Ghost movie: ଭୂତ ଚଳଚ୍ଚିତ୍ରରେ ଜ୍ୟାକ୍ଲିନ୍
"ଲଗାତାର ଦୁଇଟି ହାସ୍ୟରସାତ୍ମକ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଜ୍ୟାକ୍ଲିନ୍ ଫର୍ନାଣ୍ଡିଜ୍ ଏକ ଭୂତ କାହାଣୀରେ ଅଭିନୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି।
ଏହି ନିଷ୍ପତ୍ତି ପଛର କାରଣ ହେଲା ସେ ଚିରାଚରିତ ଧାରାରୁ ବାହାରି ଭିନ୍ନ କିଛି କରିବାକୁ ଚାହାନ୍ତି।
ନାମକରଣ ହୋଇ ନଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜକ ହେଉଛନ୍ତି ଖ୍ୟାତି ମଦାନ।
ଏହାର କାହାଣୀ ୧୯୬୪ ମସିହାର ଲୋକପ୍ରିୟ ରହସ୍ୟ ଚଳଚ୍ଚିତ୍ର "ଵ କୌନ୍ ଥି" ଭଳି ହେବ ବୋଲି କୁହାଯାଉଛି।
ନିର୍ମାତାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଉତ୍ତର ଭାରତର ଏକ ଛୋଟ ସହରରେ ଏହି କାହାଣୀ ଅଭିନୀତ ହେବ।Advertisment ଏଥିରେ ଜ୍ୟାକ୍ଲିନ୍ ଜଣେ ଆଧୁନିକ କର୍ମଜୀବୀ ମହିଳା ଭାବରେ ଦେଖାଦେବେ, ଯିଏ ବିଭିନ୍ନ ଭୌତିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।
କାହାଣୀଟି ଅସଲ ଭୌତିକ ଘଟଣା ଉପରେ ପର୍ଯ୍ୟବସିତ।
ଏଥିରେ ଜ୍ୟାକ୍ଲିନ୍ଙ୍କ ଆକ୍ସନ୍ ବି ଦେଖିବାକୁ ମିଳିବ।
ଏଥିରେ ତାଙ୍କ ସହିତ ଦୁଇ ଜଣ ମୁଖ୍ୟ ଅଭିନେତା ମଧ୍ୟ ରହିବେ।
ତେବେ ପ୍ରଯୋଜନା ସଂସ୍ଥା, ନିର୍ଦେଶକ ଓ ଅନ୍ୟ ଅଭିନେତାମାନଙ୍କ ନାମ ଗୋପନୀୟ ରଖିଛି।
ସେପ୍ଟେମ୍ବର ମାସରେ ଏ ନେଇ ବିଧିବଦ୍ଧ ଘୋଷଣା ହେବା ପରେ ସୁଟିଂ ଆରମ୍ଭ ହେବ।
ଉଲ୍ଲେଖଯୋଗ୍ୟ, ଜ୍ୟାକ୍ଲିନ୍ ପୂର୍ବରୁ ମାତ୍ର ଦୁଇଟି ଭୂତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ଗୋଟିଏ ହେଉଛି ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ବ୍ରିଟିସ୍ ଚଳଚ୍ଚିତ୍ର "ଡେଫିନିସନ୍ ଅଫ୍ ଫିଅର୍" ଏବଂ ଅନ୍ୟଟି ୨୦୨୧ରେ ବଲିଉଡ୍ ସିନେମା "ଭୂତ ପୁଲିସ୍"।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।