Hardcore Naxal Arrested After Five Years: ୫ ବର୍ଷ ହେଲା ଫେରାର୍ ପଳାତକ ଘୋଷିତ ହାର୍ଡକୋର୍ ନକ୍ସଲ ଝାଡ଼ଖଣ୍ଡରେ ଗିରଫ
ଫେରାର୍ ହାର୍ଡକୋର୍ ନକ୍ସଲ ଗିରଫ। ୫ ବର୍ଷ ହେଲା ଫେରାର୍ ହାର୍ଡକୋର୍ ନକ୍ସଲ ଝାଡ଼ଖଣ୍ଡରେ ଗିରଫ ହୋଇଛି। ପଳାତକ ଘୋଷିତ ହାର୍ଡକୋର୍ ନକ୍ସଲ ଦିନେଶ ମାହାତୋକୁ ଗିରଫ କରିଛି ପୋଲିସ। ଝାଡ଼ଖଣ୍ଡ ଚତେରାଚଟ୍ଟି ଥାନା ହୁରଲୁଙ୍ଗ ଗାଁରୁ ଗିରଫ କରାଯାଇଛି। ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ଦିନେଶ ନାଁରେ ରହିଛି ୧୦ରୁ ଅଧିକ ମାମଲା।
୫ ବର୍ଷ ପୂର୍ବେ ଦିନେଶ ସିପିଆଇ ନକ୍ସଲ ସଂଗଠନ ସହ ସାମିଲ ହୋଇ ନକ୍ସଲ କାର୍ଯ୍ୟକଳାପରେ ସାମିଲ ରହିବା ସହ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ସଂଘଠନକୁ ଯୋଗାଉଥିବା ଅଭିଯୋଗ ଥିଲା। ସୁରକ୍ଷା ବାହିନୀକୁ ଚକମା ଦେଇ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଥିଲା। ଝାରଖଣ୍ଡରେ ଦିନେଶକୁ ପଳାତକ ଘୋଷଣା କରାଯାଇଥିଲ। ଗତକାଲି ତାର ନିଜ ଗାଁରୁ ପୋଲିସ୍ ଦୀନେଶକୁ ଗିରଫ କରିଛି।
- ୫ ବର୍ଷ ହେଲା ଫେରାର୍ ହାର୍ଡକୋର୍ ନକ୍ସଲ ଝାଡ଼ଖଣ୍ଡରେ ଗିରଫ
- ପଳାତକ ଘୋଷିତ ହାର୍ଡକୋର୍ ନକ୍ସଲ ଦିନେଶ ମାହାତୋ ଗିରଫ
- ଝାଡ଼ଖଣ୍ଡ ଚତେରାଚଟ୍ଟି ଥାନା ହୁରଲୁଙ୍ଗ ଗାଁରୁ ଗିରଫ
- ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ଦିନେଶ ନାଁରେ ରହିଛି ୧୦ରୁ ଅଧିକ ମାମଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।