30 JULY 2026

Welcome!

Unlock your personalized experience.
Sign Up

Anganwadi: ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିବ!

Jul 30, 2026 - 06:50
Anganwadi: ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିବ!

ବ୍ରହ୍ମପୁର: ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିପାରେ। ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରୁଛନ୍ତି। ଜନ୍ମରୁ ଜୁଇ ଯାଏଁ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ତେଣୁ ସେମାନଙ୍କ ସମସ୍ୟାର ସମାଧାନ ଲାଗି ସରକାର ଯତ୍ନବାନ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବିଧାନସଭାରେ ସରକାର ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଘୋଷଣା ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ସଂକ୍ରାନ୍ତରେ ହୋଇପାରେ ବୋଲି କୁହାଯାଉଛି।

Oil: ଇ୨୦ ପାଇଁ ବିଏସ୍‌-୩ ଗାଡ଼ିର ରବର୍‌ ପାର୍ଟସ୍‌ ବଦଳାଇବାକୁ ପଡ଼ିପାରେ: ଗଡ଼କରୀ

୫ ଦଫା ଦାବି ନେଇ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ। ବିଧାନସଭା ଅଧିବେଶନ ଆସିଲେ ହଜାର ହଜାର ସଂଖ୍ୟାରେ କର୍ମୀ ଓ ସହାୟିକା ରାଜରାସ୍ତାକୁ ଆସନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିଲା ବେଳେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ୟାର ସମାଧାନ ହେଲେ ଗାଁ ରାଜନୀତିକୁ ବଳ ମିଳିପାରେ। ବିଜେପି ସରକାର ପ୍ରଥମଥର ପଞ୍ଚାୟତ ନିର୍ବାଚନକୁ ସାମନା କରିବ। ତେଣୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦରମା ବୃଦ୍ଧି କରାଯାଇପାରେ। ଯଦିଓ ସେମାନେ ୧୮ ହଜାର ଟଙ୍କା ଦରମା ଲାଗୁ କରିବାକୁ ଦାବି କରୁଛନ୍ତି, ତଥାପି ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ହଜାର ଓ ସହାୟିକାଙ୍କ ଦରମାର ୧୨ ହଜାର କରିବାକୁ ଯୋଜନା କରୁଥିବା ଆଲୋଚନା ହେଉଛି।

Investigation: କମର୍ଦ୍ଦା, ହାତୀହୁଡ଼ିରେ ଖଣି ସୁରକ୍ଷା ଉପନିର୍ଦ୍ଦେଶକଙ୍କ ତଦନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।