Gold Reserves: ଚୀନ୍‌ରେ ଭାରତଠୁ ୩ଗୁଣା ଅଧିକ ସୁନା

Oct 12, 2026 - 20:59
Gold Reserves: ଚୀନ୍‌ରେ ଭାରତଠୁ ୩ଗୁଣା ଅଧିକ ସୁନା

"ନୂଆଦିଲ୍ଲୀ: ବିଶ୍ବର ପ୍ରତିଟି ଦେଶ ବାଣିଜ୍ୟ କାରବାର ଲାଗି ବୈଦେଶିକ ମୁଦ୍ରା ଭଣ୍ଡାର ଗଠନ କରିଛନ୍ତି।

ତାହାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ସୁନା ଭଣ୍ଡାର।

ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ଦେଶ ବିପୁଳ ପରିମାଣର ସୁନା କିଣି ଭଣ୍ଡାରରେ ଗଚ୍ଛିତ ରଖିଛନ୍ତି।

ସେହି ଦୃଷ୍ଟିରେ ପଞ୍ଚମ ସର୍ବାଧିକ ସୁନା ଚୀନ ପାଖରେ ରହିଛି। "ଦି କୋବେସି ଲେଟର୍‌"ର ଏକ ରିପୋର୍ଟ ଅନୁସାରେ ଚୀନ ପାଖରେ ୨୪୧୦ ଟନ୍‌ ସୁନାର ଭଣ୍ଡାର ରହିଛି ଯାହା ଭାରତଠାରୁ ତିନି ଗୁଣା ଅଧିକ।

ଭାରତ ପାଖରେ ୮୮୧ ଟନ୍‌ ସୁନା ଅଛି ଯାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପରିଚାଳନା କରୁଛି।

ବିଶ୍ବ ତାଲିକାରେ ଭାରତ ଅଷ୍ଟମ ସ୍ଥାନରେ ରହିଛି।Advertisment ରିପୋର୍ଟ ଅନୁସାରେ, ସର୍ବାଧିକ ୮୧୩୩ ଟନ୍‌ ସୁନା ଆମେରିକା ରଖିଛି।

ଏହା ପଛକୁ ଦ୍ବିତୀୟ ସ୍ଥାନରେ ଥିବା ଜର୍ମାନୀରେ ୩୩୫୧ ଟନ୍‌, ଇଟାଲୀ‌ରେ ୨୪୫୨ ଟନ୍‌ ଓ ଫ୍ରାନ୍ସରେ ୨୪୩୭ ଟନ ସୁନା ରହିଛି।

ସେହିପରି, ଷଷ୍ଠ ସ୍ଥାନରେ ଥିବା ରୁଷ ପାଖରେ ୨୩୦୫ ଟନ୍‌, ସ୍ବିଜରଲ୍ୟାଣ୍ଡରେ ୧୦୪୦ ଟନ୍‌, ଜାପାନ ପାଖରେ ୮୪୬ ଟନ୍‌ ଓ ନେଦରଲ୍ୟାଣ୍ଡ୍‌ସ ପାଖରେ ୬୧୩ ଟନ୍‌ ସୁନା ରହିଛି।

ଏହି ତାଲିକା ପ୍ରସ୍ତୁତି ବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ରେ ବିଭିନ୍ନ ଦେଶ ରଖିଥିବା ୨୮୧୪ ଟନ୍‌ ସୁନା ବିଚାରକୁ ନିଆଯାଇନାହିଁ।

ଚୀନ ପାଖରେ ୨୪୧୦ ଟନ୍‌ ସୁନା ଗତ ୨୩ ମାସ ଧରି ଚୀନ ଲଗାତାର ଭାବେ ସୁନା କିଣୁଛି।

ଗତ ସେପ୍ଟେମ୍ବରରେ ଏହା ୨୩ ଟନ୍‌ ସୁନା କିଣିଥିଲା।

ଯେଉଁ ହାରରେ ଏହା ସୁନା କିଣୁଛି, ସେହି ଧାରା ଜାରି ରହିଲେ ବର୍ଷ ଶେଷ ସୁଦ୍ଧା ଚୀନ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଯିବ।

ଗତ ଜୁଲାଇ ଓ ଅଗଷ୍ଟ ମାସରେ ମଧ୍ୟ ଚୀନ ୨୦ ଟନ୍‌ ଲେଖାଏଁ ସୁନା କିଣିଥିଲା।

ଚଳିତ ବର୍ଷ ଏହା ୧୦୩ ଟନ୍‌ ସୁନା କିଣିସାରିଲାଣି।

କେଉଁ ଦେଶ ଭଣ୍ଡାରରେ କେତେ ସୁନାଦେଶ ଗଚ୍ଛିତ ସୁନା (ଟନ୍‌)ଆମେରିକା ୮୧୩୩ଜର୍ମାନୀ ୩୩୫୧ଇଟାଲୀ ୨୪୫୨ଫ୍ରାନ୍ସ ୨୪୩୭ଚୀନ ୨୪୧୦ଭାରତ ୮୮୧ Post Office Scheme: ପୋଷ୍ଟ ଅଫିସ୍‌ର ଏହି ଯୋଜନାରେ ମାସକୁ ୬,୦୦୦ ଟଙ୍କା ଜମା କରନ୍ତୁ, ୫ ବର୍ଷରେ ମିଳିବ ୪.୨୮ ଲକ୍ଷ ଟଙ୍କା!"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)