Gold: ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକରରୁ ମିଳିଲା ୭୦୩ ଗ୍ରାମ୍ ସୁନା

Jun 08, 2026 - 15:55
Gold: ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକରରୁ ମିଳିଲା ୭୦୩ ଗ୍ରାମ୍ ସୁନା

"ଭୁବନେଶ୍ବର/ଫୁଲବାଣୀ: ଆଜି ଓଡ଼ିଶା ଭିଜିଲାନ୍‌ସ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ  ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକର୍ ଖୋଲିଛି।

ସେଥିରୁ ୭୦୩ ଗ୍ରାମ୍ ସୁନା ଠାବ ହୋଇଛି।

ଏଯାଏ ମୋଟ୍ ୧୨୫୫ ଗ୍ରାମ୍ ସୁନା ମିଳିଛି।

ଭିଜିଲାନ୍ସ ବୈକୁଣ୍ଠ ନାଥ ବେହେରାଙ୍କୁ ଗିରଫ କରିଛି।Advertisment ନାମ ବୈକୁଣ୍ଠ।

କାମ ହେଲା ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ଟଙ୍କା ଲୁଟ୍‌ କରିବା।

ଆଦିବାସୀଙ୍କର ଟଙ୍କାରେ ଭୁବନେଶ୍ବର, ଯାଜପୁର, ବାରିପଦା ଏବଂ ବାଲିଗୁଡ଼ାରେ କୋଟିକୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ବିଷୟରେ ଆମେ କହୁଛୁ।

ବୈକୁଣ୍ଠ ବେହେରାଙ୍କ ସମ୍ପତ୍ତି ଥିବା ୯ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଆଜି ସକାଳ ଠାରୁ ଚଢ଼ାଉ କରିଛି।

ତାଙ୍କର ୫ଟି ବହୁତଳ କୋଠା ଏବଂ ୧୩ଟି ପ୍ଲଟ୍‌ ଭିଜିଲାନ୍ସ ବିଭାଗକୁ ଯେତିକି ଆଶ୍ଚର୍ଯ୍ୟ କରି ନଥିଲା ବ୍ୟାଙ୍କ ଲକ୍‌ରୁ ୨ କୋଟି ଟଙ୍କା ଠାବ କରାଯିବା ସେତିକି ଚକିତ କରିଥିଲା।

ବ୍ୟାଙ୍କ କର୍ମଚାରୀମାନେ ଟଙ୍କା ଗଣିଗଣି ହାଲିଆ ହୋଇଯାଇଥିଲେ।ବୈକୁଣ୍ଠଙ୍କ ୨୭ବର୍ଷର ଚାକିରି ଯାତ୍ରା ୧୯୯୯ ରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ ବୈକୁଣ୍ଠ।

ନବରଂଗପୁର ବ୍ଲକ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା ଚାକିରି ଜୀବନ।

ସେଠାରେ ୨ ବର୍ଷ ରହିଲା ପରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)କୁ ଯାଇଥିଲେ।

ମୟୂରଭଂଜ ଜିଲ୍ଲା ଉଦଳାରେ ହୋଇଥିଲା ପୋଷ୍ଟିଂ।

ଏହା ଥିଲା ୨୦୦୧ର ଘଟଣା।

୨୦୦୭ରେ ପୁଣି ନବରଂଗପୁରକୁ ଯିବାକୁ ମିଳିଲା ସୁଯୋଗ।

କୋଷାଗୁମୁଡ଼ା, ଡାବୁଗାଁ ଏବଂ ଆଇଟିଏଏର ଦାୟିତ୍ବ ଗ୍ରହଣ କଲେ ବୈକୁଣ୍ଠ।

୨୦୧୬ରେ ସହକାରୀ ଯନ୍ତ୍ରୀ ଭାବେ ନବରଂଗପୁର ଆଇଟିଡିଏରେ ଯୋଗଦେଇ‌ଥିଲେ, ଯେଉଁଠି ସେ ୨୦୨୨ ପର୍ଯ୍ୟନ୍ତ କାମ କରିଥିଲେ।

ଗତ ତିନି ମାସ ପୂର୍ବରୁ ବୈକୁଣ୍ଠଙ୍କର ପଦୋନ୍ନତି ହୋଇଥିଲା ଏବଂ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।

କାଗଜପତ୍ର ଜବତ କରିଛି ଆୟ ବହିର୍ଭୁତ ସମ୍ପତି ଠୁଳ ଅଭି‌ଯୋଗରେ ଆଜି ଓଡ଼ିଶା ଭିଜିଲାନ୍‌ସ ଆଜି କନ୍ଧମାଳଜିଲ୍ଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ମୋଟ ୯ଟି ଠିକଣାରେ ଚଢ଼ାଉ କରିଛନ୍ତି।

