Girl child Dies ମୁକୁଳା କୂଅରେ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ
"ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଗୋଳାବନ୍ଧ ମୋହନପୁର ସାହିରେ କୂଅରେ ପଡ଼ି ଜଣେ ଶିଶୁକନ୍ୟା (୩ବର୍ଷ)ର ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଗ୍ରାମର ଚୌବନ କିସାନଙ୍କ ଝିଅ ଶୀତଲ।Advertisment Child Death: ଆନନ୍ଦପୁରରେ ଅଭାବନୀୟ: ଖାଲରେ ପଡ଼ି ଶିଶୁ ମୃତ ସୂଚନାନୁସାରେ, ଆଜି ଅପରାହ୍ଣରେ ଶୀତଲ ପଡୋଶୀ ଘରକୁ ଯାଇଥିଲେ।
ସେଠାରେ ଆଉ ଜଣେ ଶିଶୁ ସହିତ ଘର ଅଗଣାରେ ଏକ ବେଲୁନ ଧରି ଖେଳୁଥିଲେ।
ବେଲୁନଟି ଅଗଣାରେ ଥିବା ଖୋଲା କୂଅରେ ପଡ଼ି ଯାଇଥିଲା।ଶୀତଲ ବେଲୁନଟିକୁ ଉଦ୍ଧାର କରିବାକୁ ଯାଇ କୂଅରେ ପଡ଼ି ବୁଡ଼ି ଯାଇଥିଲେ।ଅନ୍ୟ ଶିଶୁ ଜଣକ ଘଟଣା ସମ୍ପର୍କରେ ଜଣାଇବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାକୁ ଆଣିଥିଲେ।ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି।
Drawan: ନାଳରେ ବୁଡ଼ି ଦୁଇବର୍ଷର ଶିଶୁପୁତ୍ର ମୃତ ଏନେଇ ମୃତକଙ୍କ ପରିବାର ପକ୍ଷରୁ ତେଲକୋଇ ଥାନାରେ କୂଅରେ ପଡ଼ି ମୃତ୍ୟୁ ଘଟିଥିବା ନେଇ ଲିଖିତ ଅଭିଯୋଗ କରାଯାଇଛି।ପୁଲିସ ୩୬/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଛି।ଆସନ୍ତାକାଲି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଏଠାରେ ସୂଚନାଯୋଗ୍ୟ ଯେ ଉକ୍ତ କୂଅରେ ଗତବର୍ଷ ଏକ ଗୋରୁ ପଡି ମୃତ୍ୟୁବରଣ କରିଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।