GRP Constable Soumyaranjan Murder Case: ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟା ମାମଲା, ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ
ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ଦୁଇଦିନିଆ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ। ୩ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ବଡ଼ଜେନା ଓରଫ କାଳିଆ, ସ୍କାଏଲାବ ପତି ଓ ବିସ୍ମୟ ମହାନ୍ତିଙ୍କୁ ରିମାଣ୍ଡରେ ନେଇଛି କ୍ରାଇମ ବ୍ରାଞ୍ଚ ।
ଆଜିଠାରୁ ସେମାନଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମ୍ ବ୍ରାଞ୍ଚ ଟିମ୍ । ସୌମ୍ୟ ହତ୍ୟା ମାମଲାରେ ଏହି ୩ ଜଣ ଅଭିଯୁକ୍ତ ମୁଖ୍ୟ ଅଭିଯୁକ୍ତ ବୋଲି କ୍ରାଇମ୍ ବ୍ରାଞ୍ଚ ପ୍ରମାଣ ପାଇଥିଲା। ଏ ଘଟଣାରେ ଏବେ ସୁଦ୍ଧା ମୋଟ ୨୦ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ସାରିଲାଣି।
ଗତ ମେ’ ୭ ତାରିଖରେ ହଂସପାଳ-ନିମାପଡ଼ା ରାସ୍ତାର ରାମଚନ୍ଦ୍ରପୁର କାଜ ନିକଟରେ ଜିଆରପି କନଷ୍ଟେବଳ ସୌମ୍ୟଙ୍କୁ ପିଟିପିଟି ହତ୍ୟା କରିଥିଲେ ଲୋକେ।...
ସୌମ୍ୟ ହତ୍ୟା, ରିମାଣ୍ଡରେ ୩ ମୁଖ୍ୟ ଅଭିଯୁକ୍ତ
୨ ଦିନିଆ କ୍ରାଇମବ୍ରାଞ୍ଚ୍ ରିମାଣ୍ଡରେ ଗଲେ ୩ ମୁଖ୍ୟ ଅଭିଯୁକ୍ତ
ପଞ୍ଚାନନ ବଡ଼ଜେନା, ସ୍କାଏଲାବ ପତି ଓ ବିସ୍ମୟ ମହାନ୍ତି
ଏମାନେ ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରମାଣ ପାଇଛି କ୍ରାଇମ୍ ବ୍ରାଞ୍ଚ୍
ଆଜିଠୁ ୨ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟିବ କ୍ରାଇମ୍ ବ୍ରାଞ୍ଚ୍ ଟିମ୍
ମେ ୭ ତାରିଖରେ ବାଲିଅନ୍ତାରେ ପିଟି ପିଟି କରିଥିଲେ ହତ୍ୟା