ଓଡ଼ିଶା ଭିଜିଲାନ୍‌ସ ପୁଲିସର ୯ଟି ଟିମ୍‌ ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, କାନନବିହାର ସମେତ ବାଲିଗୁଡ଼ା, ବାରିପଦା, ଯାଜପୁରର ଧର୍ମଶାଳାରେ ଚଢ଼ାଉ କରିଛନ୍ତି।

ଓଡ଼ିଶା ଭିଜିଲାନ୍‌ସ ପୁଲିସର ଏକ ଟିମ୍‌ ବାଲିଗୁଡ଼ାସ୍ଥିତ ଆଇଟିଡିଏ କାର୍ଯ୍ୟାଳୟ ଏବଂ ଶ୍ରୀ ବେହେରାଙ୍କ ସରକାରୀ ବାସଗୃହରେ ଚଢ଼ାଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦଲିଲ ଓ କାଗଜପତ୍ର ଜବତ କରିଛି।

ସେହିଭଳି ଭିଜିଲାନ୍‌ସର ଅନ୍ୟ ଟିମ୍‌ ଭୁବନେଶ୍ବର ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରସ୍ଥିତ ତାଙ୍କର ଏକ ଚାରିମହଲା କୋଠା (ଘର ନଂ ଏସ୍‌-୫/୪୬୯, ଲେନ୍‌-୬ ଏବଂ ୧୦,୫୦୦ ବର୍ଗଫୁଟ ପରିମିତ), ଶୈଳଶ୍ରୀବିହାରର ଏକ ତିନି ମହଲା କୋଠା (ଘର ନଂ ଜିଏ-୧୭୬, କୈଳାସ ବିହାର ଏବଂ ୧୧୦୦ ବର୍ଗଫୁଟ), କାନନବିହାର ଫେଜ୍‌-୧ସ୍ଥିତ ଏକ ଦୁଇ ମହଲା କୋଠା (୩,୭୫୦ ବର୍ଗଫୁଟ ପରିମିତ), ଚନ୍ଦ୍ରଶେଖରପୁରର ଅନ୍ୟ ଏକ ଦୁଇ ମହଲା କୋଠା (ଏଚ୍‌ଆଇଜି-୧୯୬ ଏବଂ ୨,୫୦୦ ବର୍ଗଫୁଟ)ରେ ଚଢ଼ାଉ କରି ବିପୁଳ ପରିମାଣର ଟଙ୍କା ଓ ସୁନାଗହଣା ଜବତ କରିଛନ୍ତି।

ଭିଜିଲାନ୍‌ସ ପୁଲିସର ଅନ୍ୟ ଟିମ୍‌ ଶ୍ରୀ ବେହେରାଙ୍କର ପୈତୃକ ଘର ଯାଜପୁର ଜିଲ୍ଲା ଧର୍ମଶାଳାର ପଣ୍ଡୁଆଠାରେ ଚଢ଼ାଉ କରିଛି।

ସେଠାରେ ତାଙ୍କର ଏକ ଦୁଇ ମହଲା କୋଠା (୨୫୦୦ ବର୍ଗଫୁଟ) ରହିଛି।

ଭିଜିଲାନ୍‌ସର ଅନ୍ୟ ଏକ ଟିମ୍‌ ବାରିପଦାର ଦେଉଳସାହିରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରଖିଛି।

ଭିଜିଲାନ୍‌ସ ପୁଲିସର ଅନ୍ୟ ଏକ ଟିମ୍‌ ଯାଜପୁର ଧର୍ମଶାଳାରେ ଶ୍ରୀ ବେହେରାଙ୍କ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରିଛି।

ତାଙ୍କର ମୋଟ ୧୩ଟି ମୂଲ୍ୟବାନ ଜମି ପ୍ଲଟ୍‌କୁ ଭିଜିଲାନ୍‌ସ ଠାବ କରିପାରିଛି।

ଏହା ମଧ୍ୟରୁ ୭ଟି ପ୍ଲଟ୍‌ ଭୁବନେଶ୍ବରର ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ରହିଥିବାବେଳେ ୫ଟି ପ୍ଲଟ୍‌ ଯାଜପୁରର ଧର୍ମଶାଳାରେ ଏବଂ ଗୋଟିଏ ପ୍ଲଟ୍‌ ବାରିପଦାରେ ରହିଛି।

