Haryana: ହରିୟାଣାର ୩୩.୮୪ ଲକ୍ଷ ଭୋଟରଙ୍କ ଯାଞ୍ଚ ଅସମ୍ପୂର୍ଣ୍ଣ, ଚିଠା ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି
"ଚଣ୍ଡୀଗଡ଼: ହରିୟାଣାରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ବେଳେ ୩୩.୮୪ ଲକ୍ଷ ଭୋଟରଙ୍କ ଯାଞ୍ଚ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ।
ନିର୍ବାଚନ କମିସନଙ୍କ ପ୍ରାରମ୍ଭିକ ତଥ୍ୟ ଅନୁସାରେ, ଏହି ଭୋଟରମାନଙ୍କ ନାମ ଚିଠା ଭୋଟର ତାଲିକାରେ ସାମିଲ ନ ହୋଇପାରେ।
ତେବେ ଅନ୍ତିମ ତାଲିକା ପ୍ରକାଶ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ନିଜ ଦାବି ଓ ଆପତ୍ତି ଦାଖଲ କରିବାର ସୁଯୋଗ ଦିଆଯିବ ବୋଲି କମିସନ ସ୍ପଷ୍ଟ କରିଛନ୍ତି।Advertisment ଆହୁରି ପଢନ୍ତୁ :Accident: ସଡ଼କ ଦୁର୍ଘଟଣାରେ ମେଧାବୀ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ, ରାଜ୍ୟର ପ୍ରାୟ ୨.୦୭ କୋଟି ଭୋଟରଙ୍କ ମଧ୍ୟରୁ ବହୁ ସଂଖ୍ୟକ ଭୋଟରଙ୍କ ଯାଞ୍ଚ ସମ୍ପୂର୍ଣ୍ଣ ହୋଇସାରିଛି।
କିନ୍ତୁ ୩୩.୮୪ ଲକ୍ଷ ଭୋଟରଙ୍କ କ୍ଷେତ୍ରରେ ଆବଶ୍ୟକ ଦସ୍ତାବିଜ, ଠିକଣା କିମ୍ବା ପରିଚୟ ସମ୍ପର୍କିତ ସୂଚନାର ସତ୍ୟାପନ ବାକି ରହିଛି।
ଏହି କାରଣରୁ ସେମାନଙ୍କୁ "ଯାଞ୍ଚ ହୋଇ ନ ଥିବା" ଶ୍ରେଣୀରେ ରଖାଯାଇଛି।
କମିସନ କହିଛନ୍ତି, ଚିଠା ତାଲିକା ପ୍ରକାଶ ପରେ ଯେଉଁମାନଙ୍କ ନାମ ବାଦ ପଡ଼ିବ, ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଦାଖଲ କରିପାରିବେ।
ବୁଥ୍ ସ୍ତରୀୟ ଅଧିକାରୀଙ୍କ ଯାଞ୍ଚ, ଆବଶ୍ୟକ ଦସ୍ତାବିଜ ଓ ଆଇନଗତ ପ୍ରକ୍ରିୟା ପୂରଣ ପରେ ଯୋଗ୍ୟ ଭୋଟରଙ୍କ ନାମ ପୁଣିଥରେ ତାଲିକାରେ ସାମିଲ କରାଯିବ।
ଆହୁରି ପଢନ୍ତୁ :vehicle checking drive ଆଉ ନିସ୍ତାର ନାହିଁ, ସବୁ ଗାଡ଼ିମୋଟରକୁ ତନ୍ନତନ୍ନ ଖୋଜୁଛନ୍ତି ଘୁ ଉଦୟଗିରି ପୁଲିସ କେବଳ ଯାଞ୍ଚ ଅସମ୍ପୂର୍ଣ୍ଣ ଥିବାରୁ କୌଣସି ବ୍ୟକ୍ତିଙ୍କ ଭୋଟ ଅଧିକାର ସ୍ଥାୟୀ ଭାବେ ବାତିଲ ହେବ ନାହିଁ ବୋଲି ମଧ୍ୟ କମିସନ ସ୍ପଷ୍ଟ କରିଛନ୍ତି।
ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ଏହି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଅନ୍ତିମ ତାଲିକା ପ୍ରକାଶ ପୂର୍ବରୁ ପ୍ରତ୍ୟେକ ମାମଲାର ସ୍ୱଚ୍ଛ ଓନିରପେକ୍ଷ ଯାଞ୍ଚ କରିବାକୁ ସେମାନେ ଦାବି କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।