Haaland New Look: ହାଲାଣ୍ଡଙ୍କ ନୂଆ ଲୁକ୍‌କୁ ନେଇ ଚର୍ଚ୍ଚା

Aug 24, 2026 - 15:10
Haaland New Look: ହାଲାଣ୍ଡଙ୍କ ନୂଆ ଲୁକ୍‌କୁ ନେଇ ଚର୍ଚ୍ଚା

"ମାଞ୍ଚେଷ୍ଟର: ଗତ ଫିଫା ବିଶ୍ବକପ୍‌ରେ ସବୁଠାରୁ ଚର୍ଚ୍ଚିତ କିଛି ଖେଳାଳିଙ୍କ ମଧ୍ୟରେ ଅନ୍ୟତମ ଥିଲେ ନରଓ୍ବେର ଏର୍ଲିଙ୍ଗ ହାଲାଣ୍ଡ।

କେବଳ ଲଢୁଆ ଖେଳ ପାଇଁ ନୁହେଁ, ତାଙ୍କର କେଶବିନ୍ୟାସ ପାଇଁ ମଧ୍ୟ ସେ ଆକର୍ଷଣର କେନ୍ଦ୍ର ଥିଲେ।

କିନ୍ତୁ ଏବେ ସେ ଏକ ନୂଆ ଲୁକ୍‌ରେ ନଜର ଆସିଛନ୍ତି।

ନୂଆ ପ୍ରିମିୟର ଲିଗ୍‌ ସିଜନ ଆରମ୍ଭ ପୂର୍ବରୁ ତାଙ୍କର ନୂଆ ଲୁକ୍‌ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି।Advertisment କେଶ ତାଙ୍କ ପରିଚୟର ପ୍ରମୁଖ ଅଂଶ ଥିଲା ବର୍ଷ ବର୍ଷ ଧରି ହାଲାଣ୍ଡଙ୍କ ଲମ୍ବା, ଝୁଲୁଥିବା ସୁନେଲି କେଶ ତାଙ୍କ ପରିଚୟର ଏକ ପ୍ରମୁଖ ଅଂଶ ଥିଲା।

ମାଞ୍ଚେଷ୍ଟର ସିଟି ପାଇଁ ତାଙ୍କ ଦ୍ରୁତ ଦୌଡ଼, ଶକ୍ତିଶାଳୀ ଫିନିଶିଂ ଓ ଲଗାତାର ଗୋଲ୍‌ ସ୍କୋରିଂ ସହ ଏହି କେଶବିନ୍ୟାସ ମଧ୍ୟ ତାଙ୍କୁ ବିଶ୍ୱ ଫୁଟବଲ୍‌ର ଏକ ସ୍ୱତନ୍ତ୍ର ଚେହେରା କରିଥିଲା।

ତେବେ ନୂଆ ଲୁକ୍‌ ତାଙ୍କ ଚେହେରାରେ ଏକ ଭିନ୍ନତା ଆଣିଛି।

Chess: କେମରଙ୍କୁ ହରାଇ ଫାଇନାଲର ନିକଟତର ହେଲେ ପ୍ରଜ୍ଞାନନ୍ଦ ହାଲାଣ୍ଡଙ୍କ ନୂଆ ଲୁକ୍‌କୁ ନେଇ ପୂର୍ବତନ ସ୍ୱିଡେନ୍‌ ଷ୍ଟାର୍‌ ଜ୍ଲାଟାନ୍‌ ଇବ୍ରାହିମୋଭିଚ୍‌ ମଧ୍ୟ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।

ହାଲାଣ୍ଡଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରକାଶିତ ଏକ ଭିଡିଓରେ ଇବ୍ରାହିମୋଭିଚ୍‌ ମଜାକିଆ ଢଙ୍ଗରେ ପଚାରିଛନ୍ତି, “ତୁମେ କ"ଣ କୌଣସି ବାଜି ହାରିଗଲ?” ଏହା ସହ ନୂଆ ହେୟାର୍‌ଷ୍ଟାଇଲ୍‌ ଯୋଗୁଁ ହାଲାଣ୍ଡ ଆହୁରି ଦ୍ରୁତ ଦୌଡ଼ିପାରିବେ କି ବୋଲି ମଧ୍ୟ ଇବ୍ରାହିମୋଭିଚ୍‌ ମଜାରେ ପଚାରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)