Governor: ଆଜି ଆସୁଛନ୍ତି ରାଜ୍ୟପାଳ ବ୍ରଜମୋହନ ରାମ: ୧୮ରେ ଶପଥ ଗ୍ରହଣ, ନେବେ ମହାପ୍ରଭୁଙ୍କ ଆଶୀର୍ବାଦ

Oct 17, 2026 - 09:11
Governor: ଆଜି ଆସୁଛନ୍ତି ରାଜ୍ୟପାଳ ବ୍ରଜମୋହନ ରାମ:  ୧୮ରେ ଶପଥ ଗ୍ରହଣ, ନେବେ ମହାପ୍ରଭୁଙ୍କ ଆଶୀର୍ବାଦ

"ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ମଧ୍ୟାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ବୋଲି ସୂଚନା ମିଳିଛି।

ରାଜ୍ୟପାଳଙ୍କ ସହ ଝାଡ଼ଖଣ୍ଡରୁ ପ୍ରାୟ ୩୦୦ଜଣ ଅତିଥି ଆସିବେ।

ଆସନ୍ତା ୧୮ତାରିଖରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।

ଏଥିପାଇଁ ଓଡ଼ିଶା ଲୋକଭବନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଶେଷ ହୋଇଛି।

୧୮ତାରିଖ ପୂର୍ବାହ୍ନ ୧୧ଟାରେ ଲୋକଭବନର ନୂଆ ଅଭିଷେକ ହଲ୍‌ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ।

Advertisment ଶପଥ ଗ୍ରହଣ ପରେ ମହାପ୍ରଭୁଙ୍କ ଦର୍ଶନ କରିବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟପାଳ ଶପଥ ଗ୍ରହଣ କରିବା ପରେ ପୁରୀ ଗସ୍ତରେ ଯିବେ।

ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପୁରୀ ଲୋକଭବନରେ କିଛି ସମୟ ବିତାଇବାର କାର୍ଯ୍ୟକ୍ରମ ରହିଥିବା ଓଡ଼ିଶା ଲୋକଭବନ ପକ୍ଷରୁ କୁହାଯାଇଛି।

ଏଣେ ରାଜ୍ୟପାଳଙ୍କ ସହ ଝାଡ଼ଖଣ୍ଡରୁ ଆସିଥିବା।

ଅତିଥିମାନେ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ସହ ୪ଦିନ ଓଡ଼ିଶାରେ ରହିବେ।

ତେଣୁ ଏହାକୁ ନଜରରେ ରଖି ଅକ୍ଟୋବର ୧୭ରୁ ୨୦ତାରିଖ ପର୍ଯ୍ୟନ୍ତ ସମସ୍ତ ଅତିଥିଙ୍କ ରହଣି ବ୍ୟବସ୍ଥା, ଭୁବନେଶ୍ବର ବିମାନବନ୍ଦର, ଭୁବନେଶ୍ବର ଓ ପୁରୀ ଲୋକଭବନରେ ସୁରକ୍ଷା ବ୍ୟବସ୍ଥା କରିବାକୁ ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ଚିଠି ଲେଖି ଜଣାଇଛନ୍ତି।

ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରୁ ଆରମ୍ଭ କରି ଅତିଥିଙ୍କୁ ଆତିଥ୍ୟ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଯେପରି ସୁରୁଖୁରରେ ହେବ ସେଥିପାଇଁ ଗୃହ ବିଭାଗର ଜଣେ ଅଧିକାରୀଙ୍କୁ ନୋଡାଲ ଅଧିକାରୀଭାବେ ଲୋକଭବନର ହାଉସହୋଲ୍ଡ ଶାଖାରେ ନିଯୁକ୍ତି ଦେବାକୁ ଶ୍ରୀମତୀ ସାହୁ କହିଛନ୍ତି।

MP: ସାଂସଦଙ୍କ ସ୍ବାଧିକାର ଭଙ୍ଗ ଅଭିଯୋଗ: ପକ୍ଷ ରଖିଲେ ବରଗଡ଼ ଜିଲ୍ଲାପାଳ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)