Gopinathan takes a dig at PM Modi: ମୋଦୀଙ୍କୁ ଗୋପୀନାଥନ୍‌ଙ୍କ କଟାକ୍ଷ: ଦୟାକରି ମୋ ଇସ୍ତଫା ଗ୍ରହଣ କରନ୍ତୁ

Jul 27, 2026 - 18:09
Gopinathan takes a dig at PM Modi: ମୋଦୀଙ୍କୁ ଗୋପୀନାଥନ୍‌ଙ୍କ କଟାକ୍ଷ: ଦୟାକରି ମୋ ଇସ୍ତଫା ଗ୍ରହଣ କରନ୍ତୁ

"ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍‌) କନନ ଗୋପୀନାଥନ ସରକାରୀ ଚାକିରିରେ ଥିବା ସମୟରେ ମତ ପ୍ରକାଶ କରି ନ ପାରିବାରୁ ୨୦୧୯ରେ ଇସ୍ତଫା ଦେଇଥିଲେ।

ସେବେଠାରୁ ତାଙ୍କ ଇସ୍ତଫା ଗ୍ରହଣ ହୋଇନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି।

କକ୍ରୋଚ ଜନତା ପାର୍ଟି ନେତୃତ୍ବରେ ଜେନ୍‌ ଜେଡ୍‌ଙ୍କ ଆନ୍ଦୋଳନ ପରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି।

ପ୍ରଧାନଙ୍କ ଇସ୍ତଫା ପରେ ଗୋପୀନାଥନ ସାମାଜିକ ଗଣମାଧ୍ୟମ "ଏକ୍ସ"ରେ କଟାକ୍ଷା କରି ଲେଖିଛନ୍ତି, ଆପଣ ବର୍ତ୍ତମାନ ଇସ୍ତଫା ନେବା ଆରମ୍ଭ କଲେଣି, ମୋର ଇସ୍ତଫା ମଧ୍ୟ ଗ୍ରହଣ କରନ୍ତୁ।

୭ ବର୍ଷା ଏହା ପଡ଼ି ରହିଛି ବୋଲି ୪୧-ବର୍ଷୀୟ ଗୋପୀନାଥନ ଲେଖିଛନ୍ତି।Advertisment ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ଆଜି ଆସିବ ସଂସଦରେ ନୂଆ ସଂଶୋଧନ ବିଲ୍‌୧୦ ବର୍ଷ ଜେଲ୍‌, ୧୦ କୋଟି ଜରିମାନା ପ୍ରସ୍ତାବ ୨୦୧୨ ମସିହାର ଅରୁଣାଚଳ ପ୍ରଦେଶ-ଗୋଆ-ମିଜେରାମ ଓ କେନ୍ଦ୍ର ଶାସିତ ଅଞ୍ଚଳ (ଏଜିଏମ୍‌ୟୁଟି) କ୍ୟାଡରର ଆଇଏଏସ୍‌ ଅଧିକାରୀ ଗୋପୀନାଥନ ଗତବର୍ଷ କଂଗ୍ରେସ‌ରେ ଯୋଗ ଦେଇଥିଲେ।

ସେ ସରକାରଙ୍କଠାରୁ ଦରମା ପାଉଛନ୍ତି କି ବୋଲି ଜଣେ ୟୁଜର୍‌ ପ୍ରଶ୍ନ କରିବାରୁ ସେ ନା ଦରମା ପାଉଛନ୍ତି, ନା ତାଙ୍କୁ ନିଲମ୍ବିତ କରାଯାଉଛି।

ଅନ୍ୟ ପ୍ରସଙ୍ଗକୁ ଚାପି ରଖିଥିବା ପରି ତାଙ୍କ ଇସ୍ତଫା ଉପରେ ମଧ୍ୟ ସରକାର ବସି ରହିଛନ୍ତି ବୋଲି "ଏକ୍ସ" ପୋଷ୍ଟରେ ଲେଖିଛନ୍ତି।

ପ୍ରତିବାଦ ସମୟରେ ଏକେ-୪୭ରୁ ଗୁଳି ଚଳାଇଥିବା ପୁଲିସକର୍ମୀ ନିଲମ୍ବିତ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀର ବନ୍ଦ ରଖିବାକୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଗୋପୀନାଥନ ଇସ୍ତଫା ଦେଇଥିଲେ।

ଗଣତାନ୍ତ୍ରିକ ରାଷ୍ଟ୍ରରେ ପୂରା ରାଜ୍ୟକୁ ବନ୍ଦ କରିବା, ସାମ୍ବାଦିକ, ସାଂସଦ ଓ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ଜେଲରେ ଭର୍ତ୍ତି କରିବା, ଇଣ୍ଟରନେଟ୍‌, ପରିବହନ ଓ ଯୋଗାଯୋଗ ସବୁ ବନ୍ଦ କରିଦେବା ଉଚିତ କି?

ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଥିଲୋ ବୋଲି ଗତବର୍ଷ କଂଗ୍ରେସରେ ଯୋଗ ଦେବା ସମୟରେ ଗୋପୀନାଥନ କହିଥିଲେ।

ଚଳିତ ବର୍ଷ ପ୍ରାରମ୍ଭରେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ, ଗୋପୀନାଥଙ୍କ ଇସ୍ତଫା ସମ୍ପର୍କିତ ଚୂଡ଼ାନ୍ତ ସୁପାରିସ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିବା କାର୍ମିକ ଓ ତାଲିମ ବିଭାଗକୁ ପଠାଯାଇ ନାହିଁ, ଏହା ଅମିତ ଶାହଙ୍କ ନେତୃତ୍ୱାଧୀନ ଗୃହ ମନ୍ତ୍ରଣାଳୟରେ ବିଚାରାଧୀନ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।