Golden Boot: ଗୋଲ୍‌ଡେନ୍‌ ବୁଟ୍‌ ପାଇଁ ପୁଣି ମେସି, ଏମ୍‌ବାପେ ପ୍ରତିଦ୍ବନ୍ଦ୍ବିତା

Jul 05, 2026 - 04:36
Golden Boot: ଗୋଲ୍‌ଡେନ୍‌ ବୁଟ୍‌ ପାଇଁ ପୁଣି ମେସି, ଏମ୍‌ବାପେ ପ୍ରତିଦ୍ବନ୍ଦ୍ବିତା

"ଫିଲାଡେଲ୍‌ଫିଆ: ଫିଫା ବିଶ୍ବକପ୍‌ର "ରାଉଣ୍ଡ ଅଫ ୧୬" ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ "ଗୋଲଡେନ୍‌ ବୁଟ"କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏପର୍ଯ୍ୟନ୍ତ ଆର୍ଜେଣ୍ଟିନାର ଲିଏନେଲ୍‌ ମେସି ଗୋଲ୍‌ଡେନ୍ ବୁଟ୍‌ ଦୌଡ଼ରେ ଆଗୁଆ ରହିଛନ୍ତି।

କେପ୍‌ ବର୍ଡେ ବିପକ୍ଷ ମ୍ୟାଚ୍‌ରେ ମେସି ଗୋଟିଏ ଗୋଲ୍‌ କରିବା ପରେ ଚଳିତ ସଂସ୍କରଣରେ ତାଙ୍କ ଗୋଲ୍‌ ସଂଖ୍ୟା ୭ରେ ପହଞ୍ଚିଛି।

ତାଙ୍କ ପଛକୁ ଅଛନ୍ତି କ୍ଲିଆନ୍‌ ଏମ୍‌ବାପେ।

ସେ ୬ ଗୋଲ୍‌ ଦେଇଛନ୍ତି ଓ ୨ ଗୋଲରେ ସହାୟତା କରିଛନ୍ତି।

Advertisment Alligation: ଅସ୍ଥିତ୍ବ ଖୋଜିବା ପାଇଁ ବିଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି: ବିଜେପି ପାରାଗୁଏ ବିପକ୍ଷ ମ୍ୟାଚ୍‌ରେ ସେ ଗୋଲ୍‌ କରି ମେସିଙ୍କ ସମକକ୍ଷ କିମ୍ବା ତାଙ୍କୁ ଟପିଯାଇପାରନ୍ତି।

୨୦୨୨ କତର ବିଶ୍ବକପ୍‌ରେ ବି ଗୋଲ୍ଡେନ ବୁଟ୍‌ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ମେସି ଓ ଏମବାପେ।

କିନ୍ତୁ ୮ ଗୋଲ୍‌ ସହ ଏମ୍‌ବାପେ ବାଜି ମାରିନେଇଥିଲେ ଓ ୭ ଗୋଲ୍‌ ସହ ମେସି ସିଲ୍‌ଭର ବୁଟ୍‌ରେ ସନ୍ତୁଷ୍ଟ ହୋଇଥିଲେ।

ଏଥରର ଗୋଲ୍ଡେନ ବୁଟ୍‌ ଦୌଡ଼ରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି ନରୱେର ଏରିଙ୍ଗ ହାଲାଣ୍ଡ ଓ ଇଂଲଣ୍ଡର ହ୍ୟାରି କେନ୍‌।

ଉଭୟ ଏପର୍ଯ୍ୟନ୍ତ ୫ ଲେଖାଏଁ ଗୋଲ୍‌ କରିଛନ୍ତି।

ସେମାନଙ୍କ ତଳକୁ ଅଛନ୍ତି ସେନେଗାଲ୍‌ର ଇସ୍‌ମାଇଲା ସାର୍‌, ସ୍ପେନର ମାଇକେଲ୍‌ ଓଆରଜବାଲ୍‌, ଫ୍ରାନ୍ସର ଉସମାନେ ଡେମ୍ବଲ ଓ ବ୍ରାଜିଲ୍‌ର ଭିନିସିୟସ୍‌ ଜୁନିଅର୍‌।

ଏମାନେ ସମସ୍ତେ ଏପର୍ଯ୍ୟନ୍ତ ୪ ଲେଖାଏଁ ଗୋଲ୍‌ କରିଛନ୍ତି।

ତେବେ ପର୍ତ୍ତୁଗୀଜ୍ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏପର୍ଯ୍ୟନ୍ତ ୩ଟି ଗୋଲ୍‌ କରିପାରିଛନ୍ତି।

Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ"