Glasgow Triumph: ଗ୍ଲାସ୍‌ଗୋରେ ଭାରତୀୟ ନାରି ଶକ୍ତିର ବିଜୟ, ଭାରତର ୧୩ ସ୍ବର୍ଣ୍ଣରୁ ଜିତିଲେ ୮...

Aug 04, 2026 - 17:25
Glasgow Triumph: ଗ୍ଲାସ୍‌ଗୋରେ ଭାରତୀୟ ନାରି ଶକ୍ତିର ବିଜୟ, ଭାରତର ୧୩ ସ୍ବର୍ଣ୍ଣରୁ ଜିତିଲେ ୮...

"ନୂଆଦିଲ୍ଲୀ: ଗ୍ଲାସଗୋରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ରେ ଭାରତୀୟ ନାରି ଶକ୍ତିର ବଡ଼ ବିଜୟ ହୋଇଛି।

ଭାରତ ୧୩ ସ୍ବର୍ଣ୍ଣ ପଦକ ଜିତଥିବାବେଳେ ସେଥି ମଧ୍ୟରୁ ୮ଟି ଭାରତୀୟ ମହିଳା ଖେଳାଳିଙ୍କୁ ମିଳିଛି।

ଏହା ସେମାନେ ବିଭିନ୍ନ ଖେଳରୁ ହାସଲ କରିଥିବାରୁ ସାମଗ୍ରିକ ବିକାଶର ପ୍ରତିଫଳନ ଘଟିଛି।

ଭାରୋତ୍ତୋଳନ, ପାରା ଆଥଲେଟିକ୍ସ, ଜୁଡ଼ୋ ଓ ବକ୍ସିଂରୁ ଏହି ସ୍ବର୍ଣ୍ଣିମ ଅମଳ ହୋଇଛି।

ଭାରତରେ ମହିଳା ଖେଳାଳିଙ୍କ କ୍ରୀଡ଼ା ଦକ୍ଷତା ଏବେ ବିଶ୍ବ ଦରବାରରେ ବି ପ୍ରଦର୍ଶିତ ହୋଇଛି।

Advertisment ଆହୁରି ପଢ଼ନ୍ତୁ- Madras High Court: ଉଦୟନିଧି ଷ୍ଟାଲିନଙ୍କ ଅଟକ ନେଇ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଜୁଡ଼ୋରେ ପ୍ରଥମ ଥର ସ୍ବର୍ଣ୍ଣ ପଦକ ଅଲିମ୍ପିକ୍ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ ସାଇଖୋମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୪ଟି ସଂସ୍କରଣରେ ପଦକ ଜିତିବା ଏବଂ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ ପଦକ ପାଇବା ସବୁଠାରୁ ଉଲ୍ଲେଖନୀୟ ହୋଇଛି।

ଶର୍ମିଳା ଧନକଡ଼ ପାରା ଆଥଲେଟିକ୍ସ ସଟ୍‌ ପୁଟ୍‌ ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରି ସ୍ମରଣୀୟ ପଦାର୍ପଣ କରିଛନ୍ତି।

ଜୁଡ଼ୋରେ ପ୍ରଥମ ଥର ସ୍ବର୍ଣ୍ଣ ପଦକ ଜିତି ନୂଆ ଇତିହାସ ମଧ୍ୟ ଯୋଡ଼ିଛନ୍ତି ଭାରତୀୟ ଜୁଡ଼ୋକାମାନେ।

ଅସ୍ମିତା ଦେ ଏହି ଗୌରବକୁ ଆଗକୁ ବଢ଼ାଇଥିଲେ।

ସେହିଭଳି ଭାରତୀୟ ମହିଳା ମୁଷ୍ଟିଯୋଦ୍ଧାମାନେ କିନ୍ତୁ ସମସ୍ତଙ୍କୁ ଟପିଯାଇଥିଲେ।

ବକ୍ସିଂ ରିଙ୍ଗ୍‌ରେ କମାଲ କରିଥିବା ଭାରତୀୟମାନେ ୧୦ ଟି ଫାଇନାଲ୍‌ରେ ପ୍ରବେଶ କରିଥିଲେ।

୭ ଜଣ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ୩ ଜଣ ରୌପ୍ୟ ପଦକ ହାସଲ କରିଥିଲେ।

