଚଳ ପାଇଁ ସୋଲାର ଜଳ ପ୍ରକଳ୍ପ ସ୍ଥାପନ କରିବା ନେଇ ଯୋଜନା କରାଯାଉଛି।
ଗତ ୨ ବର୍ଷ ତଳେ ଏହି ଗ୍ରାମରେ ଝାଡବାନ୍ତିରେ ଏକାଧିକ ଲୋକ ଆକ୍ରାନ୍ତ ହୋଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।