Gold Hallmarking: ହଲମାର୍କିଂ ଶୁଳ୍କ ୭୫ ଟଙ୍କାକୁ ବୃଦ୍ଧି

Sep 16, 2026 - 23:23
Gold Hallmarking: ହଲମାର୍କିଂ ଶୁଳ୍କ ୭୫ ଟଙ୍କାକୁ ବୃଦ୍ଧି

"ନୂଆଦିଲ୍ଲୀ: ସୁନା ଗହଣାର ହଲମାର୍କିଂ ଶୁଳ୍କ ବଢ଼ିଛି।

ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ପ୍ରତି ଗହଣା ପିଛା ହଲମାର୍କିଂ ଶୁଳ୍କ ୪୫ ଟଙ୍କାରୁ ବଢ଼ାଇ ୭୫ ଟଙ୍କା କରିଛି।

ଫଳରେ ଶୁଳ୍କରେ ପ୍ରାୟ ୬୭% ବୃଦ୍ଧି ହୋଇଛି।

ଏହି ନୂଆ ଶୁଳ୍କ ଗହଣାର ଓଜନ ନିର୍ବିଶେଷରେ ପ୍ରତି ଖଣ୍ଡ ପାଇଁ ଲାଗୁ ହେବ।

ଜେମ୍ ଆଣ୍ଡ ଜୁଏଲେରି କାଉନସିଲ୍ (ଜିଜେସି) ଶୁଳ୍କ ବ୍ୟବସ୍ଥାର ସମୀକ୍ଷା ପାଇଁ ବିଆଇଏସ୍‌କୁ ଅନୁରୋଧ କରିଛି।

ସଂଗଠନର କହିବାନୁସାରେ ଏକ ଗ୍ରାମ ଓଜନର ହାଲୁକା ଗହଣା ଓ ଅଧିକ ଓଜନର ଗହଣା ପାଇଁ ସମାନ ୭୫ ଟଙ୍କା ଶୁଳ୍କ ଲାଗୁ ହେବ।

ତେଣୁ ହାଲୁକା ଓ କମ୍ ମୂଲ୍ୟର ଗହଣାରେ ହଲମାର୍କିଂ ଖର୍ଚ୍ଚର ଅନୁପାତ ଅଧିକ ହେବ।Advertisment ଜିଜେସି ଅଧ୍ୟକ୍ଷ ରାଜେଶ ରୋକଡେ କହିଛନ୍ତି, ଗହଣାର ଶୁଦ୍ଧତା ନିଶ୍ଚିତ କରିବା ଓ ଗ୍ରାହକଙ୍କ ବିଶ୍ୱାସ ବଢ଼ାଇବା ପାଇଁ ଶିଳ୍ପ ହଲମାର୍କିଂକୁ ସମର୍ଥନ କରୁଛି।

ତେବେ ହଲମାର୍କିଂର ପରିମାଣ ବହୁତ ବଢ଼ିଯାଇଥିବାରୁ ଶୁଳ୍କ ଶୁଳ୍କ ବୃଦ୍ଧିର ସମୀକ୍ଷା ହେବା ଜରୁରୀ।

ଅନ୍ୟପକ୍ଷରେ ଗହଣାର ଦାମ ପୂର୍ବରୁ ଅଧିକ ରହିଥିବାରୁ ବଢ଼ିଥିବା ହଲମାର୍କିଂ ଖର୍ଚ୍ଚ ଶେଷରେ ଗ୍ରାହକଙ୍କ ଉପରେ ପଡ଼ିପାରେ ବୋଲି ଶିଳ୍ପ ମହଲରେ ଆଶଙ୍କା ପ୍ରକାଶ ପାଇଛି।

ବିଶେଷକରି କମ୍ ଓଜନର ଗହଣା କିଣୁଥିବା ଗ୍ରାହକଙ୍କ ପାଇଁ ଏହାର ପ୍ରଭାବ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି।

ନକଲି ହଲମାର୍କିଂ ରୋକିବା ଉପରେ  ଗୁରୁତ୍ୱ ଜିଜେସି ହଲମାର୍କିଂ ବ୍ୟବସ୍ଥାରେ ଅନଧିକୃତ କାରବାର ଓ ନକଲି ହଲମାର୍କିଂ ରୋକିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛି।

ଚେନ୍ନାଇ, ହାଇଦ୍ରାବାଦ, ଅହମଦାବାଦ ଓ ଆସାମ ଆଦି ସ୍ଥାନରେ ଏଭଳି ମାମଲାରେ ବିଆଇଏସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଥିବା କାଉନସିଲ୍ କହିଛି।

ହଲମାର୍କିଂ ବ୍ୟବସ୍ଥାକୁ ଦୁର୍ବଳ କରିବା ନୁହେଁ, ବରଂ ଶୁଳ୍କ ଢାଞ୍ଚାର ସମୀକ୍ଷା କରିବାକୁ ଜିଜେସି ଦାବି କରିଛି।।

ଗ୍ରାହକଙ୍କୁ ଶୁଦ୍ଧତାର ନିଶ୍ଚିତତା ଦେବା ସହ ଛୋଟ ମୂଲ୍ୟର ଗହଣା ଉପରେ ଅଧିକ ଅନୁପାତିକ ଖର୍ଚ୍ଚର ଭାର ନପଡ଼ିବା ଉପରେ ସଂଗଠନ ଜୋର ଦେଇଛି।

ପୁରୀ ସମୁଦ୍ରର ଓଟାରୁଣୀ ସ୍ରୋତରୁ ଦୁଇ ନାବାଳକ ପର୍ଯ୍ୟଟକ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)