ଭୁବନେଶ୍ବରରେ ଏକାଧିକ କୋଠାଭୁବନେଶ୍ବରରେ ଚନ୍ଦ୍ରଶେଖରପୁରରେ ଗୋଟିଏ ପ୍ଲଟ୍‌, ନୀଳାଦ୍ରିବିହାରରେ ଗୋଟିଏ ପ୍ଲଟ୍‌, ଶୈଳଶ୍ରୀବିହାରରେ ଗୋଟିଏ ପ୍ଲଟ୍‌, ବମିଖାଲ-ଗୋବିନ୍ଦପ୍ରସାଦ (ସନ୍ତୋଷୀ ବିହାର)ରେ ଗୋଟିଏ ପ୍ଲଟ୍‌, ଭୁବନେଶ୍ବର ଘାଟିକିଆରେ ୨ଟି ପ୍ଲଟ୍‌, ଖୋର୍ଦ୍ଧା-ଜଟଣୀ ନୀଳକଣ୍ଠପୁରରେ ଗୋଟିଏ ପ୍ଲଟ୍‌, ଯାଜପୁର ଧର୍ମଶାଳାରେ ୪ଟି ପ୍ଲଟ୍‌, ମୟୂରଭଞ୍ଜ ଶ୍ୟାମାଖୁଣ୍ଟାଠାରେ ଗୋଟିଏ ପ୍ଲଟ୍‌ ରହିଛି।

ଏ ପର୍ଯ୍ୟନ୍ତ ତାଙ୍କଠାରୁ ୨ ଲକ୍ଷ ୬୬ ହଜାର ଟଙ୍କା ନଗଦ ଅର୍ଥରାଶି ମିଳିଛି।

ତାଙ୍କ ଭୁବନେଶ୍ବର ଚନ୍ଦ୍ରଶେଖରପୁର ବାସଭବନରୁ ୨ଟି ସୁନା ମୂର୍ତ୍ତି ସମେତ ବିପୁଳ ପରିମାଣର ସୁନା ଅଳଙ୍କାର ଠାବ କରାଯାଇଛି।

ତାଙ୍କର ବ୍ୟାଙ୍କ ପାସ୍‌ବୁକ୍‌ ଏବଂ ଅନ୍ୟାନ୍ୟ ଜମାପାଣ୍ଠି ସମ୍ପର୍କରେ ଯାଞ୍ଚ ଜାରି ରହିଛି।

ତାଙ୍କ ପତ୍ନୀଙ୍କ ନାମରେ ଚନ୍ଦ୍ରଶେଖରପୁରର ଆକ୍ସିସ ବ୍ୟାଙ୍କ ଏବଂ ୟୁବିଆଇରେ ଦୁଇଟି ଲକର ରହିଛି।

ଭିଜିଲାନ୍‌ସ ଖୋଳତାଡ଼ ଜାରି ରଖିଛି।

ବଡ଼ଧରଣର ଚଢ଼ାଉଏହି ଚଢ଼ାଉରେ ୨ ଭିଜିଲାନ୍‌ସ ପୁଲିସର ୨ ଜଣ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୬ ଜଣ ଇନିସପେକ୍ଟର ଏବଂ ଅନ୍ୟ ଭିଜିଲାନ୍‌ସ ପୁଲିସ ସାମିଲ ଥିଲେ।

ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍‌ସ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଛି।

ଶ୍ରୀ ବେହେରା ୧୯୯୯ ମସିହାରେ ନବରଙ୍ଗପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ ମାତ୍ର ୬ ହଜାର ଟଙ୍କା ମାସିକ ଦରମାରେ ଚାକିରି ଆରମ୍ଭ କରିଥିଲେ।

ଏହାପରେ ୨୦୦୧ ମସିହାରେ କିଛି ଦିନ ପାଇଁ ମୟୂରଭଞ୍ଜ ଜିଲ୍ଲାର ଉଦଳା ଆଇଟିଡିଏର କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ତିନି ମାସ ପୂର୍ବରୁ ପାଇଥିଲେ ପଦୋନ୍ନତି୨୦୦୧ ମସିହାରୁ ୨୦୦୭ ମସିହା ମଧ୍ୟରେ ଶ୍ରୀ ବେହେରା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଏବଂ ନବରଙ୍ଗପୁର ଆଇଟିଡିଏରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

୨୦୧୬ ମସିହାରେ ତାଙ୍କର ପଦୋନ୍ନତି ହୋଇ ପୁନର୍ବାର ନବରଙ୍ଗପୁର ଆଇଟିଡିଏରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ସେଠାରେ ସେ ୨୦୨୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ଏହାପରେ ସେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏରେ ଯୋଗ ଦେଇଥିଲେ।

ନିକଟରେ ୨୦୨୬ ମସିହା ଫେବ୍ରୁଆରି ୧୨ ତାରିଖରେ ତାଙ୍କର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ମିଳିଥିଲା ଏବଂ ସେ ବାଲିଗୁଡ଼ା ଆଇଟିଡିଏ କାର୍ଯ୍ୟାଳ‌ରେ କାର୍ଯ୍ୟ ଜାରି ରଖିଥ‌ିଲେ।

ଅଧିକ ପଢ଼ନ୍ତୁ: Road Accident: କଟକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।