09 JULY 2026

Welcome!

Unlock your personalized experience.
Sign Up

Golmaal 5 : ଦର୍ଶକଙ୍କୁ ସର୍‌ପ୍ରାଇଜ୍‌ ଦେବ ଅପ୍‌କମିଙ୍ଗ୍ ‘ଗୋଲମାଲ୍‌-୫’, ଖଳନାୟିକା ଭୂମିକାରେ ପରଦାକୁ ଆସିବେ ଏହି ଦକ୍ଷିଣୀ ସୁନ୍ଦରୀ

Jul 09, 2026 - 09:19
Golmaal 5 : ଦର୍ଶକଙ୍କୁ ସର୍‌ପ୍ରାଇଜ୍‌ ଦେବ ଅପ୍‌କମିଙ୍ଗ୍ ‘ଗୋଲମାଲ୍‌-୫’, ଖଳନାୟିକା ଭୂମିକାରେ ପରଦାକୁ ଆସିବେ ଏହି ଦକ୍ଷିଣୀ ସୁନ୍ଦରୀ

ମୁମ୍ଵାଇ, ୯/୭ : ଦର୍ଶକଙ୍କୁ ସର୍‌ପ୍ରାଇଜ୍‌ ଦେବ ଅପ୍‌କମିଙ୍ଗ କମେଡି ଫିଲ୍ମ ‘ଗୋଲମାଲ୍‌୫’। ଫିଲ୍ମରେ ଜଣେ ନୂଆ ଚରିତ୍ରର ଏଣ୍ଟ୍ରି ହୋଇଛି, ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ରୋହିତ ଶେଟ୍ଟୀଙ୍କର ଏହି ବ୍ଲକ୍‌ବଷ୍ଟର ଫ୍ରାଞ୍ଚାଇଜିରେ ଅଜୟ ଦେବଗନ, ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍‌ ଅଛନ୍ତି । ସଦ୍ୟ ରିପୋର୍ଟ ଅନୁସାରେ, ଫିଲ୍ମରେ ଖଳନାୟିକା ଭୂମିକାରେ ପରଦାକୁ ଆସିବେ ସାଉଥ୍‌ ଷ୍ଟାର ପ୍ରିୟାମଣି । ‘ଦ ଫ୍ୟାମିଲି ମ୍ୟାନ୍‌’, ‘ଆର୍ଟିକଲ୩୭୦’ ଓ ‘ୟମଡୋଙ୍ଗା’ ଭଳି ଫିଲ୍ମ ଜରିଆରେ ମନୋରଞ୍ଜନ କରିଥିବା ପ୍ରିୟାମଣିଙ୍କୁ ନେଗେଟିଭ୍‌ ରୋଲ୍‌ରେ ଦେଖିବାକୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି। 

ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଏହି ନାୟିକା ବହୁମୁଖୀ ପ୍ରତିଭା ପାଇଁ ବେଶ ପରିଚିତ। ପରଦାରେ ସେ ସର୍ବଦା ସଶକ୍ତ ଭୂମିକାରେ ଅଭିନୟ କରିଆସିଛନ୍ତି। ଫିଲ୍ମରେ ମୁଖ୍ୟ ଖଳନାୟକ ରୂପେ ତାଙ୍କୁ ଚୟନ କରିବା ଦର୍ଶକଙ୍କୁ ମନୋରଞ୍ଜନର ନୂଆ ଖୋରାକ ଦେବ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମରେ ଅର୍ଶଦ ୱାରସି, ଶ୍ରେୟସ ତଲପଡ଼େ, ତୁଷାର କପୁର, କୁନାଲ ଖେମୁ ଓ ଶରମନ ଯୋଶୀ ମଧ୍ୟ ଅଭିନୟ କରିଛନ୍ତି। 

ରୋହିତ ଶେଟ୍ଟୀଙ୍କ ସହ ଏହା ପ୍ରିୟାମଣୀଙ୍କର ପ୍ରଥମ କାମ ନୁହେଁ। ସେ ପୂର୍ବରୁ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ "ଚେନ୍ନାଇ ଏକ୍ସପ୍ରେସ" ର ଜବରଦସ୍ତ ଡାନ୍ସ ନମ୍ବର "1 2 3 4 ଗେଟ୍ ଅନ୍ ଦି ଡାନ୍ସ ଫ୍ଲୋର" ରେ ନଜର ଆସିଥିଲେ। ସେ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ "ମୈଦାନ" ରେ ଅଜୟ ଦେବଗନଙ୍କ ବିପକ୍ଷରେ ମଧ୍ୟ ଅଭିନୟ କରିଥିଲେ। "ଗୋଲମାଲ 5" ସହିତ, ପ୍ରିୟାମଣୀ ପୁଣି ଥରେ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାଙ୍କ ସହ ନଜର ଆସିବେ, କିନ୍ତୁ ଏଥର, ତାଙ୍କର ଭୂମିକା ସମ୍ପୂର୍ଣ୍ଣ ଭିନ୍ନ।

ଆହୁରି ପଢନ୍ତୁ- ରଣବୀରଙ୍କ ‘ରାମାୟଣ’କୁ ନେଇ ଆସିଲା ବଡ଼ ଖବର, ମୁମ୍ବାଇ ନୁହେଁ ଦିଲ୍ଲୀରେ ଲଞ୍ଚ ହେବ ଟ୍ରେଲର

ୟୁରୋପୀୟବାସୀଙ୍କ ପାଇଁ କାହିଁକି ମାରାତ୍ମକ ହୋଇଥାଏ ହିଟଓ୍ବେଭ୍ ? ​​​​​​​

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।