Gold Prices: ରକ୍ଷାବନ୍ଧନ ପୂର୍ବରୁ ସୁନା ଦରରେ ବୃଦ୍ଧି, ୨.୪୧ ଲକ୍ଷ ଟପିଲା ରୁପା
"ନୂଆଦିଲ୍ଲୀ: ରକ୍ଷାବନ୍ଧନ ପୂର୍ବରୁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ପୁଣିଥରେ ବୃଦ୍ଧି ଦେଖାଯାଇଛି।
ବୁଧବାର MCXରେ ସୁନା ଦର ୬୩୭ ଟଙ୍କା ବଢ଼ି ପ୍ରତି ୧୦ ଗ୍ରାମ୍ ପିଛା ୧,୬୦,୩୦୦ ଟଙ୍କାରେ ପହଞ୍ଚିଛି।
ସେହିପରି ରୁପା ଦର ୧,୬୬୮ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ୍ ପିଛା ୨,୪୧,୩୦୬ ଟଙ୍କା ହୋଇଛି।
ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଉଭୟ ମୂଲ୍ୟବାନ ଧାତୁ ଦର ବଢ଼ିଛି।
ବିଶେଷଜ୍ଞଙ୍କ ମତରେ, ବିଶ୍ୱରେ ବଢୁଥିବା ଆର୍ଥିକ ଅନିଶ୍ଚିତତା, ଆମେରିକାର ବଢୁଥିବା ଋଣ, ମହଙ୍ଗାଇ ଏବଂ ଡଲାରକୁ ନେଇ ଚିନ୍ତା ସୁନା ଦରକୁ ସମର୍ଥନ ଦେଉଛି।
ଆମେରିକାର ଦରବୃଦ୍ଧି ହାର ଫେଡେରାଲ୍ ରିଜର୍ଭର ୨ ପ୍ରତିଶତ ଲକ୍ଷ୍ୟଠାରୁ ଉପରେ ରହିଥିବାରୁ ସୁଧହାରକୁ ନେଇ ନିବେଶକଙ୍କ ନଜର ଫେଡ୍ର ପରବର୍ତ୍ତୀ ନିଷ୍ପତ୍ତି ଉପରେ ରହିଛି।
ଏଭଳି ଅନିଶ୍ଚିତ ପରିସ୍ଥିତିରେ ନିବେଶକମାନେ ସୁନାକୁ ସୁରକ୍ଷିତ ନିବେଶ ଭାବେ ବାଛୁଥିବାରୁ ଚାହିଦା ବଢ଼ୁଛି।Advertisment ସୁନା-ରୁପା ଦରରେ ବଡ଼ ପରବର୍ତ୍ତନ ଅନ୍ତର୍ଜାତୀୟ ବଜାରରେ ସୁନା ୦.୭୧ ପ୍ରତିଶତ ବୃଦ୍ଧି ପାଇ ପ୍ରତି ଔନ୍ସ ୪,୬୮୬ ଡଲାରରେ ଏବଂ ରୁପା ୧.୬୭ ପ୍ରତିଶତ ବଢ଼ି ୬୯ ଡଲାର ଆଖପାଖରେ କାରବାର କରୁଛି।
ପୂର୍ବ ସେସନ୍ରେ ସୁନା ଦରରେ ୧ ପ୍ରତିଶତରୁ ଅଧିକ ହ୍ରାସ ହୋଇଥିଲେ ମଧ୍ୟ ଏବେ ପୁଣି ଦରରେ ମଜବୁତି ଦେଖାଦେଇଛି।
ଆମେରିକାର ମହଙ୍ଗାଇ ଓ ସୁଧହାର ସମ୍ପର୍କିତ ଆଗାମୀ ସଙ୍କେତ ଏବଂ ଫେଡେରାଲ୍ ରିଜର୍ଭର ନୀତି ସୁନାର ଆଗାମୀ ଦର ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ହେବ।
ସୁନା ସହ ରୁପା ମଧ୍ୟ ନିବେଶକଙ୍କୁ ଜୋରଦାର ରିଟର୍ଣ୍ଣ ଦେଇଛି।
୨୦୨୩-୨୪ରେ ରୁପା ଦର ପ୍ରାୟ ୭୮,୬୦୦ ଟଙ୍କା ପ୍ରତି କିଲୋଗ୍ରାମ୍ ଥିବାବେଳେ ଅଗଷ୍ଟ ୨୦୨୬ରେ ଏହା ୨.୪୦ ଲକ୍ଷ ଟଙ୍କା ଟପିଯାଇଛି।
ବର୍ତ୍ତମାନ ରୁପା ୨,୪୧,୩୦୬ ଟଙ୍କା ପ୍ରତି କିଲୋଗ୍ରାମ୍ରେ ପହଞ୍ଚିଛି।
ମଜବୁତ ଚାହିଦା ଓ ମୁଦ୍ରା ବଜାରର ପରିବର୍ତ୍ତନ ରୁପା ଦର ବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଉଛି।
ଏପଟେ ବଜାରର କିଛି ବିଶ୍ଳେଷକ ଚଳିତ ବର୍ଷ ସୁନା ଦର ଆହୁରି ବଢ଼ିବା ନେଇ ଆଶାବାଦୀ ଅଛନ୍ତି।
କିଛି ବିଶେଷଜ୍ଞ ସୁନା ପ୍ରତି ଔନ୍ସ ୫,୦୦୦ ଡଲାରର ସ୍ତର ଟପିପାରେ ବୋଲି ଆକଳନ କରିଛନ୍ତି।
ଅନ୍ୟପକ୍ଷରେ ଇଲେକ୍ଟ୍ରମ୍ର ଚେୟାରମ୍ୟାନ୍ ଥୋମାସ୍ କାପ୍ଲାନ୍ ଦୀର୍ଘମିଆଦୀ ଭାବେ ସୁନା ୩୦,୦୦୦, ୪୦,୦୦୦ କିମ୍ବା ୫୦,୦୦୦ ଡଲାର ପ୍ରତି ଔନ୍ସ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ମତ ଦେଇଛନ୍ତି।
ତେବେ ଏହା ତାଙ୍କ ବ୍ୟକ୍ତିଗତ ଆକଳନ।
ଆମେରିକାର ୪୦ ଟ୍ରିଲିୟନ୍ ଡଲାରରୁ ଅଧିକ ସରକାରୀ ଋଣ, ବଜେଟ୍ ଘାଟତି, ମହଙ୍ଗାଇ ଓ ଡଲାର ଦୁର୍ବଳ ହେବାର ଆଶଙ୍କା ମଧ୍ୟରେ ସୁନା ଦରର ଆଗାମୀ ଗତି ଉପରେ ନିବେଶକଙ୍କ ନଜର ରହିଛି।
ଅନ୍ଲାଇନ୍ରେ ୫ କେଜିରୁ ଅଧିକ ଚିନି ମଗାଇବା ମନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
