Hardik Pandya Goes Bald: ହାର୍ଦ୍ଦିକଙ୍କ ନୂଆ ଲୁକ୍ ଦେଖି ଆଶ୍ଚର୍ଯ୍ୟ ପ୍ରଶଂସକ, ଫଟୋ ଭାଇରାଲ
ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୂର୍ଣ୍ଣ ଲଣ୍ଡା ହୋଇ ତିରୁମଳା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦର୍ଶନ କରିଛନ୍ତି ହାର୍ଦ୍ଦିକ। ତାଙ୍କ ସହ ପ୍ରେମିକା ମାହିକା ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଉଭୟ ପାରମ୍ପରିକ ଧଳା ପୋଷାକ ପିନ୍ଧି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
ମନ୍ଦିର ପରିସରରେ ହାର୍ଦ୍ଦିକ ଓ ମାହିକାଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି। ବିଶେଷ କରି ହାର୍ଦ୍ଦିକଙ୍କ ନୂଆ ଲୁକ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖାଦେଇଛି। ତିରୁମଳା ମନ୍ଦିରରେ ଭକ୍ତମାନେ ଶ୍ରଦ୍ଧା ଓ କୃତଜ୍ଞତାର ପ୍ରତୀକ ସ୍ୱରୂପ ମୁଣ୍ଡନ କରିବାର ପରମ୍ପରା ରହିଛି। ତେବେ ହାର୍ଦ୍ଦିକ କେଉଁ କାରଣରୁ ମୁଣ୍ଡନ କରିଛନ୍ତି, ସେନେଇ ସେ କୌଣସି ସୂଚନା ଦେଇନାହାନ୍ତି।
HARDIK PANDYA & MAHIEKA SHARMA AT SHRI VENKATESWARA TEMPLE IN TIRUMALA. 🙏❤️ (IANS). pic.twitter.com/9yJpQVopqI
— Tanuj (@ImTanujSingh) August 2, 2026
ଏପଟେ ଆହତ ସମସ୍ୟାରୁ ସୁସ୍ଥ ହୋଇ କ୍ରିକେଟକୁ ଫେରିବା ପାଇଁ ହାର୍ଦ୍ଦିକ କଠିନ ପରିଶ୍ରମ କରୁଛନ୍ତି। ଆଇପିଏଲ୍ ୨୦୨୬ ପରଠାରୁ ପିଠି ଓ ପରେ ଜଙ୍ଘରେ ଆଘାତ ଲାଗିବା କାରଣରୁ ସେ ମଇଦାନରୁ ଦୂରରେ ଅଛନ୍ତି। ଏହି କାରଣରୁ ଆଫଗାନିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ୍, ଇଂଲଣ୍ଡ ଗସ୍ତ ଏବଂ ଜିମ୍ବାୱେ ବିପକ୍ଷ ସିରିଜ୍ ମଧ୍ୟ ସେ ଖେଳିପାରିନଥିଲେ। ଏବେ ଭକ୍ତି ଓ ବିଶ୍ୱାସ ସହ ପ୍ରଭୁଙ୍କ ଆଶୀର୍ବାଦ ନେଇଥିବା ହାର୍ଦ୍ଦିକଙ୍କୁ ପୁଣି ଥରେ ମଇଦାନରେ ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି।
Indian cricketer Hardik Pandya visited the Sri Venkateswara Swamy Temple in Tirumala today with Mahika Sharma.
— Amit Kumar Sindhi (@AMIT_GUJJU) August 2, 2026
Hardik offered his hair as part of a religious vow and was seen in a new bald look. The two also took part in the early morning Suprabhatha Seva. 🙏 pic.twitter.com/mdkQlecKLv
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।