୭ଟି ସ୍ବର୍ଣ୍ଣ ମଧ୍ୟରୁ ଦେଶ ମଧ୍ୟ ୫ଟି ମହିଳାଙ୍କଠାରୁ ପାଇଥିଲା।

ସାକ୍ଷୀ ଚୌଧୁରୀ, ପ୍ରୀତି ପାୱାର, ଜସ୍ମିନ ଲାମ୍ବୋରିଆ, ପ୍ରୀୟା ଘଙ୍ଗାସ, ଅରୁନ୍ଧତି ଚୌଧୁରୀ ଏହି ଗୌରବର ଅଧିକାରିଣୀ ହୋଇଥିଲେ।

ଆହୁରି ପଢ଼ନ୍ତୁ- Udhayanidhi Stalin: ଗିରଫ ପରେ ଷ୍ଟାଲିନ କହିଲେ, ""ମୁଁ କ'ଣ କିଛି ଭୁଲ କହିଲି?

ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ର ସଭାପତି ପିଟି ଉଷା, ଯିଏକି ନିଜେ ଜଣେ ମହାନ କ୍ରୀଡ଼ାବିତ୍‌ ଏହି ସଫଳତାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ବର୍ଷ ବର୍ଷ ଧରି ଖେଳାଳିଙ୍କ ତ୍ୟାଗ ଓ ବିଶ୍ବାସର ଏହା ଅସଲ ପ୍ରତିଫଳନ ବୋଲି ସେ କହିଛନ୍ତି।

୧୩ଟି ସ୍ବର୍ଣ୍ଣ ପଦକରୁ ଭାରତୀୟ ମହିଳା ୮ଟି ଜିତିବା ମୋତେ ଗୌରବାନ୍ବିତ କରିଛି।

ପ୍ରତିଟି ପଦକ ସଙ୍କଳ୍ପର ପ୍ରତିବଦ୍ଧତାକୁ ଦର୍ଶାଇଛି।

ଏହା ଅସଲରେ ଭାରତୀୟ ନାରି ଶକ୍ତିର ବିଜୟ ବୋଲି ପିଟି ଉଷା କହିଥିଲେ।

ସାମଗ୍ରିକ ଭାବେ କିନ୍ତୁ ୩୯ ପଦକରୁ ଭାରତୀୟ ପୁରୁଷ ଅଧିକ ଜିତିଥିଲେ।

ମହିଳାମାନେ ୮ ସ୍ବର୍ଣ୍ଣ ପଦକ ଛଡ଼ା ୪ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ।

ପୁରୁଷମାନେ ୩୯ରୁ ୨୩ ପଦକ ଜିତିଥିଲେ।

ବଡ଼ ଫରକ ଥିଲା ରୌପ୍ୟ ପଦକରେ।

୧୭ରୁ ୧୩ ରୌପ୍ୟ ଜିତିଛନ୍ତି ଭାରତୀୟ ପୁରୁଷ ଖେଳାଳି।

ସେହିଭଳି ଖେଳ ଶୃଙ୍ଖଳା ଦୃଷ୍ଟିରୁ ଦେଖିଲେ ଦୌଡ଼କୁଦରୁ ସର୍ବାଧିକ ୧୬, ବକ୍ସିଂରୁ ୧୦, ଭାରୋତ୍ତୋଳନରୁ ୮ ପଦକ ମିଳିଛି।

ଅର୍ଥାତ୍‌ ଭାରତ ମାତ୍ର ୩ ଖେଳରୁ ୩୪ ପଦକ ଜିତି ପ୍ରଧାନ୍ୟ ବିସ୍ତାର କରିଥିଲା।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।