Greed for Money Turns Deadly: ଟଙ୍କା ଲୋଭରେ ଅମାନବୀୟ କାଣ୍ଡ, ଭାଇର ଜୀବନ ନେଲା ଦାଦା ପୁଅ ଭାଇ

Jul 17, 2026 - 12:18
Greed for Money Turns Deadly: ଟଙ୍କା ଲୋଭରେ ଅମାନବୀୟ କାଣ୍ଡ, ଭାଇର ଜୀବନ ନେଲା ଦାଦା ପୁଅ ଭାଇ

ସମ୍ପର୍କକୁ ଲଜ୍ଜିତ କରିଦେବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ପୁଣି ସାମ୍ନାକୁ ଆସିଛି। ୨ ହଜାର ଟଙ୍କା ପାଇଁ ଦାଦା ପୁଅ ଭାଇକୁ ପିଟିପିଟି  ହତ୍ୟା କରିଛି ଭାଇ। ହତ୍ୟା ପରେ ଅଭିଯୁକ୍ତ ମୃତଦେହକୁ ଲୁଚାଇବା ଉଦ୍ଦେଶ୍ୟରେ ଏକ ଚାଷ ଜମିରେ ଫିଙ୍ଗି ଫେରାର ହୋଇଛି। ଏପରି ଏକ ଘଟଣା ବିହାରର ମୁଜଫ୍ଫରପୁର ଜିଲ୍ଲାରେ ଘଟିଥିବାବେଳେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ମୃତକ ଜଣକ ହେଲେ ସଞ୍ଜୟ ପାଶୱାନ। ସେ ଦିନ ମଜୁରି କାମ କରି ନିଜ ପରିବାରର ପ୍ରତିପୋଷଣ କରୁଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ସକାଳେ ସଞ୍ଜୟ ପାଶୱାନ ଓ ତାଙ୍କ ଦାଦା ପୁଅ ଭାଇ ସୀତାରାମ ପାଶୱାନଙ୍କ ସହ ଘରୁ ବାହାରିଥିଲେ।

ସନ୍ଧ୍ୟାବେଳେ ଜଣେ ଗାଈ ଚରାଳି ଚାଷ ଜମିରେ ମୃତଦେହ ପଡ଼ିଥିବା ଦେଖି ପାଟି କରିଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ସେଠାରୁ ସଞ୍ଜୟଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଘଟଣା କିପରି ଥିଲା ?

ପରିବାର ଲୋକଙ୍କ କହିବା ଅନୁସାରେ, ସଞ୍ଜୟ ପାଶୱାନଙ୍କ ପାଖରେ ଦିନ ମଜୁରିରୁ ମିଳିଥିବା ପ୍ରାୟ ୨,୦୦୦ ଟଙ୍କା ଥିଲା। ଦୁଇ ଭାଇ ଦିନରେ ଏକାଠି ବସି ତାଡ଼ି ପିଇଥିଲେ। ଏହାପରେ ଅଭିଯୁକ୍ତ ସୀତାରାମ ପାଶୱାନ ମନରେ ଲୋଭ ଆସିଥିଲା ଏବଂ ସେ ସଞ୍ଜୟଙ୍କୁ ୨,୦୦୦ ଟଙ୍କା ମାଗିଥିଲା। ସଞ୍ଜୟ ନିଜ କଷ୍ଟ ଉପାର୍ଜିତ ଟଙ୍କା ଦେବାକୁ ମନା କରିବା ସହ ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସୀତାରାମ ତାଙ୍କୁ ନିର୍ଦ୍ଦୟ ଭାବେ ପିଟିଥିଲେ, ଫଳରେ ଘଟଣାସ୍ଥଳରେ ହିଁ ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା।

ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ସୀତାରାମ ପାଶୱାନ ଗିରଫ କରିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଫରେନସିକ୍ ସାଇନ୍ସ ଲାବରେଟୋରୀ (FSL) ଟିମ୍‌କୁ ଘଟଣାସ୍ଥଳକୁ ଡକାଇ ତଦନ୍ତ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।