Arvind Kejriwal: କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବାରୁ ଅଟକାଇଲା ପୁଲିସ: ଧାରଣାରେ ବସିଲେ ଏଏପି ନେତା

Aug 04, 2026 - 14:11
Arvind Kejriwal: କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବାରୁ ଅଟକାଇଲା ପୁଲିସ: ଧାରଣାରେ ବସିଲେ ଏଏପି ନେତା

"ନୂଆଦିଲ୍ଲୀ: ଇ-୨୦ ଅଭିଯୋଗ ନେଇ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ପଦଯାତ୍ରା କରୁଥିବାବେଳେ ପୁଲିସ ତାଙ୍କୁ ଫିରୋଜଶାହା ରୋଡରେ ଅଟକାଇଛି।

ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆମ ଆଦମୀ ପାର୍ଟିର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କେଜରିୱାଲଙ୍କ ସହ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହ,ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଯୋଗ ଦେଇଛନ୍ତି।କେଜରିୱାଲ କହିଛନ୍ତି, ଆମେ ୨ ଲକ୍ଷ ୩୦ ହଜାର ଆବେଦନପତ୍ର ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଉଛୁ।

ଆମ ସହିତ ୧୦୦ ଜଣ ଲୋକ ଅଛନ୍ତି ଯାହାଙ୍କ ଗାଡ଼ି ଇ-୨୦ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି।

ଆମେ ଆଶା କରୁଛୁ ଯେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସ୍ୱର ଶୁଣିବେ।Advertisment କେଜରିୱାଲ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ "ବିଶୃଙ୍ଖଳିତ ନମ୍ବର ୧" ଉପାଧି ପାଇଁ ପ୍ରତିଯୋଗିତା  ଅରବିନ୍ଦ କେଜରିୱାଲ ଦାବି କରୁଛନ୍ତି ଯେ କେନ୍ଦ୍ର ସରକାର ଇ-୨୦ ପେଟ୍ରୋଲ ପ୍ରତ୍ୟାହାର କରନ୍ତୁ କିମ୍ବା ଏହାର ମୂଲ୍ୟ ଲିଟର ପିଛା ୮୫ ଟଙ୍କାକୁ ହ୍ରାସ କରନ୍ତୁ।

ଲୋକମାନଙ୍କୁ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କ ଯାନବାହନରେ ଶୁଦ୍ଧ ପେଟ୍ରୋଲ କିମ୍ବା ଇଥାନଲ୍ ମିଶ୍ରିତ ପେଟ୍ରୋଲ ଭର୍ତ୍ତି କରିବାର ବିକଳ୍ପ ମଧ୍ୟ ଦିଆଯାଉ।

Chandipura Virus: ଔଷଧ ନାହିଁ କି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ: ଚାନ୍ଦିପୁରା ନେଲାଣି ୨୨ପିଲାଙ୍କ ଜୀବନ କେଜରିୱାଲଙ୍କ ପଦଯାତ୍ରା ସମ୍ପର୍କରେ ଦିଲ୍ଲୀ ବିଜେପି ସଭାପତି ହର୍ଷ ମାଲହୋତ୍ରା କହିଛନ୍ତି ଯେ ତାଙ୍କ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ "ବିଶୃଙ୍ଖଳିତ ନମ୍ବର ୧" ଉପାଧି ପାଇଁ ପ୍ରତିଯୋଗିତା ଚାଲିଛି।

ଯେବେଠାରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରତିବାଦରେ ବସିଛନ୍ତି ସେବେଠାରୁ ଅରବିନ୍ଦ କେଜରିୱାଲ ଏହି ଖେଳରେ ନିଜକୁ ପଛରେ ପଡ଼ିଥିବା ଭାବୁଛନ୍ତି।

ସେଥିପାଇଁ କେଜରିୱାଲ ଇଥାନଲ ପ୍ରସଙ୍ଗରେ ବିନା ଅନୁମତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବାର ତାଙ୍କର ଇଚ୍ଛା ଘୋଷଣା କରିଛନ୍ତି।

ଦିଲ୍ଲୀ ବିଜେପି ସଭାପତି କହିଛନ୍ତି ଯେ ପ୍ରଥମେ ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ପରେ ପୀଡିତ କାର୍ଡ ଖେଳିବା ଅରବିନ୍ଦ କେଜରିୱାଲଙ୍କ ପୁରୁଣା ନୀତି।

ଏବେ ଯେତେବେଳେ ପୁଲିସ ତାଙ୍କୁ ବିନା ଅନୁମତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବାକୁ ବାରଣ କରିବ, ସେତେବେଳେ କେଜରିୱାଲ ପୀଡିତ କାର୍ଡ ଖେଳି କହିବେ ଯେ, ସରକାର ଆମ ସହିତ କଥା ହେବାକୁ ମନା କରିଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।