HDFC Bank: ଏଚ୍ଡିଏଫ୍ସି ବ୍ୟାଙ୍କ ଛାଡ଼ିବେ ଭରୁଚା
"ନୂଆଦିଲ୍ଲୀ: ଏଚ୍ଡିଏଫ୍ସି ବ୍ୟାଙ୍କର ଉପପରିଚାଳନା ନିର୍ଦ୍ଦେଶକ କୈଜାଦ ଭରୁଚା ବ୍ୟାଙ୍କ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
ଆସନ୍ତା ଡିସେମ୍ବର ୩୧ରେ ସେ ଦାୟିତ୍ୱରୁ ଅବ୍ୟାହତି ନେବେ।
ବ୍ୟାଙ୍କ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି।
ଭରୁଚା ୧୯୯୫ ମସିହାରେ ଏଚ୍ଡିଏଫ୍ସି ବ୍ୟାଙ୍କରେ ଯୋଗ ଦେଇଥିଲେ।
ଦୀର୍ଘ ୩୧ ବର୍ଷ ଧରି ସେ ବ୍ୟାଙ୍କର ବିକାଶ, ଋଣ ପରିଚାଳନା ଓ ବ୍ୟବସାୟିକ ସମ୍ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।
Advertisment Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି ବିଶେଷକରି କମ୍ପାନିଗୁଡ଼ିକୁ ଋଣ ପ୍ରଦାନ ଓ ଋଣ ବିପଦ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ରହିଛି।
ବ୍ୟାଙ୍କର ସର୍ବୋଚ୍ଚ ପଦବି ପାଇଁ ଭରୁଚା ଜଣେ ପ୍ରମୁଖ ଦାବିଦାର ଥିଲେ।
କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁପ ବାଗଚୀଙ୍କୁ ଏଚ୍ଡିଏଫ୍ସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତି ପାଇଁ ଅନୁମୋଦନ ଦେଇଛି।
ବାଗଚୀ ଅକ୍ଟୋବର ୨୭ରୁ ଏହି ଦାୟିତ୍ୱ ଗ୍ରହଣ କରିବେ।
ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ଭରୁଚାଙ୍କ ଅବ୍ୟାହତି ଅନୁରୋଧକୁ ଗ୍ରହଣ କରି ଅନୁମୋଦନ ପାଇଁ ରିଜର୍ଭ ବ୍ୟାଙ୍କକୁ ପଠାଇବାକୁ ନିଷ୍ପତ୍ତି ନେଇଛି।
ଭରୁଚାଙ୍କ ବିଦାୟ ଓ ନୂଆ ମୁଖ୍ୟଙ୍କ ନିଯୁକ୍ତି ଏଚ୍ଡିଏଫ୍ସି ବ୍ୟାଙ୍କର ନେତୃତ୍ୱ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେବ।
Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
